ଫିଲପାଇନ୍ସକୁ ୧୦ଦିନର ସୁନ୍ଦର ପାରିବାରିକ ଭ୍ରମଣ ଅନୁଭୁତି

Share it

24th August 2024
Amiya Kumar Khilar

ଫିଲପାଇନ୍ସକୁ ୧୦ଦିନର ସୁନ୍ଦର ପାରିବାରିକ ଭ୍ରମଣ ଅନୁଭୁତି

Ateneo De Manila ବିଶ୍ୱ ବିଦ୍ୟାଳୟରେ ଆମ ଝିଅର ୫ମ ସେମିଷ୍ଟର ଛାତ୍ର ବିନିମୟ କାର୍ଯ୍ୟକ୍ରମରେ ଯୋଗ ଦେବାର ଥିଲା । ଏହି ସମ୍ମାନଜନକ କାର୍ଯ୍ୟକ୍ରମ ପାଇଁ XIM University, BBSR ରୁ ସମଗ୍ର ୩୦୦୦ ଛାତ୍ର ଛାତ୍ରୀଙ୍କ ମଧ୍ୟରୁ ଆମର ସୁପୁତ୍ରୀ ଅନ୍ୱେଷାର ୬ମାସ ପୂର୍ବରୁ Merit Basis ରେ ଚୟନ ହେବା ସହିତ ଯାତ୍ରାର ପ୍ରସ୍ତୁତି ଆରମ୍ଭ ହୋଇଥିଲା ।

ଝିଅର Ateneo De Manila University ରେ ଚୟନ ହେବାଠାରୁ କାହିଁକି ନା ଏକ ଅଜଣା ଭୟ ମନକୁ ଗୋଟାପଣେ ଗ୍ରାସ କରିବସିଥିଲା । ଆମେ ଝିଅକୁ ଏକା ଛାଡ଼ିବୁ କି ନାହିଁ ବା ଆମେ ଦୁଇ ଜଣ ତାକୁ ଛାଡ଼ିବାକୁ ଯିବୁ ।

ଏହି Programme ରେ କେବଳ ଛାତ୍ର ଛାତ୍ରୀମାନେ ଯାଇଥାନ୍ତି। XIM University ର ଚୟନ ପରେ ମୋର ଧର୍ମପତ୍ନୀ ଏବଂ ମୁଁ ଯାଇ XIM University ର Dean Padma Madam, Vidyapurjari Madam, International Student Co-ordinator Prof. Elizabeth Madam, Asst. Prof. Sachi Sir ଏବଂ Prof. Vijayan Sir ଙ୍କୁ ସାକ୍ଷାତ୍ କରିଥିଲୁ । ଏବଂ ସେମାନେ ଆମଙ୍କୁ ଉତ୍ସାହିତ କରିବା ସହ ଆଶ୍ୱାସନା ଦେଇଥିଲେ ଯେ ଝିଅକୁ ଆପଣ ନିଶ୍ଚୟ ବିଦେଶ ଛାଡ଼ନ୍ତୁ, ତା’ର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ।

ତଥାପି ପୂର୍ବ ବର୍ଷ ଯେଉଁ ଛାତ୍ର ଛାତ୍ରୀ ଫିଲପାଇନ୍ସ ଯାଇଥିଲେ, ସେମାନଙ୍କ ର କିଛି ବିବରଣି ସଂଗ୍ରହ କଲୁ । Sr. Student Miss. ପ୍ରେରଣା ଏବଂ Mr. ଅନଶୁମାନ ଙ୍କ ଠାରୁ କିଛି ବିବରଣୀ ସଂଗ୍ରହ କରିଥିଲୁ । ତା’ପରେ ଆମର ଶେଷ ନିଷ୍ପତି ଥିଲା ଆମେ ଆମର ସୁପୁତ୍ରୀକୁ ଫିଲପାଇନ୍ସକୁ ଛାଡ଼ିବାକୁ ଯିବୁ ।

XIM University ର ଗ୍ରହଣ ପତ୍ର ସହିତ ଯିବାର ପ୍ରକ୍ରିୟା ଆରମ୍ଭ ହୋଇଥିଲା । ତତ୍ପରେ ଯାହାହେଉ Ateneo De ବିଶ୍ୱ ବିଦ୍ୟାଳୟର ଅନ୍ତରାଷ୍ଟ୍ରୀୟ Student Co-ordinator, Palm Madam ଙ୍କ ଠାରୁ ଗ୍ରହଣ ପତ୍ର ମିଳିଥିଲା । ପରବର୍ତ୍ତୀ ସମୟରେ ଆମେ ସପରିବାର ତୁରନ୍ତ ନୂତନ ପାସ୍‌ପୋର୍ଟ ପାଇଁ ଆବେଦନ କରିଥିଲୁ । ଏହାପୂର୍ବରୁ ମୁଁ ମୋର ସରକାରୀ କାର୍ଯ୍ୟାଳୟରେ ପାସ୍‌ପୋର୍ଟ ପାଇଁ No objection ପାଇଁ ଆବେଦନ କରିଥିଲି । ଦୁଇଦିନ ମଧ୍ୟରେ ଆମକୁ ପାସ୍‌ପୋର୍ଟ ମିଳିଯାଇଥିଲା ।

ଦ୍ୱିତୀୟ ପର୍ଯ୍ୟାୟରେ ମୋର କାର୍ଯ୍ୟାଳୟରୁ ବିଦେଶ ଭ୍ରମଣ କରିବା ପାଇଁ permission ଆବେଦନ କରିଥିଲି । ମୋର କାର୍ଯ୍ୟାଳୟରୁ ୪ମାସ ପୂର୍ବରୁ ବିମାନ ଯିବା ଆସିବା ଟିକେଟ କରିଦେଇଥିଲି । ତତ୍ ସଙ୍ଗେ ସଙ୍ଗେ ଆମେ ଆବଶ୍ୟକ ଭିସା ୧୦ଦିନ ଆମ ଦୁଇ ଜଣଙ୍କ ପାଇଁ ଏବଂ ୬ମାସ ଝିଅ ପାଇଁ କଲୁ ।

ଝିଅର Student Visa ପାଇଁ କିଛି ପ୍ରମାଣ ପତ୍ର Ministery of Extranal Affiars, New-Delhi କୁ Agent ଦ୍ୱାରା appostile ପାଇଁ ପଠାଯାଇଥିଲା । ସେ ସବୁ ପ୍ରକ୍ରିୟା ଶେଷ ହେବାପରେ ମୁଁ Telephone ଯୋଗେ ଫିଲପାଇନ୍ସ ଦୂତାବାସକୁ ଯୋଗାଯୋଗ କରିଥିଲି । ସେମାନେ ମୋତେ ସଂପୂର୍ଣ୍ଣ ବିବରଣୀ ଇମେଲ ଦ୍ୱାରା ପଠାଇବା ହେତୁ ଭିସା ଆବେଦନ ପ୍ରକ୍ରିୟା ସରଳ ଥିଲା । ଆବାସ ଏବଂ ଆର୍ଥିକ ସ୍ଥିରତାର ପ୍ରମାଣ ଅନ୍ତର୍ଭୁକ୍ତ କରି ଆମେ ଆବଶ୍ୟକ କାଗଜପତ୍ର ସଂଗ୍ରହ କରି କଲିକତାରେ ଥିବା ଫିଲପାଇନ୍ସ ଦୂତାବାସ ସହ ଆବେଦନ ପତ୍ର ଦାଖଲ କଲୁ ।

ଫିଲପାଇନ୍ସର ଦୂତାବାସାରେ ଆମ ଗାଁର ଦୂରସଂପର୍କୀୟ ଜଣେ ବନ୍ଧୁ ବିଜୟ ଭାଇ ଥିବାରୁ ଆବେଦନ ଏବଂ ଗ୍ରହଣ ପ୍ରକ୍ରିୟା ବହୁତ ସରଳ ହୋଇଥିଲା ।

ଏଥିପାଇଁ ଅର୍ଥ ସଂଗ୍ରହ ଜରୁରୀ ଥିଲା । ମୁଁ ମୋର ଜି.ପି.ଏଫ୍‌ରୁ ୩ଲକ୍ଷ ଟଙ୍କା ଉଠାଇଥିଲି । ତତ୍ପରେ ମୁଦ୍ରା ବିନିମୟର ଆବଶ୍ୟକ ଥିଲା । ସେଥିପାଇଁ Thomas Cook ର International Pre-paid Card ଏବଂ ଆମେରିକୀୟ ମୁଦ୍ରାର ମୁଦ୍ରା ବିନିମୟ କରି ପ୍ରାରମ୍ଭିକ ଖର୍ଚ୍ଚ ବହନ କରିବା ପାଇଁ ପ୍ରସ୍ତୁତ କରିଥିଲୁ । ଯଦିଓ ଆମେ ଅଧିକାଂଶ କାରବାର ପାଇଁ Credit Card ବ୍ୟବହାର କରିବାକୁ ଯୋଜନା କରିଥିଲୁ ।

ପରବର୍ତ୍ତୀ ଧ୍ୟାନ ଆମର ଫିଲପାଇନ୍ସ ଭ୍ରମଣ ବୁକିଂ ଯୋଜନା ଥିଲା । ଏଥିପାଇଁ ଫେସବୁକ୍‌ରୁ Travel Agent କୁ ଯୋଗାଯୋଗ କରି କେଉଁ ସ୍ଥାନ ଭ୍ରମଣ କରିବାକୁ ହେବ ତାର ମୂଲ୍ୟ ଆଦି ଠିକ୍ କରି ୩ ଦିନ ୨ ରାତି ସପରିବାର ଫିଲପାଇନ୍ସ ରେ ଭ୍ରମଣ ତା.୨୫.୦୮.୨୦୨୪ ରାତି ୧୦ଟାରୁ ୨୮.୦୮.୨୦୨୪ରିଖ ରାତି ୧୦ଟା ପର୍ଯ୍ୟନ୍ତ ସ୍ଥିର ହୋଇଥିଲା । ପରବର୍ତ୍ତୀ ପର୍ଯ୍ୟାୟରେ ଅନ୍ ଲାଇନ୍ ହୋଟେଲ ବୁକିଂ କରିବାକୁ ପଡ଼ିଥିଲା ।

ହୋଟେଲ ରହଣି ଆମର ଯୋଜନା ର ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଦିଗ ଥିଲା । ଆମେ ବିମାନ ବନ୍ଦରର ସ୍ୱଳ୍ପ ଦୂରତ୍ୱ Manila Bay ରେ ପ୍ରଥମ ୨ ଦିନ ପାଇଁ ସ୍ଥିର କରିଥିଲୁ । ୨୫ ଓ ୨୬ ଜୁଲାଇ ରୁ ୨୮ ଜୁଲାଇ ଟ୍ରାଭେଲ ଏଜେନ୍ସୀ ଦ୍ୱାରା ବୁଲିବା ପରେ ୨୮ ଜୁଲାଇ ରୁ Cubaarora Road, ବିଶ୍ୱ ବିଦ୍ୟାଳୟର ନିକଟକୁ ଆରୋରା ରୋଡ଼ର City ରେ ଏବଂ ଆରାମଦାୟକ ହୋଟେଲ ଚୟନ କରିଥିଲୁ ।

ଯାତ୍ରାର ସମସ୍ତ ପ୍ରସ୍ତୁତି ଶେଷ ହେବା ମଧ୍ୟରେ ଫିଲପାଇନ୍ସ ଦୂତାବାସରେ କାର୍ଯ୍ୟକରୁଥିବା ଆମର ଦୂରସଂପର୍କୀୟ ବନ୍ଧୁ ବିଜୟ ଭାଇ ମୋତେ ଟେଲିଫୋନ କରିଥିଲେ ଜଣେ ଓଡ଼ିଆ ଲୋକ ଭୁବନେଶ୍ୱରର ରୋହନ ପଟ୍ଟନାୟକଙ୍କ ଠିକଣା ମୋତେ ଦେଇଥିଲେ । ଏବଂ ସେ ପଟ୍ଟନାୟକ ସାର୍ ୫ବର୍ଷ ରୁ ଅଧିକ ଏକ ଅନ୍ତର୍ଜାତୀୟ ସଂସ୍ଥାରେ କାର୍ଯ୍ୟରତ ଅଛନ୍ତି । ସେ ତା’ଙ୍କର ଭିସା ପାଇଁ କଲିକତା ଆସିଥିଲେ । ମୋ ବିଷୟରେ ତାଙ୍କୁ ଅବଗତ କରାଇଥିଲେ । ମୋତେ ତାଙ୍କ ସହିତ କଥା ହେବା ପାଇଁ କହିଥିଲେ ।

ତଦନୁସାରେ ମୁଁ ସେ ସାର୍‌ଙ୍କ ସହିତ କଥା ହୋଇଥିଲି । ସେ ମୋତେ ଫିଲପାଇନ୍ସ ଦେଶ ବିଷୟରେ କିଛି ତଥ୍ୟ ଜଣାଇଥିଲେ, ସେଥିପାଇଁ ଆମର ବହୁତ ଭରସା ଆସିଥିଲା ତାଙ୍କ ସହିତ ବାର୍ତ୍ତାଳପ ପରେ । କାହିଁକି କେଜାଣି ବହୁତ ଭଲ ମଣିଷ ବୋଲି ହୃଦୟଙ୍ଗମ ହୋଇଥିଲା । ସେ ମୋତେ ବିମାନ ଯାତ୍ରାର arrival ଟିକେଟ୍ ପଠାଇବା ପାଇଁ କହିଥିଲେ, ତା’ସହିତ ଇ-ଟ୍ରାଭେଲ୍ ଇନ୍‌ଫରମେସନ୍ ପରିବାରର ରେଜିଷ୍ଟ୍ରେସନ ପାଇଁ ସୂଚନା ଦେଇଥିଲେ । ଏହିସବୁ ପ୍ରକ୍ରିୟା ଶେଷ ହେବା ପରେ ଆମକୁ ଫିଲପାଇନ୍ସ ଯିବା ପାଇଁ ସ୍ୱୀକୃତି ମିଳିଥିଲା ।

୨୩.୦୮.୨୦୨୪ରିଖ ରାତି ୮ଟାରେ ଆମେ ଭାରତରୁ ଯିବାର ଶେଷ ପ୍ରସ୍ତୁତି କରିଥିଲୁ । ଆମର ପ୍ରସ୍ଥାନ ଦିନ ୨ଘଣ୍ଟା ସମୟ ପୂର୍ବରୁ ଭୁବନେଶ୍ୱର ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚିଥିଲୁ ।
ଭୁବନେଶ୍ୱରର ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଆମର ସମସ୍ତ check-in ପ୍ରକ୍ରିୟା ଯଥା- Immigration, Luggage, Boarding Pass ସରିଥିଲା । ଶେଷରେ ଠିକ୍ ସମୟରେ ରାତି ୧୧ଟା ୪୫ ମିନିଟରେ ଆମେ ବିମାନରେ ବସିଥିଲୁ ।

ପ୍ରାୟ ଦୀର୍ଘ ୪ଘଣ୍ଟାର ଯାତ୍ରା ପରେ ୨୪ ଜୁଲାଇ ସକାଳ ୫ଟାରେ ଆମେ ମାଲେସିଆର କୁଆଲମ୍‌ପୁର ବିମାନ ବନ୍ଦରରେ ପହଞ୍ଚିଥିଲୁ । ଉକ୍ତ ବିମାନ ବନ୍ଦରରେ ତିନି ଘଣ୍ଟା ଅପେକ୍ଷା କରିବା ପରେ ଆମେ ସକାଳ ୮ଟା ୧୫ରେ ଫିଲପାଇନ୍ସ ଅଭିମୁଖେ ଯାତ୍ରା ଆରମ୍ଭ କରି ପ୍ରାୟ ଦୀର୍ଘ ୪ଘଣ୍ଟା ଉଡ଼ାଣ ଅତିକ୍ରମ କରିବା ପରେ ଫିଲପାଇନ୍ସ ବିମାନ ବନ୍ଦରରେ ଦିନ ୧ଘଣ୍ଟାରେ ପହଞ୍ଚିଥିଲୁ । ସେଦିନ ବହୁତ ବର୍ଷା ପାଇଁ ୪୫ମିନିଟ୍ ବିଳମ୍ବରେ ବିମାନ ଅବତରଣ କରିଥିଲା । ଫିଲପାଇନ୍ସ ବିମାନ ବନ୍ଦରରେ ଦିନ ୧ଟାରେ ପହଞ୍ଚିଥିଲା ।

ଉକ୍ତ ବିମାନ ବନ୍ଦରରେ ଆମର ପାସ୍‌ପୋର୍ଟ, ଭିସା Immigration, Luggage, Boarding Pass, check-in ସରିବା ପାଇଁ ଆମକୁ ଲମ୍ବା ଧାଡ଼ିରେ ଅପେକ୍ଷା କରିବାକୁ ପଡ଼ିଥିଲା । ଦୀର୍ଘ ୧ଘଣ୍ଟା ପରେ ଆମର ନମ୍ବର ଆସିବା ପରେ E-Travel ର check-in ଆମକୁ କରିବାକୁ ପଡ଼ିଥିଲା । ଏହି ବିବରଣୀ ସଠିକ୍ ନଥିବାରୁ ଆମକୁ ୨ଘଣ୍ଟା ଅଧିକ ଅପେକ୍ଷା କରିବାକୁ ପଡ଼ିଥିଲା । ଉକ୍ତ ବିମାନ ବନ୍ଦରର କର୍ମଚାରୀଙ୍କ ସହାୟତାରେ ଆମ ସପରିବାରର ସଠିକ୍ E-Travel ବିବରଣୀ ସଂପୂର୍ଣ୍ଣ କରିବା ପରେ ଆମର ସମସ୍ତ Luggage ନେଇ ପ୍ରସ୍ଥାନ ପାଇଁ ପ୍ରସ୍ତୁତ ହେଉଥିବା ସମୟରେ ଭାରତରେ ରହି ମୋବାଇଲରେ କଥା ହୋଇଥିବା ଓଡ଼ିଆ ଭଦ୍ର ଲୋକ ପଟ୍ଟନାୟକ ସାର୍ ମୋତେ ଫୋନ୍ କରିଥିଲେ । ଆମେ ତାଙ୍କୁ ଆମର ବିଳମ୍ବ ହେବାର କାରଣ ଅବଗତ ଜଣାଇଥିଲୁ । କିନ୍ତୁ ସେ ମୋତେ କହିଲେ ମୁଁ ବିମାନ ବନ୍ଦରକୁ ଆସିଛି । ଆପଣମାନେ କେଉଁ ସ୍ଥାନରେ ଅଛନ୍ତି । ଆମେ ତାଙ୍କୁ ସ୍ଥାନ ଜଣାଇବା ପରେ ସେ ଆମକୁ ସାକ୍ଷାତ୍ କଲେ ଏବଂ କହିଲେ ଆଜି ପ୍ରବଳ ବର୍ଷା ।

ସଙ୍ଗେ ସଙ୍ଗେ ମୋତେ ଭାରତରୁ ନେଇଥିବା ଆମେରିକୀୟ ମୁଦ୍ରା କୁ ଫିଲପାଇନ୍ସର ମୁଦ୍ରା ପେସୋ ବଦଳାଇବା ପାଇଁ ସୂଚନା ଦେଇଥିଲେ । ତତ୍‌ସହିତ Govt. Pre-paid Mobile SIM ମୋ ମୋବାଇଲରେ Insert କରିବା ପାଇଁ ସହଯୋଗ କରିଥିଲେ । କାରଣ ମୋର ବି.ଏସ.ଏନ୍‌.ଏଲ ସର୍ଭିସ୍ ମୋବାଇଲ ଫୋନ୍‌ର ଅନ୍ତର୍ଜାତୀୟ roaming ନଥିଲା ।

ନୂଆ ଦେଶରେ ଆମେ କାଳେ ହୋଟେଲକୁ ଯାଇପାରିବୁ ନାହିଁ, ତାଙ୍କ ଗାଡ଼ିରେ ଆମକୁ ପୂର୍ବ ନିର୍ଦ୍ଧାରିତ ହୋଟେଲ କୁ ନେଇଯିବାକୁ ସେ ପ୍ରସ୍ତାବ ଦେଲେ । ଆମେ ତାଙ୍କ କଥା ଅନୁସାରେ ଆମର ପୂର୍ବ ନିର୍ଦ୍ଧାରିତ ହୋଟେଲ Red-Planent Manila Bay କୁ ଯାଇଥିଲୁ । କିନ୍ତୁ ସେଦିନ ପ୍ରବଳ ବର୍ଷ ଯୋଗୁଁ ହୋଟେଲ କୁ ଯିବା ରାସ୍ତାରେ ଅଣ୍ଟାଏ ଲେଖାଏଁ ପାଣି ଜମି ରହିଥିଲା, ହୋଟେଲକୁ ପ୍ରବେଶ କରିବା ସମ୍ଭବ ନଥିଲା ।

ମୁଁ ସେ ସାର୍‌ଙ୍କୁ ଦୟାକରି ଗୋଟାଏ High Land, Sight Seeing ଥିବା ଏକ ଭଲ ହୋଟେଲକୁ ନେବା ପାଇଁ କହିଥିଲି । କାରଣ ଆମେ ଫିଲପାଇନ୍ସ ଟାଉନ୍‌ର ମନୋରମ ଦୃଶ୍ୟ ଉପଭୋଗ କରିବା ସହିତ ହୋଟେଲ ଭିତର ପରିବେଶକୁ ଉପଭୋଗ କରିପାରିବୁ । ମୋ କହିବା ଅନୁସାରେ ସେ ପ୍ରାୟ ୧୪କି.ମି. ଦୂର ତାଙ୍କର କାର୍ଯ୍ୟାଳୟର ନିକଟ ଏକ ପଞ୍ଚ ତାରକା ହୋଟେଲ (Vivere) କୁ ନେଇ ଆମକୁ ଏକ ପ୍ରିମିୟମ୍ ସୁଟ୍ ରେ ରଖାଇବାର ବ୍ୟବସ୍ଥା କରାଇଥିଲେ ।

ଆମେ ହୋଟେଲ ରେ ପହଞ୍ଚିଲା ବେଳକୁ ସଂନ୍ଧ୍ୟା ୬ଟା ବାଜି ଯାଇଥିଲା । ଆମେ ଆମର ରୁମ୍‌କୁ ପ୍ରବେଶ କଲାବେଳକୁ ରାତି ୭.୩୦ ମିନିଟ୍ ହୋଇଯାଇଥିଲା । ଉକ୍ତ ହୋଟେଲଟି ୩୧ ମହଲା ବିଶିଷ୍ଟ ଥିଲା, ଆମକୁ ୫ ମହଲାରେ ୧୧୯ ନମ୍ବର ରୁମ୍ ଦିଆଯାଇଥିଲା ।

ଓଡ଼ିଶାର ଉକ୍ତ ଭଦ୍ର ଲୋକ ପଟ୍ଟନାୟକ ସାର୍ ଆମକୁ ହାଟେଲରେ ଛାଡ଼ି ତାଙ୍କର ବାସସ୍ଥାନକୁ ଯାଇଥିଲେ । ଯେତେବେଳେ ଆମେ ଆମ ସୁଟ୍‌-୧୧୯କୁ ଗଲୁ ରୁମ୍ Interior, Balcony ଏବଂ Bed Room ରୁ ଫିଲପାଇନ୍ସ ସହରର ମନୋରମ ଦୃଶ୍ୟକୁ ଦେଖି ଆମେ ସପରିବାର ବହୁତ ଆନନ୍ଦିତ ହୋଇଯାଇଥିଲୁ । କାରଣ ୫ ତାରକାରେ ରହିବା ଆମ ପାଇଁ ପ୍ରଥମ ଅଭିଜ୍ଞତା ଥିଲା ।

ଆମେ Refresh ହୋଇସାରିବା ପରେ ସେ Rohan Pattnaik Sir ଆସି ରାତି ୯ଟାରେ ତାଙ୍କ ଗାଡ଼ିରେ ଆମକୁ ଗୋଟାଏ Japanees Restaurant କୁ Dinner ପାଇଁ ନେଇଥିଲେ । ଆମେ ସେଠାରେ ଫିଲପାଇନ୍ସର ନୂତନ Vegan food ର ଆନନ୍ଦ ନେଇଥିଲୁ । ତା’ପରେ ଆମକୁ ଆଣି ହୋଟେଲରେ ଛାଡ଼ି ସେ ତାଙ୍କର ବଙ୍ଗଳାକୁ ଫେରିଆସିଥିଲେ।

୨୫ତାରିଖ ସକାଳୁ ଉଠି ନିତ୍ୟକର୍ମ ସାରି ସକାଳ ଜଳଖିଆ ପାଇଁ ହୋଟେଲର ୩୧ ମହଲା Dinning Hall କୁ ଯାଇଥିଲୁ । ସେଠାରେ ଭାରତୀୟ ଖାଦ୍ୟ ଓ ଫିଲପାଇନ୍ସ Vegan food ର ଆନନ୍ଦ ନେଇଥିଲୁ ଏବଂ ଫିଲିପାଇନ୍ସ ଟାଉନ୍‌ର ମନୋରମଦୃଶ୍ୟ ସେଠାରୁ ଉପଭୋଗ କରିବା ସହିତ ଫଟୋ ଉଠାଇଥିଲୁ । ସେ ସାର୍ କହିବା ଅନୁସାରେ ଆମେ Festival Mall ଚାଲିକରି Shopping ପାଇଁ ଯାଇଥିଲୁ । Lunch ପାଇଁ ସେ ସାର୍ ପୁଣି ତାଙ୍କ ଅଫିସରୁ ଅଫିସ୍ କାମ ସାରି ଆମକୁ ଗୋଟାଏ ଭାରତୀୟ ହୋଟେଲକୁ ନେଇଥିଲେ । ୩ଦିନ ଧରି ବିଦେଶୀ ଖାଦ୍ୟ ଖାଇବା ପରେ ଆମେ ଚିକେନ୍ ବିରିୟାନି, ବଟର ନାନ, ଆଦି ଖାଦ୍ୟ ଖାଇ ଆତ୍ମତୃପ୍ତି ଅନୁଭବ କରିଥିଲୁ । ସେଠାରେ ସମସ୍ତ ମୂଲ୍ୟ ଭାରତୀୟ ମୁଦ୍ରା ଠାରୁ ଦେଢ଼ ଗୁଣା ଅଧିକ ଥିଲା ।

ତା’ପରେ ଆମେ ଆମର Luggage ଉକ୍ତ ହୋଟେଲରେ ରଖି ଏସିଆର ବୃହତ୍ତମ Shopping Mall (Mall of Asia) କୁ Shopping ପାଇଁ ଯାଇଥିଲୁ । ଇତିମଧ୍ୟରେ ସେ ଆମ ପାଇଁ ୨୯ ଜୁଲାଇ ରୁ ୧ ଅଗଷ୍ଟ ପର୍ଯ୍ୟନ୍ତ ହୋଟେଲ ବୁକ୍ କରିଥିଲେ । କାରଣ ୨୫ ତାରିଖ ସଂନ୍ଧ୍ୟା ୮ଟାରୁ ୨୮ତାରିଖ ରାତି ୧୦ଟା ପର୍ଯ୍ୟନ୍ତ ଆମର ଟ୍ରାଭେଲ ଏଜେନ୍ସୀ ଦ୍ୱାରା ଫିଲପାଇନ୍ସ ର କିଛି ପର୍ଯ୍ୟଟନ ସ୍ଥାନ ଭ୍ରମଣ କରିବାର ଆୟୋଜନ ଥିଲା ।

ପରବର୍ତ୍ତୀ ସମୟରେ ପଟ୍ଟନାୟକ ସାର୍ ମୋବାଇଲ Grab App ଦ୍ୱାରା Cab Booking କରି ଆମେ Mall of Asia କୁ ଯାଇଥିଲୁ । ସଂନ୍ଧ୍ୟା ୪ଟାରୁ ୮ଟା ପର୍ଯ୍ୟନ୍ତ Shopping କରିଥିଲୁ । ତତ୍‌ସହିତ ସେଠାକାର ମନୋରମ ଦୃଶ୍ୟ ଉପଭୋଗ କରିଥିଲୁ ।

ପୂର୍ବ ନିର୍ଦ୍ଧାରିତ ସମୟ ରାତ୍ରି ୮ଟା ସମୟରେ Travel Agency ଗାଡ଼ିରେ ବସିଥିଲୁ, ରାତ୍ରିଯାତ୍ରା କରି ସକାଳୁ ସକାଳୁ ILUCUS-NORTE City ପହଞ୍ଚିଥିଲୁ ।

ସେଠି ଆମେ ସକାଳ ଜଳଖିଆ ସାରି ଜିପ୍‌ରେ Advanture Ride କରି ସମୁଦ୍ର କୂଳକୁ ଯାଇଥିଲୁ, ଗ୍ରୁପ ଫଟୋ ସହିତ ବ୍ୟକ୍ତିଗତ ଫଟୋ ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିଥିଲୁ। ସେଠାରୁ ଆମେ Banguli Wind Mill ଦେଖିବା ପାଇଁ ସମୁଦ୍ର କୁଳକୁ ଯାଇଥିଲୁ । ସେଠାରେ ମନୋରମଦୃଶ୍ୟର ଭରପୁର ମଜା ନେଇଥିଲୁ ଓ ଆମ ସହିତ ଆସିଥିବା ସମସ୍ତ ଫିଲପାଇନ୍ ଲୋକମାନଙ୍କ ସହିତ ମିଶି ମଜା କରି ବୁଲି ପ୍ରତ୍ୟେକ ସ୍ଥାନର ପ୍ରତିମୁହୂର୍ତ୍ତର ସବୁଜିମାକୁ ଉପଭୋଗ କରିଥିଲୁ ।

ତା’ପରେ ଆମେ ଫିଲପାଇନ୍ସ ବର୍ଡରକୁ ଯାଇଥିଲୁ, ସେଠାକାର Arms, Ammunition, Tanker, Aircraft ଆଦି ଦେଖିଥିଲୁ ତା’ପରେ ଆମେ Vigan City ରେ ପହଁଞ୍ଚି ଏକ ହୋଟେଲରେ ପହଞ୍ଚି ନିତ୍ୟକର୍ମ ସାରି Lunch କରିଥିଲୁ ।

ସେ ଦିନ ସଂନ୍ଧ୍ୟାରେ Blue Lagoon Beach ଯାଇ ତା’ର ଆନନ୍ଦ ନେଇଥିଲୁ । ସେଠାରେ ଦୁଇ ଦିନ ରାତ୍ରିଯାପନ କରି ୨୮ତାରିଖ ସକାଳୁ ସକାଳ ଜଳଖିଆ କରି Vigan City ର Museum, BALUARTU Zoo ପରିଦର୍ଶନ କରିଥିଲୁ । Shoopping Complex ଯାଇ କିଛି ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ଏବଂ ପୋଷାକ କ୍ରୟ କରିଥିଲୁ ।

ପରବର୍ତ୍ତୀ ପର୍ଯ୍ୟାୟରେ ଆମେ ସମସ୍ତେ PAGUDPUD ଅଞ୍ଚଳ ପରିଦର୍ଶନ କରିଥିଲୁ । ସେଠାର ମୁଖ୍ୟ ଆକର୍ଷଣ ଏକ ପୁରୁଣା ଚର୍ଚ୍ଚ ଥିଲା । ସେଠାକାର ଖାଦ୍ୟ ଆମ ଭାରତୀମାନଙ୍କ ପାଇଁ ପ୍ରଜୁଜ୍ୟ ନୁହେଁ । ସେମାନେ ସକାଳ ୬ଟାରୁ ରାତ୍ରି ୯ଟା ମଧ୍ୟରେ ୪ଥର ମିଲ୍ ଖାଇଥାନ୍ତି ସେଥିରେ Garlic Rice, Pork, Beef, egg omlet ଆଦି ଖାଇଥାନ୍ତି । ମାତ୍ର ଆମେ Plain Rice କୁ ପାଣି ମିସାଇ (ପଖାଳ, ସାଲାଡ଼, ଅଣ୍ଡା ଆମ୍ବଲେଟ୍ ଖାଇବା ସହିତ White Indian Bread, Jam, Butter, Cheese, Banana ଆଦି ଖାଉଥିଲୁ ।

ପରବର୍ତ୍ତୀ ସମୟରେ ବହୁତ ପୁରୁଣା Vigan City ରୁ ମାନିଲା ଅଭିମୁଖେ ଫେରିବା ମାତ୍ରେ ଆରମ୍ଭ କରିଥିଲୁ । Chow King International Brand Restaurant ରେ Indian food Lunch କରିଥିଲୁ । ଫେରିବାବେଳେ ପ୍ରବଳ ବର୍ଷା ହୋଇଥିଲା ଆଉ ଅଧିକ ବୁଲା ବୁଲି ହୋଇପାରିଲା ନାହିଁ ।

ମାନିଲା ଅଭିମୁଖେ ଯାତ୍ରା କରିବା ରାସ୍ତାରେ ଏସିଆ ମହାଦେଶର ସବୁଠାରୁ ବଡ଼ ଅଙ୍ଗୁର ଫାର୍ମ ଦେଖିବା ପାଇଁ ଯାଇଥିଲୁ । ଶେଷ ପର୍ଯ୍ୟାୟରେ ମାନିଲା ସ୍କାଏ ଲାଇନ୍ ରୋଡ଼ରେ ରାତ୍ରି ଡ଼ିନର କରି ପ୍ରାୟ ରାତ୍ରି ୧୦ଟା ସମୟରେ Mall of Asia ପାଖରେ Driver, David ଆମକୁ Drop କରିଥିଲା । ସେଠାରେ ପହଞ୍ଚିବା ପୂର୍ବରୁ ଆମେ ଓଡ଼ିଶାର ରୋହନ ପଟ୍ଟନାୟକ ସାର୍‌ଙ୍କୁ ଯୋଗାଯୋଗ କରିଥିଲୁ, ସେ ଆମ ପାଇଁ ଗୋଟାଏ Cab Book କରିଥିଲେ ଆମର ପୂର୍ବ ନିର୍ଦ୍ଦାରିତ ହୋଟେଲ ରେଡ଼ ପ୍ଲନେଟ୍‌କୁ ଯିବା ପାଇଁ । କାରଣ ଉକ୍ତ ହୋଟେଲଟି ଆମର ସୁପୁତ୍ରୀ ଅନ୍ୱେଷାର ବିଶ୍ୱବିଦ୍ୟାଳୟର ନିକଟତର ଥିଲା । ସେଠି ଆମେ ରାତ୍ରି ୧୨.୧୫ରେ ପହଞ୍ଚି ଆମେ Rest ନେଇଥିଲୁ ।

ହୋଟେଲଟି Cuba, Arora Road Main city Point ରେ ଥିଲା । ତହିଁ ଆରଦିନ ଝିଅର ୨୯ତାରିଖ ସକାଳ ୬ଟାରେ Orientation Programme ଥିଲା, ଆମେ ସକାଳୁ ସକାଳ ଜଳଖିଆ ସାରି Taxi Book କରି ତା’ର Ateneo De Manila University ରେ ପହଞ୍ଚିଥିଲୁ । ବିଶ୍ୱର ୩୦ ନମ୍ବର ତାଲିକାରେ ତା’ର ନାମ ଥିଲା । University e Campus ଆମକୁ ବହୁତ ଆନନ୍ଦ ଦେଇଥିଲା ।

ଝିଅକୁ ସକାଳ ୯ଟାରେ Orientation Programme ପାଇଁ ବିଶ୍ୱର ସମସ୍ତ କୋଣ ଅନୁକୋଣରୁ ପ୍ରାୟ ୨୦୦ ଆନ୍ତର୍ଜାତ୍ରୀୟ ଛାତ୍ର ଛାତ୍ରୀ ପ୍ରାୟ ୫୦ଟା ଦେଶରୁ ଆସିଥିଲେ । ବହୁତ ଶିଘ୍ର ସେ ଆମ ଉପସ୍ଥିତିରେ Japan, German, Colombia, Franch, Poland, Koria, Philpeno ଛାତ୍ରଛାତ୍ରୀଙ୍କ ସହିତ ମିଶିଯାଇଥିଲା ।

ତା’ପରେ ଆମେ ତାକୁ ଛାଡ଼ି ତା’ଙ୍କର Canteen ରେ କଫି ପିଇ ସାରି ବିଶ୍ୱବିଦ୍ୟାଳୟ କ୍ୟାମ୍ପସ୍‌ରେ ମୋର ଧର୍ମପତ୍ନୀଙ୍କ ସହ ସେଠାକାର ପ୍ରାକୃତିକ ସୌନ୍ଦର୍ଯ୍ୟର ମନୋରମ ସ୍ମୃତି Mobile Camera ରେ Capture କରିଥିଲୁ ।

ଆମେ Cab Book କରି Manila City ର Heart ରେ ଥିବା Ocean Park ପରିଦର୍ଶନ କରିଥିଲୁ । ସେଠାକାର Meraine Aquarium, Planted Aquarium Sea Lion, Bird Show ଏବଂ ସମୁଦ୍ରର ମଜା ନେଇଥିଲୁ । ସେ Aquarium ରେ ଆମକୁ ଲାଗିଲା ସତେଯେପରି କି ଆମେ ସମୁଦ୍ର ଭିତରେ Shark ଏବଂ ଅନ୍ୟାନ୍ୟ ସାମୁଦ୍ରିକ ମାଛ ଆଦି ମଧ୍ୟରେ ଯାଉଛୁ । ଏହା ଏକ ଅଭୁଲା ସ୍ମୃତି ହୋଇ ସାରାଜୀବନ ରହିଗଲା ।

Ocean Park ର ସମୟ ସରିବା ପରେ ପ୍ରାୟ ଦିନ ୩ଟା ସମୟରେ ଆମେ ଝିଅର ବିଶ୍ୱବିଦ୍ୟାଳୟ ଫେରିଲୁ ଏବଂ ଆମ ସହିତ ହୋଟେଲ ନେବା ପାଇଁ ଝିଅର ଦୁଇ ଦିନ Orientation Programme ୨୦୦ଜଣଙ୍କ ଅନ୍ତର୍ଜାତୀୟ ଛାତ୍ର ଛାତ୍ରୀ ମଧ୍ୟରେ ଗୋଟାଏ Game Activity ରେ Participate କରି ଜୁଲାଇ ୩୦ତାରିଖରେ ପ୍ରଥମ ସ୍ଥାନ ଅଧିକାର କରି ଆମର ଛାତି କୁଣ୍ଢେମୋଟା କରିଦେଇଥିଲା । ତା’ପାଇଁ ତାକୁ କିଛି ପୁରସ୍କାର ମିଳିଥିଲା ।

୨ୟ ଦିନ ଆମେ ତାକୁ ବିଶ୍ୱବିଦ୍ୟାଳୟରେ ଛାଡ଼ି Manila Bay ଦୃଶ୍ୟ ଉପଭୋଗ କରିବା ସହିତ Asia Mall ଯାଇ Shopping କରିଥିଲୁ ।

ସେଦିନ ଫେରିଲାପରେ ଆମେ ରୋହନ ପଟ୍ଟନାୟକ ସାର୍ କହିବା ଅନୁସାରେ Indian Restaurant ‘Prana’ କୁ ଯାଇ ୩୦ତାରିଖ ଦିନ Chicken Biriyani Dinner କରିଥିଲୁ, ବହୁତ ଭଲ ଲାଗିଥିଲା । ସଂନ୍ଧ୍ୟାରେ Cuba, Arora Road ର ମନୋରମ ଦୃଶ୍ୟ ଉପଭୋଗ କରିଥିଲୁ । ୩୧ ତାରିଖ ସକାଳୁ ଝିଅର ଓ ଆମର Luggage Pack କରି ଝିଅକୁ University ର International Residence Hostel ଛାଡ଼ିଥିଲୁ । ତା’ପରେ University ପାଖରେ ଥିବା S.M. shopping Mall କୁ ଯାଇ ତା’ର ହଷ୍ଟେଲ ପାଇଁ Shopping କରିଥିଲୁ ।

ଝିଅକୁ ହଷ୍ଟେଲରେ ୯ଟା ରାତ୍ରି ସମୟରେ ଛାଡ଼ି ଆମେ ଝିଅ ଠାରୁ ବିଦାୟ ନେଇ ଆମେ ଦୁଇ ଜଣ ଆମର Red Planet ହୋଟେଲକୁ ପ୍ରତ୍ୟାବର୍ତ୍ତନ କରିଥିଲୁ । ୧ତାରିଖ ସକାଳ ଦିନ ୧୩.୧୫ରେ ଆମର ବିମାନ ଥିବାରୁ ଆମେ ଦିନ ୮ଟାରେ ହୋଟେଲ Check-out କରି ବିମାନ ବନ୍ଦରରେ ସକାଳ ୯ଟା ୧୫ରେ ପହଞ୍ଚିଯାଇଥିଲୁ ।

ତା’ପୂର୍ବ ରାତ୍ରିରେ E-boarding Check-in & E-Travell Check-in online ମାଧ୍ୟମରେ କରିଦେଇଥିବାରୁ ବିମାନ ବନ୍ଦରରେ ପହଞ୍ଚି ଯଥାଶିଘ୍ର Passport, Visa, Immigration, Luggage Check-in କରି ଫିଲପାଇନ୍ସ ବିମାନ ବନ୍ଦରର ଭରପୁର ମଜା ନେଇଥିଲୁ ।

ଆମର କିଛି ଫିଲପାଇନ୍ସ ମୁଦ୍ରା ପେସୋ ବଳିଯାଇଥିବାରୁ ଆମେରିକୀୟ ମୁଦ୍ରାରେ ବିନିମୟ କରି ମୋର ଧର୍ମପତ୍ନୀ ପାଇଁ ଏକ ହାତଘଣ୍ଟା କିଣିଥିଲୁ । ସେଠାରେ କଫି, ଜଳଖିଆ ଖାଇ ଫଟୋ ଉଠାଇ ଠିକ୍ ସମୟରେ Air-Asia ବିମାନରେ ପ୍ରତ୍ୟାବର୍ତ୍ତନ ଯାତ୍ରା କରିଥିଲୁ ।

ମାନିଲାରୁ କୁଆଲମ୍‌ପୁର ମଝି ଆକାଶରେ ଦୀର୍ଘ ୪ଘଣ୍ଟାର ଉଡ଼ାଣ କରିବା ମଧ୍ୟରେ ବିମାନ ଏବଂ ବାଦଲର ପ୍ରାକୃତିକ ସୌନ୍ଦର୍ଯ୍ୟ ଉପଭୋଗ କରିଥିଲୁ । ସଂନ୍ଧ୍ୟା ୫ଟା ସମୟରେ ଅବତରଣ କରି ସେଠାକାର ବିମାନ ବନ୍ଦରର ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ସହିତ ସ୍ମୃତିକୁ Camera ରେ Capture କରିଥିଲୁ ।

ପରବର୍ତ୍ତୀ ସମୟରେ ରାତ୍ର ୮.୧୫ରେ କୁଆଲାମ୍‌ପୁର ବିମାନ ବନ୍ଦରରୁ ଭୁବନେଶ୍ୱର ଅଭିମୁଖେ Connecting Flight Air-Asiaରେ ଯାତ୍ରା କରିଥିଲୁ । ବିମାନରେ ଟିକେଟ ସହିତ ପୂର୍ବ ନିର୍ଦ୍ଧାରିତ ଭାରତୀୟ ଖାଦ୍ୟ, ପାନୀୟ ଏବଂ ବସିବା ସ୍ଥାନ ପସନ୍ଦ କରିଥିବାରୁ ବହୁତ ଭଲ ଆରମ ଯାତ୍ରା ସଫଳ ହୋଇଥିଲା ।

ଶେଷ ପର୍ଯ୍ୟାୟରେ ରାତ୍ରି ୧୧.୪୫ ସମୟରେ ଭୁବନେଶ୍ୱର ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚିଥିଲୁ । ସେଠାରେ Passport, Visa, Immigration, Cabin Luggage, Boarding Luggage Cheack-out କରି ଆମେ ବିମାନ ବନ୍ଦର ବାହାରକୁ ଆସିଥିଲୁ । ତତ୍‌ପରେ ଏକ ଟ୍ୟାକ୍ସି ବୁକ୍ କରି ଆମର ଶୈଳଶ୍ରୀ ବିହାରସ୍ଥିତ ବାସଭବନରେ ପହଞ୍ଚିଥିଲୁ ।

ଫିଲପାଇନ୍ସର ଲୋକମାନେ ବହୁତ ମିଷ୍ଟଭାଷୀ, ସଚ୍ଚୋଟ, ପରୋପକାରୀ ଏବଂ ମିଳାପୀ ଥିଲେ। ମୁଁ ହୃଦୟରୁ ମୋର ସଂସ୍ପର୍ଷରେ ଆସିଥିବା ସମସ୍ତ ଫିଲପାଇନ୍ସ ଦେଶର ସମସ୍ତ ଲୋକମାନଙ୍କୁ ଧନ୍ୟବାଦ ଜ୍ଞାପନ କରୁଛି ।

ଏହି ୧୦ଦିନର ଯାତ୍ରା ପାଇଁ ଦୀର୍ଘ ୬ମାସ କାଳ ର ପ୍ରସ୍ତୁତି କରିବା ପରେ ଯେଉଁ ଖୁସି, ଅଭିଜ୍ଞତା, ଶିକ୍ଷା, ସ୍ମୃତି ମିଳିଲା ତାହା ସ୍ମରଣୀୟ ହୋଇରହିବ ।

ମୁଁ ହୃଦୟରୁ ସେହି ଓଡ଼ିଶାର ଫିଲପାଇନ୍ସ ରେ ରହୁଥିବା ଶ୍ରୀଯୁକ୍ତ ରୋହନ ପଟ୍ଟନାୟକଙ୍କ ପାଖରେ କୃତଜ୍ଞତା ଜ୍ଞାପନ କରୁଛି, ଦୁନିଆର ସେହି ସବୁ ଲୋକଙ୍କ ପାଖରେ ମୁଁ ମୁଣ୍ଡ ନୁଁଆଉଛି, ଯେଉଁମାନେ କେବଳ ଆମକୁ ସାହାଯ୍ୟ କରିନାହାଁନ୍ତି । ବରଂ ଆମର ଭୟ ଦୂର କରିଦିଅନ୍ତି ଏବଂ ଆମ ଭିତରେ ଆଶା ସୃଷ୍ଟି କରନ୍ତି । ସେ ଆମ ପାଇଁ ଯାହା ସେଠାରେ ଟଙ୍କା ଖର୍ଚ୍ଚ କରିଛନ୍ତି ତାଙ୍କୁ ସେ ଟଙ୍କା ଫେରାଇଦେଲେ ବି ତାଙ୍କର ଶାରିରୀକ ପରିଶ୍ରମ, ଭଲପାଇବା, ନିସ୍ୱାର୍ଥପର ସେବା ପାଖରେ ଆମେ ସଦାସର୍ବଦା ଋଣୀ ।

ଟଙ୍କା ଆମକୁ ଆର୍ଥିକ ସାହାଯ୍ୟ କରିଥାଏ । ହେଲେ ଜଣେ ଭଲ ମଣିଷ ଆମକୁ ଭରସା ଦେଇଥାଆନ୍ତି । ଭରସା ହିଁ ଏ ଦୁନିଆରେ ମଣିଷର ଅନ୍ତର୍ନିହିତ ଶକ୍ତି ।

ଅମୀୟ କୁମାର ଖୀଲାର
ମୁଖ୍ୟ ମହାପ୍ରବନ୍ଧକ, ଓଡ଼ିଶା ପରିମଣ୍ଡଳ କାର୍ଯ୍ୟାଳୟ, ବି.ଏସ.ଏନ୍‌.ଏଲ, ଭୁବନେଶ୍ୱର
Mob : +91 94372 92460


Share it

Join the Conversation

2 Comments

  1. So nicely placed , your cute and amazing experience really.

    Always feel happy to be the parents of shining daughter.

  2. Thanks a lot Dear Laxmidhar Sir for your lovely support and cooperation for publishing this News in your Monthly Magzine “SULEKHA”.

Leave a comment

Your email address will not be published. Required fields are marked *

Verified by MonsterInsights