ଫୁଟୁଥିବି ନିତି ତୁମପାଇଁ ତୁମପାଇଁ

Share it

ଦୁନିଆ ଜାଣିଛି
କଇଁଫୁଲ ଫୁଟେ
ଜହ୍ନ ଉଇଁଲେ ଯାଇ

ଦୁନିଆ ଦେଖିଛି
ହସେ କୁମୁଦିନୀ
ଚନ୍ଦ୍ରମା ମୁଖ ଚାହିଁ

ଜାଣେ କି ଦୁନିଆ
ଚନ୍ଦ୍ରମା କେବେ
ଯାଇଛି କଇଁକୁ ଛୁଇଁ ?

ହେଲେ ଯୁଗ ଯୁଗପାଇଁ
ଚନ୍ଦ୍ରକୁ ଚାହିଁଛି
ମିଳନ ପିୟାସୀ କଇଁ

ମନେପଡେ ଆଜି
ଜୋଛନାରେ ଭିଜି
ସାରା ରାତି ଚେଇଁ ଚେଇଁ
ପାରିଜାତ ଦେବି
ତାରା ତୋଳିଦେବି
କେତେ କଥା ଗଲ କହି

ଜ୍ଯୋତ୍ସ୍ନାର ଧାରା
ଜହ୍ନେ ମିଶିଗଲ
ଝୁରୁଛି ବିରହୀ କଇଁ

ଛୁଅଁ କି ନ ଛୁଅଁ
କରୁଛି ଶପଥ
ଫୁଟୁଥିବି ନିତି
ତୁମପାଇଁ ତୁମପାଇଁ

ଲକ୍ଷ୍ମୀଧର ନାୟକ
My Facebook Post: 30th July 2024


Share it

Leave a comment

Your email address will not be published. Required fields are marked *

Verified by MonsterInsights