ଫଗୁଣ ବେଳା, ଗୋପର ଲୀଳା

Share it

ଫଗୁଣ ବେଳା
ଗୋପର ଲୀଳା

ଯମୁନା କୁଳ
କଦମ୍ୱ ମୂଳ

କୁଞ୍ଜ କାନନ
ରାଧିକା ମନ

ବଇଁଶୀ ସ୍ୱନ
ଦୋଳ ମେଲଣ

କାମିନୀ ପ୍ରେମ
ରସିକ ଶ୍ରମ

ରଂଗ ହିଲ୍ଲୋଳ
ପିଚକାରୀ ଖେଳ

ଗୋପାଳ ବାଳ
ତରୁଣୀ ମେଳ

ଶିଂଘା ବଇଁଶୀ
କିଶୋର କିଶୋରୀ ନାଚେ ଉଲ୍ଲସି

ଅଭୀର ବୋଳା
ରାଧା ମୋହନଂକ ଅପୂର୍ବ ଲୀଳା

ଧନ୍ଯ ଫଗୁଣ
ଧନ୍ଯ ସେ ମୋହନ ବଇଁଶୀ ସ୍ୱନ ।

ସତରେ ଫଗୁଣ ଆସିଲେ ପ୍ରକୃତି ସଜେଇ ହୁଏ ।
ବୃକ୍ଷରାଜି ପଲ୍ଲବିତ ହୁଅନ୍ତି ।

କବି କହେ ପ୍ରକୃତି ରାଣୀ ନୂଆ ଶାଢୀ ପିନ୍ଧେ ।
ବେଣୀରେ ଜାଇ, ଯୂଇ, ମଲ୍ଲୀ, ମାଳତୀ, ପଳାସ, ମହୁଲ, ଶାଳଫୁଲ, ଆମ୍ୱ ବଉଳ ଖୋସେ ।

ନାନା ଜାତି ଫୁଲ, ନାନା ଜାତି ବାସ୍ନାରେ ମହକି ଯାଏ ଚଉଦିଗ ।

ମୃଦୁ ମଳୟର କାଉଁରୀ ସ୍ପର୍ଶରେ ମତୁଆଲା ହୋଇଉଠେ ପ୍ରକୃତିର ତନୁମନ ।

ଏହି ଅବସରରେ ଉତ୍ସବ ରଂଗରସରେ ମାତିଉଠେ ପ୍ରକୃତିପ୍ରେମୀ ମଣିଷ, ବିଶେଷକରି ଆଦିବାସୀ ଓ ଯାଦବ ସଂପ୍ରଦାୟ । ଫଗୁଣରେ ଫୁଲେଇ ହେଉଥିବା ପ୍ରକୃତିରାଣୀର ମାଧୁରୀମାକୁ ମନଭରି ଉପଭୋଗକରିବାକୁ ।

ମନରେ କୌଣସି ପାର୍ଥିବ ଐଶ୍ୱର୍ଯ୍ଯର କାମନା ନଥାଏ କି ଯାଚନା ନଥାଏ, ବାସନା ବୋଇଲେ କେବଳ ଆନନ୍ଦ, ମଧୁର ଲୀଳା,
କୃଷ୍ଣ ଗୁଣ କଥା ବୀରହ କଳା ।

ଧନ୍ଯ ଜୀବନ,
ଆତ୍ମା ପରମାତ୍ମା ସାତ୍ତ୍ବିକ ପ୍ରେମ,
ମଧୁ ମିଳନ ।


– ଲକ୍ଷ୍ମୀଧର ନାୟକ


Share it

Leave a comment

Your email address will not be published. Required fields are marked *

Verified by MonsterInsights