ଫକୀରମୋହନ ଲେଖିଛନ୍ତି – “ରେଭେନସା କଲେଜ କୀର୍ତ୍ତି ସବୁଦିନେ ଥିବ, ଜୟ ଜୟ ଜୟ ଜୟ ରେଭେନସା ସାହେବ ।।” ଧର୍ମେନ୍ଦ୍ର ପ୍ରଧାନ ବାବୁ କଣ ଫକୀରମୋହନ ସେନାପତିଙ୍କ ଠାରୁ ଅଧିକ ଓଡିଶାପ୍ରେମୀ ??

Share it

ସମସ୍ତେ ନ’ ଅଙ୍କ ଦୁର୍ଭିକ୍ଷ କଥା ଉଲ୍ଲେଖ କରୁଛନ୍ତି। ଫକୀରମୋହନ ସେନାପତିଙ୍କ ଆତ୍ମଜୀବନୀରୁ ଉଦ୍ଧୃତି ମଧ୍ଯ ଦିଆଯାଉଛି । ହେଲେ ଫକୀରମୋହନ ସେନାପତି ତାଙ୍କ ରଚିତ “ଉତ୍କଳ ଭ୍ରମଣ”ରେ ରେଭେନ୍ସା ସମ୍ପର୍କରେ ଯାହା ଲେଖିଛନ୍ତି ସେକଥା କେହି ଚର୍ଚ୍ଚା କରୁଛ ନାହାନ୍ତି ।

ଯେଉଁମାନେ ଦେଶପ୍ରେମ ନାମରେ ଅହେତୁକ ଭାବେ ରେଭେନସା ବିରୋଧୀ କଥା କହୁଛନ୍ତି ସେମାନେ କଣ ଫକୀରମୋହନ ସେନାପତିଙ୍କ ଠାରୁ ଅଧିକ ଓଡ଼ିଆ ପ୍ରେମୀ ନା ଅଧିକ ଦେଶପ୍ରେମୀ ।

ଫକୀରମୋହନ ଲେଖିଛନ୍ତି –

“ଧନ୍ଯ ଧନ୍ଯ ଧନ୍ଯ ଧନ୍ଯ ଧନ୍ଯ ଟି. ରେଭେନସା
ଚିରକାଳ ତୁମ୍ଭ କୀର୍ତ୍ତି ଗାଇବ ଓଡିଶା ।।

ବାଳିକା ସ୍କୁଲ୍, ଜେନେରାଲ ହସ୍ପିଟାଲ
ଚାନ୍ଦବାଲି ବନ୍ଦର, ହାଇଲେଭେଲ କେନାଲ ।।

ନର୍ମାଲ ଇସ୍କୁଲ, ସର୍ଭେ ଇସ୍କୁଲ ଇତ୍ଯାଦି
ତୁମ୍ଭର ଏ କାର୍ଯ୍ଯ ସନମତ ସର୍ବବାଦୀ ।।

ରେଭେନସା କଲେଜ କୀର୍ତ୍ତି ସବୁଦିନେ ଥିବ
ଜୟ ଜୟ ଜୟ ଜୟ ରେଭେନସା ସାହେବ ।।”

ଧର୍ମେନ୍ଦ୍ର ପ୍ରଧାନ ବାବୁ କଣ ଫକୀରମୋହନ ସେନାପତିଙ୍କ ଠାରୁ ଅଧିକ ଓଡିଶାପ୍ରେମୀ ??


Share it

Leave a comment

Your email address will not be published. Required fields are marked *

Verified by MonsterInsights