ପୋଲିସର ନାଁ ବଦଳାଇ ‘ଲୋକରକ୍ଷକ’ କରାଯାଉ

Share it

Mo Lekha
10th August 2020

ପୋଲିସ ର ନାଁ ବଦଳାଇ ‘ଲୋକରକ୍ଷକ’ କରାଯାଉ

ପୋଲିସ ଗୁଣ୍ଡା ଓ ପୁରୀ ପଣ୍ଡାଙ୍କ ପରିକା ଆଚରଣ ଛାଡୁ

ଥାନାକୁ ପୁରସ୍କୃତ କରିବା ପରମ୍ପରାଟିଏ ସୃଷ୍ଟି କରାଯାଉ

Zero Crime police station ପାଇଁ ପ୍ରୋତ୍ସାହିତ କରାଯାଉ

ପାଞ୍ଚ ସାତଟା କ୍ରାଇମ୍ ଚିହ୍ନଟ କରାଯାଉ ଯଥା
ଚୋରୀ, ଡକାୟତି, ଲୁଟ୍, ଡ୍ରଗ୍ସ କାରବାର, ଉତପାତିଆ, ସେନ୍ ଡ୍ରାଇଭିଂ, ଛୋପରା, ରୋଡ୍ ରୋମିଓ, ମାଫିଆଗିରି, ଦାଦାଗିରି, ଗୁଣ୍ଡାଗିରି ଇତ୍ୟାଦି

ପୋଲିସ ଅଜାଣତରେ ଏ ସବୁ କ୍ରାଇମ୍ ପ୍ରାୟତ ହୋଇପାରେ ନାହିଁ, ପୋଲିସ ଚାହିଁଲେ ଏଗୁଡା ଶୂନ୍ୟସ୍ତରକୁ ଆସିପାରିବ

ଆବଶ୍ୟକ ହେଲେ ଏପରି ଗୋଟିଏ ଥାନାପାଇଁ କୋଟିଏ ଟଙ୍କା ପୁରସ୍କାର ଘୋଷଣା କରାଗଲେ ବି ସେଥିରୁ ଯେତିକି ସାମାଜିକ ସୁଫଳ ଫଳିବ ତାର ମୂଲ୍ୟ ଶହେକୋଟିରୁ ଅଧିକ ହେବ

ଏଥିପାଇଁ ପ୍ରଥମେ ସମାଜର ସବୁଠୁ ଭଲ ଚରିତ୍ରବାନ ମଣିଷ ଟିଏ ପୋଲିସ ହେବା ଦରକାର

ସେ ସରକାରଙ୍କ ଗୁଣ୍ଡାବାହିନୀ ନୁହେଁ, ଆଇନ ରକ୍ଷକ, ଲୋକ ରକ୍ଷକ, ସେ ଏ ଧାଡିକ ସାହସର ସହ ଚିନ୍ତା କରିପାରୁଥିବା ଦରକାର

ସେ ସହସ୍ରାକ୍ଷ ହୋଇପାରୁଥିବା ଦରକର, ଅର୍ଥାତ୍ ସବୁ ମଣିଷ ପୋଲିସର ଆଖି ପରି କାମ କରିପାରୁଥିବେ, ତାର ସେତିକି ଲୋକ ସମ୍ପର୍କ ଥିବା ଦରକାର

ଏ କାମ ଆଜିର ଟେକ୍ନୋଲୋଜି ଯୁଗରେ କଷ୍ଟକର ନୁହେଁ,
ମୋବାଇଲ ହ୍ୱାଟସଆପ୍ ନମ୍ୱରଟେ ଜାରୀ କରିବ,
ଲୋକ ତା ଆଖିସାମନାର ଅଘଟଣା ସମ୍ପର୍କରେ ଏ ମୋବାଇଲକୁ ମେସେଜ୍ ଦେବ,

ଏମିତି ଆପ୍ କରିବ ଯେମିତି କେଉଁ ଜାଗାରେ କି ପ୍ରକାର କ୍ରାଇମ ହେଉଛି ଅବା ହେବାକୁ ଯାଉଛି, ସେ ଖବର ପୋଲିସ ପାଖରେ ପହଞ୍ଚିଯିବ, କିନ୍ତୁ କିଏ ଖବର ଦେଲା, କୌଣସି ହାଲତରେ ଯେମିତି ପୁଲିସ ଜାଣି ନପାରିବ ସେ ବ୍ୟବସ୍ଥା ସେ ଆପ୍ ରେ ରହିବ,

ତାହେଲେ ଯାଇ ଯେ କେହି ସାଧାରଣ ଲୋକ ସାହସର ସହିତ ପୋଲିସକୁ ଏ ହ୍ୱାଟସଆପରେ ସୂଚନା ଦେଇ ପାରିବ

ବ୍ୟସ୍ତ ହୁଅନ୍ତୁନି, ଲୋକେ ଯେତେ ପ୍ରକାର ଆଜୁରୁ ବାଜୁରୁ ସୂଚନା ଦେଲେ ବି ପୋଲିସ ସେଥିରୁ ତାର ଯେଉଁ ସୂଚନା ଆବଶ୍ୟକ ସେ ସୂଚନା, ସେ ସୁରାକ ସିଏ ପାଇଯିବ, ସେଥିପାଇଁ ତ ସିଏ ପୁଲିସ

ସୂଚନା ବ୍ୟବସ୍ଥା ରହିଲା,
ପୁରସ୍କାର ବ୍ୟବସ୍ଥା ରହିଲା ,
ପୁରସ୍କାର ମାନେ ହ୍ୱାଇଟ ପିସି,
କେବଳ ବ୍ଲାକ୍ ପିସି ଟା ରହିବ ନାହିଁ,

ଏତେକ କରିବା ପରେ ଯଦି ପୁଲିସି ZERO CRIME ZONE ନକରି ପାରୁଚି ତାହେଲେ ବୁଝିବାକୁ ହେବ ଯେ ଆମେ ପୁଲିସି ରିକୃଟ୍ କରିବା ପରିବର୍ତ୍ତେ ଭୁଲରେ ଛେଳିଟାଏ ପାଳିଥିଲେ,
ତାକୁ ସାଙ୍ଗେ ସାଙ୍ଗେ ପଶୁମନ୍ତ୍ର ଦେଇ ଚନ୍ଦକା ଜଙ୍ଗଲରେ ଛାଡିଦେବ ।

ପୋଲିସ ଶବ୍ଦର ଅର୍ଥ କଣ କେଜାଣି
ଏ ବ୍ରିଟିଶ ପ୍ରଦତ୍ତ ପୋଲିସ ଶବ୍ଦ ମୋଟେ ଭଲ ଶୁଭୁନି

ପୋଲିସର ନାଁ ଟା ବଦଳେଇ ଦେଇ ଯେଉଁଦିନ ଲୋକରକ୍ଷକ କରିଦେବ,‌ ଦେଖିବ ସେହିଦିନ ପୋଲିସଟା ଅଧା ଭଗବାନ ହେଇଯିବ

ସେଇ ଗୋଟିଏ ଶବ୍ଦ, ସେଇ ଗୋଟିଏ ସମ୍ମାନଜନକ ସମ୍ୱୋଧନ, ପୋଲିସର ଚରିତ୍ରକୁ ପ୍ରତି ମୁହୁର୍ତ୍ତରେ ଧୋଇ ନିର୍ମଳ କରି ଚାଲିଥିବ

ଏଇ ଗୋଟିଏ ଶବ୍ଦ ପୋଲିସ କାନରେ ପ୍ରତିମୂହୁର୍ତ୍ତରେ ଗୁଞ୍ଜରିତ ହେଉଥିବ, ପୋଲିସର ଅନ୍ତରାତ୍ମାକୁ ପ୍ରତି ମୁହୂର୍ତ୍ତରେ ଦଂଶନ କରି କହୁଥିବ –

ତୁ ସରକାରୀ ଗୁଣ୍ଡା ନୁହଁ,
ତୁ ନେତା ରକ୍ଷକ ନୁହଁ,
ତୁ ଲୋକ ରକ୍ଷକ

ତୋର କାମ ଲୋକ ରକ୍ଷଣ,
ତୁ ବି ଏ ସମାଜର ଅନ୍ୟତମ ଭଗବାନ

ଥରେ ଏକଥା କରି ଦେଖନ୍ତୁ ନା !!


ଲକ୍ଷ୍ମୀଧର ନାୟକ
My Facebook Post: 10th August 2020


Share it

Leave a comment

Your email address will not be published. Required fields are marked *

Verified by MonsterInsights