ପୁରା ଅର୍ଗାନିକ୍ ଜିନିଷ

Share it

ଏକଦା ବ୍ରିଟିଶ ଲୋକ ଭାରତ ଶାସନକୁ ମାଡିବସିଥିଲେ

ତାଙ୍କ କମ୍ପାନୀ ତିଆରି ଫରେନ୍ ଲିକର୍ ଭାରତରେ ବିକ୍ରି ହେଲା ନାହିଁ

ସେମାନେ ବେପାରୀ ଜାତି,

ସେମାନେ ଅନୁସନ୍ଧାନ କଲେ, କଣ ଏହାର କାରଣ

ସେମାନେ ଦେଖିଲେ ଭାରତୀୟ ଲୋକେ Wine ବା ମଦ ପିଉଛନ୍ତି,

ସେଗୁଡା ମହୁଲରୁ ତିଆରି ମହୁଲି ନହେଲେ ଚାଉଳରୁ ତିଆରି କାଞ୍ଜି ବା ହାଣ୍ଡିଆ, ନହେଲେ ସଳପ ଗଛ ରସ ନହେଲେ ଖଜୁରୀ ରସ ପିଉଛନ୍ତି, ପୁରା ଅର୍ଗାନିକ୍ ଜିନିଷ,

ଏ ମଦ ତିଆରି କରିବା ଟିକେ ନିକିମା ଆଉ ପରିଶ୍ରମ କାମ ତ , ତେଣୁ ବେଶୀ ଲୋକ ଗଞ୍ଜେଇ ପତ୍ରକୁ ବାଟି କି ଟେଳେଇ ଲେଖା ପକେଇ ଦେଇ କ୍ଷୀର ଗିଲାସେ ପିଇକି ବୁଲୁଚନ୍ତି,

ବାକି ଅନ୍ୟ ବହୁତ ଲୋକ ଏହାର ଜଟାକୁ ଗଞ୍ଜେଇ କହି ମାଟି ଚିଲିମରେ ସମବାୟ ଭିତ୍ତିରେ ପୁରା ଭାଇଚାରା ସହିତ ମଧୁର ଗୋଷ୍ଠୀ ସମ୍ପର୍କ ବରକରାର୍ ରଖି ମହା ଆନନ୍ଦରେ ଭୋଳାନାଥଙ୍କ ପ୍ରସାଦ ଜ୍ଞାନରେ ବାଣ୍ଟି କୁଣ୍ଟି ଟାଣି ଚାଲିଚନ୍ତି,

ଓଃ ଗଞ୍ଜେଇ ଗୋଷ୍ଠିର କି ଭାଇଚାରା, କି ଭାବ !

ଚିଲିମ ପୁରା ଜଣଙ୍କ ହାତରୁ ଆଉଜଣଙ୍କ ହାତକୁ ବୁଲୁଥିବ, ପୁରା ସମରସତା , ସୋସିଆଲିଜିମ୍ ଟା ଏ ଗଞ୍ଜେଇ ଗୋଷ୍ଠୀରେ ଦେଖିବାକୁ ମିଳେ

କୁହାଯାଏ

ଏକ୍ ଚିଲମ୍ ଫସରଫସା
ଦି ଚିଲମ୍ ଟିକିଏ ମଜା
ତିନି ଚିଲମ୍ ମଦନ ମୋହନ
ଚାରି ଚିଲମ୍ ମୁଁ ବେ ରଜା

ଏ ଗଞ୍ଜେଇ ଗୁଡା ବି ପୁରା ଅର୍ଗାନିକ୍ ଜିନିଷ ବା ,
ଖର୍ଚ ଶୂନ, ଯୋଉଠି ମଞ୍ଜି ପଡିଲା ସେଠି ଗଛ ଉଠିବ,
ବିନା ଯତ୍ନରେ ଅର୍ଘାସୁର ଭଳିଆ ବଢିବ

ମୁଁ ଯାହା ଅନୁଭବ କଲି ପୋଟଳ ଚାଷରେ ଅଜସ୍ର ପରିଶ୍ରମ, ବହୁ ପଇସା ଖର୍ଚ, ଅତି ସୁକ୍ଷ୍ମ ଚାଷ,

ସେ ପୋଟଳ ଗଛଟା ମହା ହିଂସିକି, କିଆରୀରେ ଗୋଟିଏ ଘାସ ଗଛ ଥିଲେ ବି ଫଳିବନି,

କେବଳ ଦକ୍ଷିଣା ପବନ ବାଜୁଥିଲେ ଫଳୁଥିବ, ଟିକିଏ ପୁର୍ବେଇ କି ଉତ୍ତରା ପବନ ହେଲେ ଫଳିବନି, ଫୁଲରେ ପୋକ ବସିଗଲେ ଫଳିବନି,

ହଁ ପୁଣି ମାଲିକ ଯଦି ମନକୁ ନଗଲା ତାହେଲେ ବି ଫଳିବନି,

ଦି ଭାଇ ହେଇଥିବେ, ଏକା ଜମି ହେଇଥିବ, ଗୋଟାଏ ବସ୍ତାରେ କନ୍ତର ହାଟରୁ ପୋଟଳ ଚାରା ଆଣିଥିବେ, ଏକା ଦିନେ ଲଗେଇଥିବେ,
ଜଣଙ୍କର ପାଳିକେ ତିନି କୁଇଣ୍ଟାଲ ବାହାରିଲା ବେଳକୁ ଜଣଙ୍କର ଦଶ କିଲ ବି ଫଳିବନି, କଣ ମଣିଷ କରିବ କୁହ,

ମୁଁ ଏଥର ଖରାଦିନେ ଗାଁରେ ଦୁଇମାସ ଥିଲି , କରୋନା ମଉକାରେ, ଗାଁରେ ଥିଲାବେଳେ ଥରେ ମୋ ବିଷନି ମାମୁଁଙ୍କ ବିଲକୁ ଯାଇଥିଲି ପୋଟଳ ତୋଳିବାକୁ, ମୂଲିଆ ଅବତାରରେ,

ମୋ ମାମୁଁ ବିଲ, ମୂଲିଆ ହେଲେ କଣ ଲାଜମାଡୁଚି କି ?

ତାପରେ ଗାଁରେ ଥିଲାବେଳେ ତ ମୁଁ ଧୋତି ଖଣ୍ଡେ ପିନ୍ଧି ଗାମୁଛା ଖଣ୍ଡେ ପକେଇ ଗାଁ ମୁଣ୍ଡ ବରଗଛ ମୂଳେ ପିଲାଙ୍କ ସାଙ୍ଗେ ତାସ୍ ଖେଳେ,
ମୁଁ କଣ ଅଣ୍ଟାରେ ପଇସା ମାରିକି ଗାଁ ମୁଣ୍ଡକୁ ଯାଏ ନା କଣ, ପଇସା ଥିଲେ ତ ସାର୍ଟ ପକେଟ୍ ରେ ଥିବ,
କିନ୍ତୁ ମୁଁ ପାନ ତ ପ୍ରବଳ ଖାଏ,

ସେଗୁଡା ସବୁ ଗାଁ ପିଲା ଯୋଗାନ୍ତି ବସ୍ତା ବସ୍ତା,
କାଳିଆ ସନ୍ଦୀପ ସଂଗ୍ରାମ ମନୋଜ ଚଗି ବ୍ରିଜ୍ ଧୁନା, ଗେଡୁ ଦାଦା, ବିଷ୍ଣୁଭାଇ ସମସ୍ତେ ତ ଦିଅନ୍ତି କେତେ ନାଁ ଲେଖିବି,
ମୁଁ ଥରେ ଭାବିଲି କେତେ ଋଣି ହବା ଏମାନଙ୍କ ସ୍ନେହ ଶ୍ରଦ୍ଧା ପାଖରେ

ଦିନେ ମଉକା ମିଳିଲା ତ ଭାବିଲି ଆଜି ସନ୍ଦୀପ ସଂଗ୍ରାମର ମୂଲିଆ ହେଇ ପୋଟଳ ତୋଳିବା

ଆମେ ଗୋଟାଏ ଗାଁର ଘଣ୍ଟାଏ ମୂଲିଆ ହେଲେ ସେ ଗାଁ ଲୋକଙ୍କର କୋଟିଏ ଯୁଗର ଋଣ ଶୁଝିଯିବା କଥା

ପୋଟଳ ତୋଳୁ ତୋଳୁ ସେ କିଆରି କଣ ମୁଣ୍ଡରେ ଗୋଟାଏ ଗଛ ଦେଖିଲି, ଗେଣ୍ଡୁ ଗଛ ଭଳିଆ ଗଛ
କିନ୍ତୁ ପୁରା ରୁରୁଷେ ଉଚ୍ଚ ହେଇଛି,

ବୁଝୁ ବୁଝୁ ସେଇଟା ଗଞ୍ଜେଇ ଗଛ

ସୁବାସ ଯାହା କିଆରିରେ କାମ କରିଥିବ ସେ କିଆରୀ ମୁଣ୍ଡରେ ବସି କେତେବେଳେ ଲୁଚେଇକି ଟିକେ ଗଞ୍ଜେଇ ଟାଣି ଦିଏ, ମଞ୍ଜି ପଡି ବେଳେବେଳେ ଏମିତି ଗଛ଼ିଟିଏ ଉଠିଯାଏ

ମୁଁ ସେଦିନ ଭାବିଲି ଶ ବିନା ପରିଶ୍ରମରେ ଯଦି ଗଞ୍ଜେଇ ଏମିତି ବଢୁଛି, ତାହେଲେ ଏତେ ପରିଶ୍ରମ କରି ପୋଟଳ କାହିଁକି ଚାଷ କରିବ, ଚାଷୀ ପାଏ ଅଧମାଣେ ଗଞ୍ଜେଇ କାହିଁକି ଚାଷ ନ କରିବ ?

,ଗଞ୍ଜେଇ ଚାଷରେ ପରିଶ୍ରମ ପାଖାପାଖି ଶୂନ,
ଲାଭ ତ ବହୁତ

ସରକାର ଏଭଳି ଲାଭଜନକ ଚାଷକୁ ବ୍ୟାନ କାହିଁକି କରିଛନ୍ତି ??

ସେଇ ଦିନଠୁ ମୋ ମନକୁ ଗଞ୍ଜେଇ ନିଶା ଚଢିଛି

ଗଞ୍ଜେଇ ଉପରୁ ବ୍ୟାନ ନ ଉଠେଇବା ପର୍ଯ୍ୟନ୍ତ ଏ ଅନୁସନ୍ଧାନ ଜାରୀ ରହିବ

ଗଞ୍ଜେଇ ଗଛ କଣ କେବଳ ନିଶା ଦ୍ରବ୍ୟ ଭାବରେ ବ୍ୟବହାର ହେବ, ତାର କଣ ଅନ୍ୟ କିଛି ଭଲ ବ୍ୟବହାର ନାହିଁ ?

ଚାଉଳରୁ ତ ପୁଣି ହାଣ୍ଡିଆ ଚାଉଳି ମଦ ତୀଆରି ହୁଏ,
ତା ବୋଲି ଲୋକେ କଣ ଚାଉଳକୁ ଖାଲି ହାଣ୍ଡିଆ କରି ପିଉଛନ୍ତି ?

ତାହେଲେ ଆମେ କଣ ଧାନକୁ ଅବକାରୀ ଦ୍ରବ୍ୟ ଘୋଷଣା କରି ଦେବା ନା କଣ ?

ଯଦି ଏହାର ଉତ୍ତର ନାଁ ହେବ
ତାହେଲେ ଗଞ୍ଜେଇ ଚାଷ କାହିଁକି ବ୍ୟାନ୍ ହେବ ?

ଚାଷୀ କେବଳ ଧାନ ଚାଷ କରି ତାକୁ ବିକିବାକୁ ମଣ୍ଡିରେ ବସି କାନ୍ଦିବ, ଗାଁ ପିଲା ସୁରଟ ସୂତା ମିଲ୍ ରେ ଯାଇ ଦାଦନ ଖଟିବ

ଚାଷୀ ଧାନ ବାଦାମ ପୋଟଳ ବାଇଗଣ ସହ ଅଧ ଏକରେ ଗଞ୍ଜେଇ ଚାଷ କରି ବର୍ଷକୁ କାହିଁକି ଦି ଲକ୍ଷ ରୋଜଗାର ନକରିବ ?

ହଁ
ଆମ ମୂଳ କଥା କଣ ଥିଲା

ଇଂରେଜମାନେ ଦେଖିଲେ ଭାରତୀୟ ଲୋକେ
ପ୍ରକୃତି କୋଳରେ ଫଳୁଥିବା, ପ୍ରାୟ ମାଗଣା ମିଳୁଥିବା ପୁରା ଅର୍ଗାନିକ୍ ମଦ ଗଞ୍ଜେଇ ନିଶା ଛାଡି ,
ସେମାନେ ଏ Liquor ବା ରାସାୟନିକ ସ୍ପିରିଟ୍ ଗୁଡା ପଇସା ଦେଇ କିଣି ପିଇବେ ନି,
ଲିକର୍ ଗୁଡା ତ ମଦ ନୁହେଁ, ପୁରା ଡାଇରେକ୍ଟ ବିଷ

ତେଣୁ ସେମାନେ ତାଙ୍କ ଦେଶ କମ୍ପାନୀ ତିଆରି ଲିକର୍ ବିକିବାକୁ ଗୋଟେ ଅବକାରୀ ଆଇନ କରି
ଗଞ୍ଜେଇ ଉପରେ ବ୍ୟାନ ଲଗେଇଥିବେ, ମହୂଲ ଉପରେ ବ୍ୟାନ୍ ଲଗେଇଥିବେ

ଆଉ ସେ ଧଳା ବ୍ରିଟିଶ ଗଲା ପରେ ଆମ କଳା ବ୍ରିଟିଶମାନେ ସେଇ ଅବକାରୀ ଧାରାକୁ ଧରି ଆଜିଯାଏ ରାସ୍ତା ଚାଲୁଛନ୍ତି

ଏ ଧାରାକୁ ଭାଙ୍ଗିବାକୁ ପଡିବ

ମୁଁ ଆଗରୁ ଥରେ ଲେଖିଥିଲି ମହୁଲ ଜନମ କଣ ମହୁଲି ପାଇଁ
ମହୁଲରୁ କଣ ଗୁଡ ହେବ ନି, ଗୋଖାଦ୍ୟ ହେବ ନି, ପିଠା ହେବ ନି, ଯଦି ପିଠା ହେବ ସେଥିରୁ ବିସ୍କୁଟ୍ କାହିଁକି ନହେବ, ଲଡୁ କାହିଁକି ନହେବ, ଏମିତି ଶହେ ପ୍ରଶ୍ନ ପଚାରିଥିଲି ସରକାରଙ୍କୁ

ପ୍ୟାରୀବାବୁ ସେତେବେଳେ ଗୋଟାଏ ଦୁଇଟା କମ୍ପାନୀକୁ ଡାକି ଦାୟିତ୍ୱ ଦେଇଥିଲେ ଏ ସମ୍ପର୍କରେ ବୁଝା ବୁଝି କରି କଣ ହେଇ ପାରିବ କହିବାକୁ,
ସେ ଲୋକ ତ ଆଜି କାଲି ମର୍ତ୍ତ୍ୟରେ ଦିଶୁ ନାହାନ୍ତି, ନାହାନ୍ତି ବୋଧେ , କୁଆଡେ ବାହାରକୁ ଯାଇଛନ୍ତି କି କଣ

ସେହି ନ୍ୟାୟରେ ମୁଁ ଆଜି ସରକାରଙ୍କୁ ପଚାରୁଛି, ଆପଣମାନଙ୍କୁ ମଧ୍ୟ ପଚାରୁଛି

ଗଞ୍ଜେଇ ଜନମ କଣ କେବଳ ଚିଲମ ପାଇଁ ???

ଏଥିରୁ କିଏ କହୁଚି କ୍ୟାନସର ଓଷଦ ତିଆରି ହେଇ ପାରିବ, ଆଉ କଣ ସବୁ ଓଷଦ ତିଆରି ହେଇ ପାରିବ,
ଗଞ୍ଜେଇ ଗଛ ଝାଟିରେ ସବୁଠୁ ଭଲ ଦାମିକା କାଗଜ ତିଆରି ହେଇ ପାରିବ, ସିମେଣ୍ଚ ତିଆରି ହେଇ ପାରିବ, ଆଉ କଣ ସବୁ ତିଆରି ହେଇ ପାରିବ

ମୁଁ ଏ ବିଷୟରେ ଏବେ ବେଶି କିଛି ଜାଣିନି
ଜାଣିବାକୁ ଚେଷ୍ଟା କରୁଛି

ଜାଣିଲେ ଏଠି ଧାରା ବିବରଣୀ ଦେବି

ହେଲେ ଏକଥା ଶୁଣିବ କିଏ
ମୋ ଓଡିଶାରେ ତ ସବୁ ଅଛି, ଗୋଟେ ସରକାରକୁ ଛାଡି

ସରକାରଟା ତ କୋଡିଏ ବର୍ଷ ନହେଲେ ବି 2009 ରୁ କବାଟ କିଳିକି ଘରେ ବଇଚି,
ଆଉ ତାକୁ ଯିଏ ଚଳୋଉଚି ସିଏ ସେଇ କବାଟକିଳା ଘର ଭିତରେ ସରକାରଙ୍କ ଚେୟାର ପଛରେ ମୁହଁ ଲୁଚେଇକି ବସୁଚି

ହଜାର ଥର କହିଲିଣି
ଆରେ ବାବୁ ପଦାକୁ ବାହାରି ଆ

ମୁଁ ତ ତତେ ଭଲ ପାଉଚି
ମୁଁ ତ କହୁଚି ତତେ ସବୁ ଓଡିଶା ଲୋକ ମଧ୍ୟ ଭଲ ପାଉଚନ୍ତି
କିରେ ବାବୁ ଡରୁଚୁ କାହିଁକି

ଡରିବାର କିଛି ବି କାରଣ ନାହିଁ
ସିଧା କିଳା ଧରି ପଦାକୁ ଭାଆରି ଆ

ଲୋକଙ୍କୁ ଲୁଚି ଲୋକଙ୍କୁ ଶାସନ ସେବା ଦେଇ ହୁଏ କି ?

ଆଜି ମୋର ଜଣେ ଭଲ ବନ୍ଧୁ, ଜଣେ ଭଲ ମଣିଷ, କର୍ମ଼ମୟ ଜୀବନରେ ଜଣେ ଭଲ ଅଫିସର, ଅବସରପ୍ରାପ୍ତ ଚିଫ୍ ଇଞ୍ଜିନିୟର୍ Chakradhar Mohanta ବାବୁ ସକାଳୁ ସକାଳୁ ଏ ଗଞ୍ଜେଇ ଚାଷ ଉପରେ ମୋ ପୂର୍ବ ଲେଖାକୁ ଟିକେ ଉଖୁରେଇ ଦେବା ହେତୁରୁ ଏତେକ ଲେଖିଲି

ଆଜି ଲକ୍ ଡାଉନ୍ ଟାଇମ୍ ପାସ୍ ପାଇଁ ଏତିକି ସଫିସିଏଣ୍ଟ ହେବ

ଆଉ ବୋଧେ ଗୋଟାଏ ଦିନ ତ

ତା ପରେ ଅବଶ୍ୟ ସରକାର କଣ କରିବେ କେଜାଣି
ଅବସ୍ଥା ଦେଖି ଯାହା ବ୍ୟବସ୍ଥା କରିବେ

ଅନଲକ୍ କଲେ କାମଦାମ ଖୋଜି କରିବା
ନହେଲେ ଏ ଫେସବୁକ୍ ରେ ଏଇମିତି ପୁଣି ଗୁଲି ଖଟି ଚାଲିବ, ଚିନ୍ତା କଣ

କାଲି ମୋର ଜଣେ ବନ୍ଧୁଙ୍କୁ ମେସେଜ୍ ଦେଇଦେଲି

ମୁଁ କହିଲି ତୁମ ଉପରେ ମୋର ଦଶ ହଜାର ଟଙ୍କା ଆଡଭାଟାଇଜମେଣ୍ଟ ପଇସା ସତ୍ୟ ଯୁଗରୁ ବାକି ଅଛି

ଏବେ କଳିଯୁଗରେ ସେ ପଇସା ମୋ ଭଡାଘର ମାଲିକଙ୍କ ପ୍ରିତ୍ୟର୍ଥେ ପେମେଣ୍ଟ କରି ପୁଣ୍ୟ ଅର୍ଜନ କରିବାକୁ ଚାହିଁବେ କି

ବନ୍ଧୁ ସାଙ୍ଗେ ସାଙ୍ଗେ ହଁ କହିଲେ

କାରଣ ବନ୍ଧୁ ଏଥିରୁ ବୁଝି ଯାଇଥିବେ ଏ ନିର୍ବୋଧ ବାଳକଟି କଣ କହିବାକୁ ଚାହୁଁଚି, ଆଉ କେଉଁ ଅବସ୍ଥାରେ ଥିଲେ ଏପରି ମେସେଜ ଆସେ,
ସତ କହିବାକୁ ଗଲେ
ଆଇ .ଏ .ଏସ୍ . ମାନେ ଚଟ୍ କରି କଥାଟାକୁ ବୁଝିପକାନ୍ତି,

କିନ୍ତୁ ଅଳପ ଭଲ ଲୋକ ଥାଆନ୍ତି କାମରେ କଲାବାଲା
ବାକିତକ କେବଳ ଦଳେ ଘୋଷା ଶୁଆ ନହେଲେ ନଲେଜିଏବୁଲ୍ କମ୍ପ୍ୟୁଟର ଗୁଡିଏ

ସେ ଯାହାହେଉ ଘରଭଡା ତ ଯୋଗାଡ ହେଇଗଲା
ଅନ୍ୟାନ୍ୟ କଥା ଦେଖିବା କଣ ଗୋଟେ ଉପାୟ କରିବା

ଆମେ ତ ଜାତିରେ ଆଦିବାସୀ
ଆମର କୋଉ ଡରିବା ଅଭ୍ୟାସ ଅଛି ଯେ ଡରି ଯିବୁ

ଯାହା ତ ସାମ୍ନା କୁ ଆସିଲେ ତାକୁ ସାମ୍ନା କରିବା କଥା
ସେଥିରେ ତ ଆମେ ବାଲ୍ୟକାଳୁ ଅଭ୍ୟସ୍ତ

କିଛି କୁଆଡୁ ନହେଲେ ଶେଷକୁ ଚକ୍ର ଟା ତ ଅଛି
ସିଏ ତା କାମ କରିଦେବ ନି କି !!!

ଚିନ୍ତା କ’ଣ ଯେ

HAPPY FRIENDSHIP DAY

ଲକ୍ଷ୍ମୀଧର ନାୟକ
My Facebook Post:30th July 2020


Share it

Leave a comment

Your email address will not be published. Required fields are marked *

Verified by MonsterInsights