ପ୍ରାର୍ଥନା : ସରକାର ମତେ ଟଙ୍କାକିଆ ଚାଉଳ ଦେ …

Share it

25th July 2024

ସରକାର ମତେ ଟଙ୍କାକିଆ ଚାଉଳ ଦେ ….

ବହୁତ ସୁନ୍ଦର ପ୍ରାର୍ଥନା
ପ୍ରାୟ ସବୁ ସ୍କୁଲରେ ପ୍ରାର୍ଥନା ବୋଲାଯାଏ ,
ଆମ ସ୍କୁଲରେ ବି କିଛି ଦିନ ଏ ପ୍ରାର୍ଥନା ବୋଲାଯାଉଥିଲା, ପରେ ତାକୁ ବଦଳାଇ ଦିଆଯାଇଥିଲା

ଆମ ସ୍କୁଲରେ ଆମ ସମୟରେ ବୋଧହୁଏ ଅଭିମନ୍ୟୁ ସାମନ୍ତସିଂହାରଙ୍କ ରଚିତ ପଦ୍ଯକୁ ପ୍ରାର୍ଥନା ସଭାରେ ବୋଲାଯାଇଥାଏ

ଅପ୍ରାକୃତ ପ୍ରେମମୂର୍ତ୍ତୀ …
ଆଲୁଅ ଉଅଁଆସ ବରଷା ବତାସ …
ଏମିତି କଣ କଣ ସବୁ

ମୁଁ ପ୍ରାର୍ଥନା ବୋଲିବାକୁ ଭଲ ପାଏନି , କାରଣ ମୋତେ ସ୍ବରରେ ଗୀତ ବୋଲି ଆସେନି , ଦ୍ୱିତୀୟତ ମଗାଯଚା କରିବାକୁ ମୋତେ ଭଲ ଲାଗେନି, ସେଇଟା ଗୋଟେ ବହୁତ ସଙ୍କୋଚ ଓ ବହୁତ କଷ୍ଟ କାମ ମୋ ପାଇଁ,
ସେଥିପାଇଁ ମୁଁ ପ୍ରାୟତଃ ପ୍ରାର୍ଥନା ଗାଏ ନି ,
ତେଣୁ ମୋର ମନେ ନାହିଁ

ମୁଁ ପ୍ରାର୍ଥନା ସଭା ଶେଷରେ ଖବର କାଗଜର ହେଡ୍ ଲାଇନ ଗୁଡା ପଢେ , ଦଶମ ଏକାଦଶ ଶ୍ରେଣୀର କାହାକୁ ଜଣକୁ ଏ ପେପର ପଢିବା ଦାୟିତ୍ବ ଦିଆଯାଇଥାଏ, ମୁଁ ଦୁଇବର୍ଷ ପଢିଚି

ଏ ପ୍ରାର୍ଥନାରେ ଈଶ୍ୱରଙ୍କୁ ବିଶ୍ବ ବିହାରୀ କୁହାଯାଇଛି , ଗୋଟେ ଦୃଷ୍ଟିରୁ ଠିକ୍ ଯେ,
ହେଲେ ଈଶ୍ବରସତ୍ତା ତ ଅନନ୍ତ କୋଟି ବିଶ୍ବରେ ପରିବ୍ଯାପ୍ତ ,

ସିଏ ଏମିତି ମଝିରେ ମଝିରେ ପରିଭ୍ରମଣ ବା ବିହାର କରିବାକୁ ଆସୁ ନଥିବେ, ସେ ସତ୍ତା ତ ସଦାକାଳେ ସବୁଠାରେ ସବୁରି ଭିତରେ ସଦା ବିଦ୍ୟମାନ

ତାଙ୍କର ଗୁଣ ସ୍ମରଣ କରାଯିବା ଖୁବ୍ ଭଲ କଥା, ତାଙ୍କୁ କିଛି ମାଗିବା ଅଭ୍ଯାସ କରିବା ବୋଧହୁଏ ଠିକ୍ ନୁହେଁ , କାରଣ ଚରମ ପରମ ଈଶ୍ବର ସତ୍ତା କେହି ଜଣେ ସ୍ବତନ୍ତ୍ର ନିର୍ମିତ ବ୍ଯକ୍ତି ନୁହନ୍ତି

ଏ ପ୍ରାର୍ଥନାରେ ଈଶ୍ୱର ନାମକ ଜଣେ କେହି ବ୍ଯକ୍ତିଙ୍କୁ କିଛି ମଗାଯାଉଥିବା ପରି ଅନୁଭବ ଆସେ,

ତେଣୁ ଏ ପ୍ରାର୍ଥନା ମାଧ୍ଯମରେ ମାଗି ଚଳିବା, କର୍ମ ଅପେକ୍ଷା ମାଗଣା ଖାଇ ଚଳିଯିବା ମାନସିକତାଟିଏ ଶିଶୁ ମନରେ ଆରୋପିତ ହୋଇଯିବାର ସମ୍ଭାବନା ରହୁଥିବ ନିଶ୍ଚୟ

ସତ କହି ମଲେ ମରିବି – ଏହା ଗୋଟେ ସରଳ ନିର୍ଭୟ ଶିଶୁ ମନରେ ଭୟ ବି ସଞ୍ଚାର କରୁଥାଇ ପାରେ

ଧନ ଜନ ଲୋଡା ନାହିଁ ହେ – ଏହା ଶହେରେ 99 ରୁ ଅଧିକ ମଣିଷଙ୍କ ଜୀବନରେ ଏକ ଅବାସ୍ତବ କଥା, ବାସ୍ତବ ଜୀବନରେ ଏହା ପ୍ରାୟତଃ ସମସ୍ତଙ୍କର ଆବଶ୍ଯକତା ,

ଅର୍ଥାତ୍ ଆମେ କହିବା ପ୍ରକାରେ କରିବା ପ୍ରକାରେ – ଏପରି ଏକ ଅଭ୍ଯାସ ବିକଶିତ ହେବାର ସମ୍ଭାବନା ବି ରହେ,

ପ୍ରାର୍ଥନାରେ କହିବା ଧନ ଜନ ଲୋଡା ନାହିଁ ଯଦିଓ ଜୀବନ ସାରା ଧନ ଲୋଡିବା ଜନ ଲୋଡିବା ଏକ ସର୍ବନିମ୍ନ ଆବଶ୍ଯକତା ହିସାବରେ ସମସ୍ତେ ଏହା ଲୋଡି ଥାଆନ୍ତି

ଈଶ୍ବର ସଚରାଚରରେ ବିଦ୍ୟମାନ ଏକ ସତ୍ତାର ସର୍ବନାମ ହେଲେ , ସେ ସବୁରି ଭିତରେ ଅଛନ୍ତି, ଶିଶୁ ଭିତରେ ମଧ୍ଯ , ତେଣୁ ଶିଶୁଟିକୁ ଈଶ୍ବରଙ୍କ ସର୍ବବ୍ୟାପକତା ସମ୍ପର୍କରେ ଗୀତ ମାଧ୍ଯମରେ ସୂଚନା ଦିଆଯିବା ଖୁବ୍ ଭଲ କଥା ,

କିନ୍ତୁ ଶିଶୁଟି ସବୁଦିନ ସକାଳୁ ଉଠି ହାତ ଯୋଡି ଗୋଡ ତଳେ ପଡି ଅନ୍ଯ ଜଣକୁ ହରେକ ରକମର ଜିନିଷ ମାଗିବା ବା ସେସବୁ ତା ପାଖକୁ କୋରିଅରରେ ପାର୍ସଲ କରିବାକୁ ଅନୁନୟ ବିନୟ ହୋଇ ଗୁହାରୀ କରିବା ଅଭ୍ଯାସ କରିବ କାହିଁକି ?

ଈଶ୍ବର ସତ୍ତା ଯଦି ସବୁଠି ବିଦ୍ଯମାନ, ସେ ତ ଶିଶୁ ମଧ୍ଯରେ ବି ବିଦ୍ଯମାନ, ତାହେଲେ ସେ ପୁଣି ମାଗିବ କାହାକୁ ? ନିଜ କର୍ତ୍ତବ୍ଯ କର୍ମ କରିବା ଛାଡି ଅନ୍ଯ ଜଣକୁ ମାଗିବ କାହିଁକି ??

ଏଇ ଅଭ୍ଯାସରୁ କି କଣ, ଯିଏ ହାବୁଡରେ ପଡିଲା ମଣିଷ ତା ପିଲାବେଳୁ ତାକୁ ମାଗି ଚାଲିଲା,
ସରସ୍ବତୀ ହାବୁଡରେ ପଡିଲେ ମା ମତେ ବିଦ୍ଯା ଦେ,
ଗଣେଷ ହାବୁଡରେ ପଡିଲେ ଭାଇ ମତେ ବୁଦ୍ଧି ଦେ,
ହନୁମାନ ହାବୁଡରେ ପଡିଲେ ପ୍ରଭୁ ମତେ ବଳ ଦେ,
ଲକ୍ଷ୍ମୀ ହାବୁଡରେ ପଡିଲେ ମା ମତେ ଧନ ଦେ,
ଦୁର୍ଗା ହାବୁଡରେ ପଡିଲେ ମା ମତେ ସନ୍ତାନ ଦେ,
ଶିବ ହାବୁଡରେ ପଡିଲେ ପ୍ରଭୁ ଭୋଳାଶଙ୍କର ମତେ ସୁନ୍ଦର ବର ଦେ,

ଶେଷକୁ ସରକାର ହାବୁଡରେ ପଡିଲେ
ମତେ ଟଙ୍କାକିଆ ଚାଉଳ ଦେ,
ଇନ୍ଦିରା ଆବାସ ଦେ,
100 ଯୁନିଟ୍ ମାଗଣା ବିଜୁଳି ଦେ

ବିନା ମାଗିବାରେ କଣ ଈଶ୍ବର ସତ୍ତାଙ୍କର ପ୍ରେରଣାଦାୟୀ ବର୍ଣ୍ଣନା ଓ ସ୍ମରଣ କରାଯାଇ ପାରେନା କି ?

ଲକ୍ଷ୍ମୀଧର ନାୟକ
My Facebook Post : 25th July 2023


Share it

Leave a comment

Your email address will not be published. Required fields are marked *

Verified by MonsterInsights