ପାରିବ କି ପାଣ୍ଡିଆନ ବାବୁ ???

Share it

ମୁଁ ଗୋଟିଏ ଆଦିବାସୀ ଗାଁରେ ପଚାରିଲି,

ନବୀନ ସରକାର ତ ଗରିବଂକପାଇଁ ବହୁତ ଯୋଜନା କରୁଛନ୍ତି, ଆପଣମାନେ ନିଶ୍ଚୟ ଖୁସି ହେଉଥିବେ ।

ଜଣେ ଆଦିବାସି ମହିଳା ମୋ କଥାର ଉତ୍ତର ଦେବାକୁ ଯାଇ କହିଲେ –

ଆସନା ସିଡେ କି ବାସନା ସିଡେ
ବିଲାଡିକୁ ସାତା ପୁଟୁଣା ସିଡେ

( ଅର୍ଥାତ୍ ସୁଆଦ ନାହିଁ କି ବାସନା ନାହିଁ, ସାତ ତରକାରୀ ହେଲେ ଫୁଟଣ ନାହିଁ- କୁଇ ଲୋକ କଥା )

ସତ କଥା , ନବୀନ ସରକାର ନାନାଦି ଯୋଜନା କରୁଛନ୍ତି, ହେଲେ ରାଜ୍ଯ ତଥା ରାଜ୍ଯବାସୀଂକୁ କ୍ଷମତାପନ୍ନ କରିବାକୁ ଆଖିରେ ପଡିଲା ପରି ଯୋଜନାଟିଏ ନାହିଁ କି ରାଜ୍ଯ ଦେଶ ବିଦେଶରେ ପରିଚୟ ସୃଷ୍ଟି କଲାପରି ଯୋଜନାଟିଏ ନାହିଁ ।

ମମତା ଆଳୁ,
ନାଇଡୁ କଦଳୀ,
ରେଡ୍ଡୀ ଅଣ୍ଡା,
ଗୁଜୁରାଟୀ ଅମୁଲ,
କେ ସି ପାଲ୍ ଛତା,,
ଏଭେରେଡି ଟର୍ଚ,
ଲାଇଫ ବଏ ସାବୁନ,
ଜଗଦୀଶ ଡ୍ରେସ୍,
ଖଇତାନ୍ ପଂଖା,
ଆଭନ ସାଇକେଲ୍,
ଉଷା ଗ୍ରାଇଣ୍ଡର,
ହୀରୋ ମଟର ସାଇକଲ ,
ଇଣ୍ଡିକା କାର୍….

ଲୋକେ ମୁଣ୍ଡ ଝାଳ ତୁଣ୍ଡରେ ମାରି ଟିକସ ଦେଉଛନ୍ତି, ( ଶହେ ଖର୍ଚ କଲେ ୧୮ ଟଂକା ଆଗ ସରକାରକୁ GST ଦେଉଛନ୍ତି, ସେଥିରୁ କେଂଦ୍ର ନେଉଛି ୯ ଟଂକା, ରାଜ୍ଯ ନେଉଛି ୯ ଟଂକା ),
ଖଣି ବିକ୍ରୀରୁ ଭଲ ଦି ପଇସା ମଧ୍ୟ ମିଳୁଛି,
ନବୀନ ତାକୁ ଆଡବାଇଆ ରାଜା ପରିକା ବାଣ୍ଟୁଛନ୍ତି,

ସବୁ ଭିକ,

ମୋରି ଧନ ମୋତେ ଦେଇ ,
ମଝିରେ ମଇତ୍ର ବୋଲାଇ,

ଲୋକଟା କେମିତି ଦୁଇ ପଇସା ରୋଜଗାର କରିପାରିବ, କିଛି ଗୋଟାଏ ଉତ୍ପାଦନ କରି ପାରିବ, ସେଭଳି କିଛି ଯୋଜନା ନାହିଁ ।

ତଥାପି ସିଏ ଭାରତର ୧ ନମ୍ବର ମୁଖ୍ଯ ମଂତ୍ରୀ,

ନମ୍ବର ଟା କେଉଁ ସ୍କେଲ୍ ରେ ମପା ହେଉଛି କେଜାଣି ?

ଆଗରୁ ସିନା ନବୀନ ଦାୟିତ୍ୱରେ ଥିଲେ, କିଛିଜାଣି ନଥିଲେ, ତେଣୁ କିଛି କରୁ ନଥିଲେ,

ଏବେ ତ ସବୁ ଜାଣିବା ଲୋକ
ପାଣ୍ଡିଆନ୍ ସାର୍ ଦାୟିତ୍ୱରେ

ତେଣୁ ପାଣ୍ଡିଆନ ବାବୁ ଏହାର ଉତ୍ତର ଦାୟିତ୍ୱ ନିଅନ୍ତୁ,
ଉତ୍ତର ବି ଦିଅନ୍ତୁ, କଥାରେ ନୁହେଁ , କାମରେ ।

ଆମେ ଯେଉଁ ସବୁ ଜିନିଷ ବ୍ୟବହାର କରୁଛୁ, ସବୁଥିରେ Made in Odisha ଲେଖା ହେଇଥିବ,

କେବଳ ଏଇ ଗୋଟାଏ ମାତ୍ର ଦାୟିତ୍ୱ ଆମେ ପାଣ୍ଡିଆନ ସାର୍ ଙ୍କୁ ଦେଉଛୁ ।

ଯଦି ତୁମେ ଏତେକ କରି ଦେଖେଇ ପାରିବ,
ଆମେ ତୁମକୁ ମୁଖ୍ୟମନ୍ତ୍ରୀ ପଦ ବି ଦେବାକୁ ରାଜି।

ପାରିବ କି ପାଣ୍ଡିଆନ ବାବୁ ???

Laxmidhar Nayak
My Facebook Post:28th October 2019


Share it

Leave a comment

Your email address will not be published. Required fields are marked *

Verified by MonsterInsights