ପେନସନ

Share it

ସରକାର ଯଦି ଋଣକରି ମତେ ବି ମାସକୁ 86 ହଜାର ଟଙ୍କା ପେନସନ୍ ଦିଅନ୍ତେ, ମୁଁ ମୋର ମାସକର ପେନସନ୍ ରୁ ମୋ ଭାଗ ଋଣ ପରିଶୋଧ କରିବା ବାବଦକୁ,
ରାଜ୍ୟ ସରକାରଙ୍କୂ 18,500 ଓ
କେନ୍ଦ୍ର ସରକାରଙ୍କୁ 67, 500 ର ଚେକ୍ ଦେଇ ଦେଇ, ଆଉ ଏଗାର ମାସର ପେନସନ୍ (ଯାହାକୁ ବି ସରକାର ଋଣ କରି ମୋତେ ପେନସନ ହିସାବରେ ଦିଅନ୍ତି) ମୋ ଆମେରିକା ନିବାସୀ ନାତି ନାତୁଣିଙ୍କ ଆକାଉଣ୍ଟକୁ ପଠେଇ ଦେଇ ସମୁଦ୍ରକୁଳ ଖୋଲା ହାୱାରେ ବୁଲନ୍ତି ।
ନହେଲେ ବର୍ଷକୁ ମୁଁ 12 ଜଣ ଲୋକଙ୍କର ଋଣ ଶୁଝି ଦିଅନ୍ତି ଓ ନିଜେ ଚାଷବାସ କରି ପେଟ ପୋଷନ୍ତି ।

ହେଲେ ସରକାର ଆମକୁ ତ ପେନସନ୍ ଦେଉ ନାହାନ୍ତି, ସମୁଦ୍ରରେ ବର୍ଷୁଚନ୍ତି,କେବଳ ଗୁଡାଏ ଅବସରପ୍ରାପ୍ତ ସରକାରୀ ଚାକିରିଆଙ୍କୁ ଋଣକରି ପେନସନ ଦେଉଛନ୍ତି ।

ତାଙ୍କ ପୁଅ ନାତି ତ ସିଆଡେ ଆମେରିକା ଅର୍ଥନୀତିକୁ ଶ୍ରମଦାନ କରି ଆମେରିକା ସରକାରର ସେବା କରି ପୁଳାଏ ଲେଖା ଡଲାର ରୋଜଗାର କରୁଚନ୍ତି,ଏପଟେ ବାପା କହୁଚି ସରକାର ତୁ ଋଣ କର କି ବୁଡି ମର୍
30 ତାରିଖ ସୁଦ୍ଧା ମୋ ପେନସନ୍ ମୋ ଆକାଉଣ୍ଟ କୁ କ୍ରେଡିଟ୍ ହବା ଦରକାର ।

ପୁଣି ପେନସନ୍ ସହିତ ଯଦି DA ଯୋଡିବା ମାସେ ଦି ମାସେ ଡେରି ହେଇଗଲା ନା,ବାବା ରେ ବାବା, ସେତେବେଳେ ୟାଙ୍କ ଉତ୍ପାତିଆ ବେଦନା ଗୋଟେ ଦେଖିଲା ଭଳିଆ ଜିନିଷ ।

ବରଂ ଆଜି ଏତିକି କୁହାଯାଉ ଯେ, ଋଣ ଅର୍ଥନୀତି ନଜାଣି କେବଳ ସରକାରଙ୍କୁ ନିନ୍ଦା କରିବା ପାଇଁ ଋଣକୁ ନେଇ ଏଣୁତେଣୁ ଗୁଡାଏ ଉତ୍ପାତ କରିବା ଶୋଭନୀୟ ନୁହେଁ ।

ଲକ୍ଷ୍ମୀଧର ନାୟକ
Mo Lekha – FB post : 29.02.2020


Share it

Leave a comment

Your email address will not be published. Required fields are marked *

Verified by MonsterInsights