ପଦ୍ମପୁରର ତାପମାତ୍ରା 37 ଡିଗ୍ରୀ ଥିଲାବେଳେ ପାଖ ଗାଁର ତାପମାତ୍ରା 44 ଡିଗ୍ରୀ ରହେ : ଜାଣନ୍ତୁ ଏହାର କାରଣ

Share it

ଦୈନିକ ଭାସ୍କରର ଏକ ଟିମ ଏହି ଗାଁରେ ପହଞ୍ଚି ଥର୍ମୋମିଟର ସାହାଯ୍ୟରେ ତାପମାତ୍ରା ମାପିଥିଲେ। ପଦ୍ମପୁରର ତାପମାତ୍ରା ପ୍ରାୟ ୩୭ରୁ ୩୮ ଡିଗ୍ରି ରହିଥିଲା ବେଳେ ପାଖରେ ଥିବା ମାକଦୱାଲି ଗାଁର ତାପମାତ୍ରା ୪୪ ଡିଗ୍ରୀ ରହିଥିଲା।

ଆଜି ସକାଳୁ ଦୈନିକଭାସ୍କର ସମ୍ବାଦ ପତ୍ରର ଇ-ନିଉଜ ପଢିଲା ବେଳେ ଗୋଷ୍ଠୀ ଜଙ୍ଗଲ ସୁରକ୍ଷ୍ୟାର ଏହି ସୁନ୍ଦର ପ୍ରୟାସ ଉପରେ ଆଖି ଲାଖି ରହିଗଲା, ଭାବିଲି ଏହାକୁ ଇଂରାଜୀ ଓ ଓଡ଼ିଆ ଅନୁବାଦ କଲେ ମୋର ବହୁତ ବନ୍ଧୁଙ୍କ ପାଖରେ ଏହି ଖବରଟି ପହଞ୍ଚି ପାରିବ ।
ପରିବେଶ ପ୍ରତି ନିବିଡ ଭଲପାଇବାର ଏକ ନିଆରା ଉଦାହରଣ ରାଜସ୍ତାନର ଅଜମେର ଗାଁ ।

ରାଜସ୍ଥାନରେ ଏମିତି ଏକ ଗାଁ ଅଛି ଯେଉଁଠି ମୋଟ ଜନସଂଖ୍ୟା ପ୍ରାୟ ଅଢ଼େଇ ଗୁଣ ଅଧିକ ହେଉଛି ନିମ୍ବ ଗଛ । ଏହି ନିମ୍ବ ଗଛ ଗୁଡ଼ିକ ଉପରେ କବେ ମଧ୍ୟ କୁରାଢ଼ୀ ଦାଗ ଲାଗିନାହିଁ । କାଟିବା ତ ଦୂରର କଥା ଡାଳ ଓ ପତ୍ର ଉପରେ ମଧ୍ୟ ହାତ ଦିଆଯାଉନାହିଁ ।

ଏହି ପରମ୍ପରାକୁ ଆଜି ବି ଗାଁର ସମସ୍ତ ପରିବାର ଏପରିକି ଯୁବପିଢ଼ି ମଧ୍ୟ ପାଳନ କରୁଛନ୍ତି। ଏହି କାରଣରୁ ପ୍ରବଳ ଗରମରେ ମଧ୍ୟ ଗାଁର ତାପମାତ୍ରା ଅନ୍ୟ ଗାଁ ଗୁଡିକର ତୁଳନାରେ ୭ରୁ ୮ ଡିଗ୍ରୀ କମ୍ ରହିଛି।

ଜିଲ୍ଲା ସଦର ମହକୁମାଠାରୁ ପ୍ରାୟ ୧୨ କିଲୋମିଟର ଦୂରରେ ଅବସ୍ଥିତ ପଦମପୁର ଏବେ ନିମ୍ବ ଗାଁ ନାମରେ ପ୍ରସିଦ୍ଧ । ଏହି ଗାଁରେ ଗୁର୍ଜର ସମ୍ପ୍ରଦାୟର ଲୋକେ ବସବାସ କେଇଥାନ୍ତି ଶହ ଶହ ବର୍ଷ ଧରି ସମାନେ କୌଣସି ନିମ୍ବ ଗଛକୁ କାଟି ନାହାନ୍ତି ଏପରିକି ଡାଳଖଣ୍ଡଟେ ଭାଙ୍ଗି ନାହାନ୍ତି। ଫଳରେ ରାସ୍ତାର ଉଭୟ ପାର୍ଶ୍ବ, ପାହାଡ଼, ଜଙ୍ଗଲ, ଚାଷ ଜମି, ଘର ପରିସରରେ ଘଞ୍ଚ ନିମ୍ବ ବନ ରହିଛି।

ଦୈନିକ ଭାସ୍କରର ଏକ ଟିମ ଏହି ଗାଁରେ ପହଞ୍ଚି ଥର୍ମୋମିଟର ସାହାଯ୍ୟରେ ତାପମାତ୍ରା ମାପିଥିଲେ। ପଦ୍ମପୁରର ତାପମାତ୍ରା ପ୍ରାୟ ୩୭ରୁ ୩୮ ଡିଗ୍ରି ରହିଥିଲା ବେଳେ ପାଖରେ ଥିବା ମାକଦୱାଲି ଗାଁର ତାପମାତ୍ରା ୪୪ ଡିଗ୍ରୀ ରହିଥିଲା।

– ଅମର କୁମାର


Share it

Leave a comment

Your email address will not be published. Required fields are marked *

Verified by MonsterInsights