ପୃଥିବୀ ପରିଧି ସେତିକି ହେଉ

Share it

My Facebook Post:2nd August 2018

ପୃଥିବୀ ପରିଧି ସେତିକି ହେଉ

ନାଲି ଟୁକୁ ଟୁକୁ
ସାଧବ ବହୁ
ଘାସ ଗାଲିଚାର
ଶୋଭା ବଢାଉ

ଚାଖଣ୍ଡେ ଗାଲିଚା
ତୋର ସଂସାର
ସବୁ ତ ସୁନ୍ଦର
କିଏ ବା ପର

କି ଲାଭ ମାପି କି
ସରଗ ସୀମା
ଅଣ୍ଟେ କି ଆୟୁଷ
ଖୋଜି ମାପୁଥିଲେ
ସଂସାର ଯାକର
ଖାଲ କି ଖମା

ଚେନାଏ ସବୁଜ
ଘାସ ଚାଦର
ସେ ତ ମଧୁମୟ
ପୃଥିବୀ ତୋର
କି ଲାଭ ବଢାଇ
ତା ପରିସୀମା !

ତୋର ଟିକି ପାଦ
ଚାଲି ପାରୁଥିବ
ଯେତିକି ବାଟ
ପୃଥିବୀ ପରିଧି
ସେତିକି ହେଉ
ନାଲି ଟୁକୁ ଟୁକୁ
ସାଧବ ବହୁ
ଘାସ ଗାଲିଚାର
ଶୋଭା ବଢାଉ

– ଲକ୍ଷ୍ମୀଧର ନାୟକ
My Facebook Post: 2nd August 2018


Share it

Leave a comment

Your email address will not be published. Required fields are marked *

Verified by MonsterInsights