ପାଣି ଫୋଟକା

Share it

ପାଣି ଫୋଟକା

ରତ୍ନାକର ରାଉତ

ସମୟର ଅନନ୍ତ ପ୍ରବାହରେ
ମୋର ସ୍ଥାନ କେଉଁଠି
ମୁଁ କିଏ
ନିଜକୁ ଖୋଜେ
ପଚାରି ହୁଏ।

ସ୍ରୋତର କେଉଁ ମୋଡ଼ରେ
ଗୋଟେ ପାଣି ଫୋଟକା ସୃଷ୍ଟି ହୁଏ
ଭାସିଚାଲେ
ଏବଂ କେତୋଟି ମୁହୂର୍ତ୍ତ ଗତେ
ଫାଟିଯାଏ କି ଫୁଟିଯାଏ
ବିଲୀନ ହୋଇଯାଏ ପାଣି ସୁଅରେ
ସରିଯାଏ ପାଣି ଫୋଟକାର ଯାତ୍ରା
ତାର ଆୟୁ
ଗୋଟିଏ ଜୀବନ କାଳର ଅନ୍ତ ହୁଏ।

ମୁଁ ଗୋଟେ ପାଣିଫୋଟକା
ସଂପ୍ରତି ସଭିଂକୁ ଦୃଶ୍ଯମାନ
ସମୟ ସୁଅରେ ଭାସୁଛି
ଭାସି ଭାସି ଚାଲିଯିବା ମୋର ଧର୍ମ
କେତେକାଳ ମୋର ଭସାଣ
ସ୍ଥିର କରିବ ସୁଅ ସମୟର
ତାହା ମୋର ନିର୍ଦ୍ଧାରିତ ଅବଧି
ମୋ ଜୀବନ କାଳ ମୋର ପରମାୟୁ
ସେଥିକୁ ମୋର ଆୟତ୍ତ କଣ
ମୁଁ ତ ନିମିତ୍ତ ମାତ୍ର।

ରତ୍ନାକର ରାଉତ,
ଅବସରପ୍ରାପ୍ତ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ


Share it

Leave a comment

Your email address will not be published. Required fields are marked *

Verified by MonsterInsights