ପେଣ୍ଟରେ ମୁତିବା ପର୍ଯ୍ୟନ୍ତ ଏମିତି ଗୋଟେ ପୁରା ପୁରା ସହଯୋଗ କରିବ

Share it

Mo Lekha
Laxmidhar Nayak
My Facebook Post: 13th August 2022

ପ୍ରତି ବର୍ଷ ଅଗଷ୍ଟ ପନ୍ଦର , ଜାନୁଆରୀ ଛବିଶି ଦିନମାନଙ୍କରେ ସାଇକେଲରେ, ରିକ୍ସାରେ, ଅଟୋରେ , କାର୍ ରେ, ଟ୍ରକ୍ ରେ, ବସ୍ ରେ, ଘରେ, ଅଫିସରେ ବହୁ ଲୋକେ ଅତି ଉତ୍ସାହରେ ଆମର ଜାତୀୟ ପତାକା ଉଡାଇବା କଥା ଆମେ ପିଲାବେଳୁ ସମସ୍ତେ ଦେଖି ଆସିଛନ୍ତି, ବବୁତ ଖୁସି ଲାଗେ, ଗୋଟେ ମହୋତ୍ସବ ପରି ଆନନ୍ଦ ଜାଗେ ମନରେ ।

ଅଳପ କିଛି ଲୋକ ଜାଣିଶୁଣି ଏପରି କରୁ ନଥିଲେ ବା କରୁନଥିବେ ବୋଲି ମୋର ଅନୁମାନ । ସେଥିମଧ୍ୟରୁ ଆର୍ ଏସ୍ ଏସ୍ ମାର୍କା ହିନ୍ଦୁବାଦୀ ଗଣ, ଓ ଅତିରିକ୍ତ ଇସ୍ଲାମବାଦୀ କାଶ୍ମୀର ମୁସଲମାନ ଗଣ ଅନ୍ୟତମ ।

କୁହାଯାଉଛି ଆର୍ ଏସ୍ ଏସ୍ ମାର୍କା ହିନ୍ଦୁବାଦୀ ଗଣ 52 ବର୍ଷ ଧରି ଓ ସେ କାଶ୍ମୀର ମୁସଲମାନ ଆଉ ସତର ଅଠର ବର୍ଷ ଧରି ଅର୍ଥାତ କାଶ୍ମୀରରୁ 370 ଧାରା ଉଠିବା ପର୍ଯ୍ୟନ୍ତ ତଥା କିଛି ବାଂଲାଦେଶୀ ଅନୁପ୍ରବେଶକାରୀ ଆଜିଯାଏ ଜାତୀୟ ପତାକା ଉଡାଇବାର ଆନନ୍ଦରୁ ବଞ୍ଚିତ ହୋଇଥିଲେ, ନିଜ ନିଜର ନିର୍ବୋଧତା ଅଥବା ଅହଙ୍କାର ପାଇଁ।

ମୋଦୀ ଜୀ ଯେଉଁ ହର୍ ଘର୍ ତ୍ରୀରଙ୍ଗା ମହୋତ୍ସବ ପାଇଁ ନିବେଦନ କରିଛନ୍ତି ତାହା ବିଶେଷତଃ ଏଇ ମାନଙ୍କୁ ଦୃଷ୍ଟିରେ ରଖି କରିଥିବେ ବୋଲି ଅନୁମାନ ।

ଏଥି ସହ କେନ୍ଦ୍ର ସରକାରଙ୍କ କେଉଁ ଗୋଟିଏ ମନ୍ତ୍ରଣାଳୟ ରାଜ୍ୟମାନଙ୍କୁ ଚିଠି ଲେଖି କହିଛନ୍ତି ଯେ ଯେଉଁମାନେ ଯେତେଦିନ ଯେଉଁଠି ଏ ତ୍ରୀରଙ୍ଗା ମହୋତ୍ସବ କରିବାକୁ ଚାହିଁବେ, ରାଜ୍ୟମାନେ ସେମାନଙ୍କର ସେ ମହାନ କାର୍ଯ୍ୟର ସୁରୁଖୁରୁ ସମ୍ପାଦନା ପାଇଁ ସମସ୍ତ ପ୍ରକାର ସହଯୋଗ ଓ କ୍ଷେତ୍ର ପ୍ରଶସ୍ତ କରିବେ।

ମୁଁ ଏ କଥାରେ ଗୋଟିଏ ଧାଡି ଯୋଡିବାକୁ ଚାହୁଁଛି,
ମୋ କହିବା କଥା ଆପଣମାନେ ତ ଆପଣଙ୍କ ଜନ୍ମରୁ ଆଜିଯାଏ ଏ ମହାନନ୍ଦ ଉପଭୋଗ କରି ଆସିଛନ୍ତି ପ୍ରତି ବର୍ଷ, ଯେଉଁମାନେ 52 ବର୍ଷଧରି ଏ ଆନନ୍ଦରୁ ନିଜ ଅବୋଧ ଇଚ୍ଛାରେ ବଞ୍ଚିତ ହୋଇଛନ୍ତି ବା ସେମାନଙ୍କୁ କୌଣସି କାରଣରୁ ଗୋଟେ ବାଧ୍ୟବାଧକତାରେ ବଞ୍ଚିତ କରାଯାଇଛି, ସେମାନଙ୍କୁ ଆପଣମାନେ ଗୋଟେ ଭଲମନରେ ସହଯୋଗ କରିବା ହୁଅନ୍ତୁ ।

1. ଆର୍ ଏସ୍ ଏସ୍ ହିନ୍ଦୁବାଦୀମାନେ ଏବର୍ଷ ଯେମିତି ସେମାନଙ୍କ କାର୍ଯ୍ୟାଳୟ ପରିସରରେ 52 ଦିନ ଧରି ତ୍ରୀରଙ୍ଗା ଉତ୍ସବ ପାଳନ କରିବେ ସେକଥା ଆପଣମାନେ ସୁନିଶ୍ଚିତ କରିବାକୁ ଆଗ୍ରହୀ ହୁଅନ୍ତୁ ଓ ଆବଶ୍ୟକତାଅନୁରୂପ ସହଯୋଗର ହାତ ବଢାନ୍ତୁ, ସେମାନେ ସେମାନଙ୍କର ବାକିଆ 52 ଦିନର ଆନନ୍ଦ ପ୍ରାପ୍ତ ହୋଇ ଆପଣମାନଙ୍କ ସହ ସମଭାଗୀଦାର ହୁଅନ୍ତୁ, ଦେଶରୁ ଦୀର୍ଘଦିନର ଏ ଅସମାନତା ଚଳିତ ବର୍ଷ ଦୂର ହେଇ ଗୋଟିଏ ସମାନତା ବାତାବରଣ ଉପଲବ୍ଧ ହେଉ ସେମାନଙ୍କ ପାଇଁ

2. ସେହିପରି କାଶ୍ମୀର ଇସଲାମବାଦୀମାନେ ଆଉ ଅଠର ବର୍ଷ ପାଇଁ ଆଉ ଅଠର ଦିନ ଅଧିକା ଅର୍ଥାତ୍ 52+18=70 ଦିନ ପାଇଁ ଯେମନ୍ତ ଏ ତ୍ରିରଙ୍ଗା ମହୋତ୍ସବ ପାଳନ କରନ୍ତି ସେଥିପାଇଁ ଆବଶ୍ୟକୀୟ ବ୍ୟବସ୍ଥା କରନ୍ତୁ ସରକାର ଓ ସହଯୋଗ କରନ୍ତୁ ଅନ୍ୟ ସମସ୍ତ ଜନସାଧାରଣ

3. ଭାରତୀୟ ନାଗରୀକ ହୋଇଯାଇଥିବା ଶରଣାର୍ଥୀ ଅନୁପ୍ରବେଶକାରୀମାନେ ଆଉ ଗୋଟେ ଦିନ ଅଧିକ ଅର୍ଥାତ୍ 71 ଦିନ ଯେମିତି ଏ ତ୍ରୀରଙ୍ଗା ମବୋତ୍ସବ ସୁରୁଖୁରୁରେ ପାଳନ କରିପାରିବେ ସେ କଥାର ମଧ୍ୟ ଯଥା ସମ୍ଭବ ବନ୍ଦୋବସ୍ତ କରନ୍ତୁ ସରକାର ଓ ସାଧାରଣ ଲୋକେ

4. ତ୍ରୀରଙ୍ଗା ବେପାର : ଆଗରୁ ଖୁଚୁରା ବ୍ୟବସାୟୀ ଗାଁ ମୁଣ୍ଡ ପାନ ଦୋକାନୀ ବୁଲା ବିକାଳୀ ଇତ୍ୟାଦି ତ୍ରୀରଙ୍ଗା ପତାକା ବିକୁଥିଲେ, ଆମେ କିଣୁଥିଲେ, ମାନେ ଯାହାର ପୁରୁଣା ଜାତୀୟପତାକା ବାଙ୍କୁସରେ ନଥାଏ କିମ୍ୱା ଚିରି ଚାରି ଯାଇଥାଏ ସେମାନେ କିଣୁଥିଲେ, ସ୍କୁଲ ପିଲାମାନେ ବି ଛୋଟ ଛୋଟ କାଗଜ ପ୍ଲାଷ୍ଟିକ୍ ଜାତୀୟ ପତାକା ଆଠଣା ଟଙ୍କାଏ ଦେଇ କିଣୁଥିଲେ , ବୁଲା ବିକାଳି ପାନ ଦୋକାନୀ ଦି ପଇସା ଲାଭ ପାଉଥିଲେ, ବଡ ବେପାରୀ ଭଲ ଦି ପଇସା ପାଉଥିବେ,

ମୋଡିଜୀ ଜଣେ ବେପାରୀ ଅଭିଜ୍ଞତା ସମ୍ପନ୍ନ ଲୋକ , ତାହା ଚାହା ବେପାର ହେଉ ପଛେ , ତାଙ୍କର ବହୁତ୍ ଦେଶ ପ୍ରେମ ସହିତ ନିଜ ରାଜ୍ୟ ପ୍ରେମ ବି ବହୁତ୍ ।

ତାଙ୍କ ମନ ଭିତରେ ଗୋଟେ ଗୁପ୍ତ ଗଙ୍ଗା ପରିକା
1. ଗୋଟେ ଗୁଜୁରାଟ ଫାଇଦା ଅନ୍ତସ୍ରୋତ ଓ
2. ଜଣେ ଗୁଜୁରାଟୀ ଭାରତୀୟଙ୍କୁ ବିଶ୍ୱର ସବୁଠୁ ବଡ ଧନୀ କରିବାର ନିଶା ଅନବରତ ପ୍ରବାହିତ ହେଉଛି, ଯାହାକୁ ସେ ସମଗ୍ର ବିଶ୍ୱକୁ ଦେଖେଇ କହି ପାରିବେ ଯେ ବିଶ୍ୱର ସର୍ବଶ୍ରେଷ୍ଠ ଧନୀ ଜଣେ ଗୁଜୁରାଟୀ ଇଣ୍ଡିଆନ୍ ଏଣ୍ଡ ଆଇ ହାଭ୍ ମେଡ୍ ଇଟ୍ ପସିବୁଲ୍ ।

ସେଥିପାଇଁ ସେ ବାରଣା ଇଣ୍ଡିଆର ଶିଳ୍ପ ଉଦ୍ଦ୍ୟୋଗ ସର୍ବସାଧାରଣ ସମ୍ପତ୍ତି ଆଦାନୀ ଆମ୍ୱାନୀକୁ ଦେଇ ସାରିଲେଣି ତଥାପି ସେ ଅପଦାର୍ଥ 1 ନମ୍ୱର ହେଇ ପାରୁ ନାହାନ୍ତି , ଆର୍ ଟାଟା କହିଲା ପରିକା ଟାଟା ଇଜ୍ ଆନ୍ ଇଣ୍ଜଷ୍ଟ୍ରିଆଲିଷ୍ଚ, ଆମ୍ୱାନୀ ଇଜ୍ ଏ ବିଜିନେସମ୍ୟାନ୍ , ସେ ଯାହା ହେଉ ମୋଦୀଜୀ ତାଙ୍କର ସମସ୍ତ କ୍ଷମତାକୁ ବିନିଯୋଗ କରି ଏବେ ସେମାନଙ୍କୁ ବହୁ ଉପରକୁ ଉଠେଇ ସାରିଲେଣି, କେହି ଗୋଟେ 4 ନମ୍ୱର ପର୍ଯ୍ୟନ୍ତ ଉଠିଗଲେଣି ବୋଧେ, ତା ମାନେ ମୋଡିଜୀଙ୍କ ସେ ମହାନ ଦୁଃସ୍ୱପ୍ନ ପୁରଣ ହେବାକୁ ଆଉ ମାତ୍ର ତିନି ପାହାଚ ବାକି ,

ଆଜ୍ଞା ସେଇଥି ପାଇଁ ଆମ କୋରାପୁଟ ବକ୍ସାଇଟ୍ କେଉଁଝର ଲୁହା ପଥର ମାଙ୍ଗାନିଜ୍ ସୁନ୍ଦରଗଡ ଖଣି, ଏଗୁଡା ଓଡିଶାର ଖଣି ନୁହନ୍ତି ତ ଟଙ୍କା ପାହାଡ, ମାନେ ଓଡିଶାର ଟଙ୍କା ପାହାଡଗୁଡା କେମିତି ଗୁଜୁରାଟୀ ଆଦାନୀ ଆମ୍ୱାନୀଙ୍କ ପକେଟକୁ ଯିବ ସେ ବ୍ୟବସ୍ଥା କରି ଚାଲିଛନ୍ତି ,

ଆମ ନମ୍ୱର ୱାନ୍, ହେଡମାଷ୍ଟରଙ୍କ ଇଡି ବାଡି ଭୟରେ ସବୁଥିରେ ମୁଣ୍ଡଟୁଙ୍ଗାରୀ ଚାଲିଛନ୍ତି, ଆମେ ତାଙ୍କୁ ନମ୍ୱର ୱାନ୍ …. କି ଜୟ ବୋଲି କହିଚାଲିଛନ୍ତି । ଚାଲୁ …

ଗାଁ ଓଡିଆଣିଏ ଏସ ଏଚ୍ ଜି ଗ୍ରୁପରେ ଏକଥା ଆଲୋଚନା କରି ଝାଡୁ ଧରିବା ନିଷ୍ପତ୍ତି ନନେବା ପର୍ଯ୍ୟନ୍ତ ଏମିତି ଚାଲିବ, କେହି ଅଟକାଇ ପାରିବେନି,

ଓଡିଆ ମରଦମାନଙ୍କ ଦ୍ୱାରା ତ ଖଡା ଶିଝେନି, ମୁଁ ଏକଥା ଜାଣେ, ମତେ ତ ଚୂଲି ବି ଲଗେଇ ଆସେନି, ମତେ ଲାଗେ ମୁଖ୍ୟମନ୍ତ୍ରୀ ହେଇଯିବା ବରଂ ସହଜ, ସ ସେ ଖଡା କାଟିବା ବଡ କଠିନ କାର୍ଯ୍ୟ।

ଏଗୁଡାଙ୍କର ଝାଡୁ ପାହାର ଖାଇବା ବେଳ ପାଖେଇ ଆସିଲାଣି ଯାହା ଏହାଙ୍କ କର୍ମ କୋଷ୍ଠି କହୁଚି।

ତେଣୁ ଝାଡୁ ପାହାର ଖାଇବା ପୂର୍ବରୁ ଏମାନେ ହୁଏତ ଭାବୁଥିବେ ଆଗକୁ ତ ଝାଡୁ ପାହାର ଖାଇ ଖାଇ ମରିବା, ଚାଲ ତା ପୂର୍ବରୁ ଟିକେ ଅମୃତ ମହୋତ୍ସବ କରି ଟିକେ ଆନନ୍ଦାମୃତ ପାଟିରେ ମାରିଥିବା କାଳେ ଜୀବ ବଞ୍ଚିଯିବ।

ସେଥିପାଇଁ ମୁଁ କହୁଛି ସେମାନଙ୍କ ଇଚ୍ଛାକୁ କଣ ଗୋଟେ ଶେଷ ଇଚ୍ଛା ଭାବି ସେମାନଙ୍କୁ ଅନ୍ତତଃ 52 ଦିନ ସହଯୋଗ କରାଯାଉ ।

ଗୋଟେ କାମ କରିବ, ସବୁଦିନ ସକାଳୁଉଠିବ, ମୋବାଇଲଟା ଧରି ତାଙ୍କ ସେ ଅଫିସ ଆଡେ ଚାଲିଯିବ, ତାଙ୍କ ତ୍ରିରଙ୍ଗା ଉଡା ସରିବ, ଫଟୋ ଉଠେଇବ, ତାଙ୍କ ବୁନ୍ଦି ଖାଇବନି, କେବଳ ଫଅଟ ନେଇକି ପଳେଇ ଆସି ତାକୁ ଫେସବୁକୁରେ ଅପଲୋଡ୍ କରି ଦେବ, ପୁରା 52 ଦିନ,
ମାନେ ହାପ୍ ପେଣ୍ଟ ନା ନା ଫୁଲ ପେଣ୍ଟରେ ମୁତିବା ପର୍ଯ୍ୟନ୍ତ ଏମିତି ଗୋଟେ ପୁରା ପୁରା ସହଯୋଗ କରିବ । ପୁରା ତାଙ୍କ ମନ ବୋଧ ହେଇ ଅର୍ଚ୍ଚୁ ଛାଡିବା ପର୍ଯ୍ୟନ୍ତ ସହଯୋଗ କରିବ ।

ଏମିତି କରିବା ଛାଡି, ଭୁତ ଦଳ ଗୋଟେ ଭଲ କାମକୁ ବିରୋଧ କରୁଚ କାହିଁକି ? ସବୁ କଥାକୁ ବିରୋଧ କରିବା କଣ ତମର ଗୋଟେ ଜନ୍ମଗତ ଅଭ୍ୟାସ ନା କଣ ?

ହ୍ୟାପ ସହଯୋଗରେ ତ ପୁଏ ପେଣ୍ଟରେ ମୁତିବେ, ତମେ ଗୁଡବକ୍ ଦଳ ତୁଚ୍ଛାଟାରେ ସେମାନଙ୍କୁ ବିରୋଧ କରି କରି ଅଧାମୂର୍ଚ୍ଛା ହୋଉଚ କାହିଁକି ?

ମୋ ବାଲକୋନୀ ଗଛମାନେ ମୋତେ ଦୟାକରି ଆଜି ଏତେକ ବାଇଗଣ କାକୁଡି କଞ୍ଚା ଲଙ୍କା ଦେଇଛନ୍ତି, ସେଥିରୁ କିଏ ଦି ଟା ନବ ତ ଆସ ।

Laxmidhar Nayak
My Facebook Post: 13th August 2022


Share it

Leave a comment

Your email address will not be published. Required fields are marked *

Verified by MonsterInsights