ନୀର୍ବାଚନ ଜିତିବାର ଗୁପ୍ତ ମନ୍ତ୍ରରୁ ଦୁଇପଦ …

Share it

ଏକଥା ଶୁଣିଲା ପରେ ଲୋକଟା ରାଜ୍ୟ ଚିନ୍ତା କରିବ କାହିଁକି ନା ଭୋଟ ଆଉ କାହାକୁ ଦେବ କାହିଁକି କହିଲେ ?

ମୋତେ ଗିରୀଶ ପଚାରିଲେ, ବିଜେପି କଣ କହିକି ଜିତୁଛି ?

ମୁଁ କହିଲି- ବିଜେପି କହୁଛି ଆମକୁ ଭୋଟ୍ ଦିଅ ଆମେ ଦେଶ ଚଳେଇବୁ, ତମ ଘର ଚଳେଇବା କଥା ତମେ ବୁଝ, ସେଗୁଡା ଆମର ଦାୟିତ୍ୱ ନୁହଁ ।

କମୁନିଷ୍ଟ କହୁଚି, କଂଗ୍ରେସ କହୁଚି, ଅନ୍ୟମାନେ କହୁଚନ୍ତି – ବିଜେପିକୁ ଭୋଟ୍ ଦେଲେ ସବୁ ମହଙ୍ଗା ହେଇଯିବ, ତମ ଘର ଚଳିବନି, ତମ ଚୁଲି ଜଳିବନି, ତମ ପିଲାଙ୍କୁ ଚାକିରୀ ମିଳିବନି, ତମେ କାଙ୍ଗାଳ ହେଇଯିବ, ତମେ ତମ ଘର ଚଳେଇ ପାରିବନି, ଆମକୁ ଭୋଟ୍ ଦିଅ ଆମେ ତମ ଘର ଚଳେଇବୁ ।

ଲୋକ କହୁଚନ୍ତି,
ବିଜେପି ତୁ ଭୋଟ୍ ନେ, ଦେଶ ଚଳା
ଆମ ଘର ଚଳେଇବା କଥା ଆମେ ବୁଝିବୁ,
ଆମ ଘର ଚଳେଇବାକୁ ଏମାନେ କିଏ ?

କମୁନିଷ୍ଟ କଂଗ୍ରେସ କୋଉ ପୁରୁଣାକାଳିଆ ଫରେନ ବଇ ପଢୁଚନ୍ତି କେଜାଣି, କେବଳ ଏଇ କଥା ଛଡା ଆଉ କିଛି ତାଙ୍କ ମୁଣ୍ଡକୁ ଢୁକୁନି, ଭାରତ ସାରା ଲୋକ ତାଙ୍କୁ କେବଳ ଗରୀବ ଦିଶୁଚନ୍ତି, ନହେଲେ ଏମାନେ କାଙ୍ଗାଳ ହେଇଯିବେ ବୋଲି ଭାବୁଚନ୍ତି, ସିଏ ଏକଥା ଯେତେବେଶୀ କହୁଚନ୍ତି, ଲୋକେ ତାଙ୍କୁ ସେତେ କମ୍ ଭୋଟ୍ ଦେଉଛନ୍ତି।

ଯୋଉ ଦଳ ପର ପରିବାର ବିଷୟରେ କମ୍ ଚିନ୍ତା କରୁଚି ଲୋକେ ତାକୁ ସେହି ପରିମାଣରେ ଆକସେପ୍ଟ କରି କାହାକୁ ଅପୋଜିସନରେ ବସୋଉଛନ୍ତି, କାହାକୁ ଗୋଟେ ଗୋଟେ ରାଜ୍ୟ ଦାୟିତ୍ୱ ବି ଦେଇ ଦେଉଛନ୍ତି, କିନ୍ତୁ ଏ ପରଘର ଚଳେଇବା ଅତି-ଚିନ୍ତାକାରୀ କମୁନିଷ୍ଟ ଆଉ କଂଗ୍ରେସକୁ ବିଲକୁଲ୍ ଘର ଦୁଆରମୁହଁ ପିଣ୍ଢାକୁ ବି ଛାଡୁ ନାହାନ୍ତି।

କି ହୋ ଲୋକେ ତ କହୁଛନ୍ତି, ବେଶି ନୁହଁ ଆମକୁ ମାସକୁ 10 କିଲ ଚାଉଳ ଦେଇ ଦେଇ ତମେ ସିଆଡେ ଦେଶ ଚଳା, ପଖାଳ ପିଆଜରେ ଆମେ ଆମ ଘର ଚଳେଇ ଦେବୁ, କିନ୍ତୁ ଆମ ଦେଶ ଚଳିବା ଦରକାର।

ଲୋକଙ୍କର ଏ ଉଚ୍ଚ ଚିନ୍ତନ ଓ ତ୍ୟାଗ ମନୋଭାବକୁ ଯିଏ ମାପି ପାରିଛି ସିଏ ଜିତୁଛି, ଯିଏ 24 × 7 ପର ଘର ବୋଝ ମୁଣ୍ଡେଇବା କଥା ଚିନ୍ତା କରୁଚି ସିଏ ଭୋଟରେ ନାମ ନେଉଛି ।

ଦଶ ପନ୍ଦର ବର୍ଷ ହେଲା ପା ମୁଁ ଏକଥା କହୁଚି, ଦି ତିନି ବରଷ ହେଲା ପରା ମୁଁ ଏକଥା ଲେଖିକି ଦେଲିଣି ୟାଙ୍କୁ, ଏଇ ଫେସବୁକ୍ ରେ ବି ।

ଆଜ୍ଞା, ଲୋକର ପେଟ ଭୋକ ମେଣ୍ଟିଗଲେ (ଅନାହାର ମୃତ୍ୟୁରୁ ଯେନ ତେନ ପ୍ରକାରେ ରକ୍ଷା ପାଇଯିବା ମାତ୍ରେ) ମନର ଭୋକ ବଢେ, ସ୍ୱାଭିମାନର ଭୋକ ବଢିଯାଏ, ବଡିମା, ବଡପଣ, ଜାହିର କରିବାର ଅହଙ୍କାର-ଭୋକ ବଢିଯାଏ ।

ସେଇ ମାନସିକ ଭୋକକୁ ମେଣ୍ଟେଇ ଦେଇ ପାରିବ ବୋଲି ଯିଏ କଥାଟାକୁ ସେଇ ଢଙ୍ଗରେ କହି ଲୋକଙ୍କର ବିଶ୍ୱାସ ଜିତିଗଲା, ଲୋକେ ତାକୁ ଭୋଟ୍ ଦେଇ ଦେବେ, ଏଥିରେ ଆଶ୍ଚର୍ଯ୍ୟ ବେବାର କଣ ଅଛି ?

ନିଜର ଭୁଲ ବୁଝିବା କଥା, ନିଜର ଭୁଲ ଚିନ୍ତନକୁ ଠାବ ନକରି ଲୋକେ ଭୁଲ୍ କରୁଛନ୍ତି ବୋଲି କହୁଥିବା ଦଳମାନଙ୍କୁ ଭକୁଆ କୁହାଯିବନି ତ ଆଉ କଣ କୁହାଯିବ କହିଲେ ?

ବାବୁ ତମେ ଯଦି ନିର୍ବାଚନ ଜିତିବାକୁ ଚାହୁଁଛ ଏବେ ତୁମେ କେବଳ ଦେଶ ଚଳେଇବା କଥା ଲୋକଙ୍କୁ କୁହ ।

ସିଏ ପିଓକେ ନେଇ ଆସିବୁ କହିବା ପୁର୍ବରୁ ତମେ ଯଦି ପାକିସ୍ତାନକୁ ଦିଖଣ୍ଡ କରି ସାରିବା ପରେ ଏବେ ଆମେ ଇରାନ ଇରାକ ଚୀନ ଋଷିଆକୁ ବି ଇଣ୍ଡିଆରେ ମିଶେଇ ଦେଇ ପାରିବା କଥା ଚିନ୍ତା କରୁଛୁ ବୋଲି ଲୋକଙ୍କୁ କହି ଥାଆନ୍ତ ତାହେଲେ ଲୋକେ ତାଙ୍କୁ ନୁହେଁ ତୁମକୁ ଭୋଟ୍ ଦେଇ ଥାଆନ୍ତେ, ତେଣିକି ତେଲ 130 ହେଉ କି ଗ୍ୟାସ୍ 1900 ହେଉ କି ଜିଏସଟି 28% ନହେଇ 82 % ହେଉ । ସିଏ 2 ରୁ 20 ଯାଏ ଯିବାକୁ ତାଙ୍କୁ ଆହୁରି 2100 ବର୍ଷ ଲାଗି ଥାଆନ୍ତା ।

ଏମାନେ ତ ମୋତେ କିଛି ଲେଖି ଆସେନି ବୋଲି କହିବେ, ଏକା ସେଇ ମାର୍କୁସ୍ ଲେଖି ଜାଣିଚନି, ସେଇ ବଇକୁ ବାଙ୍କୁସରେ ପୁରେଇକି ମୁଣ୍ଡେଇକି ବୁଲୁ ଥା ।

କି ହୋ ତମେ ସିନା ଭୋଟ୍ ପାଇ କ୍ଷମତାକୁ ଆସିଲେ ସେ ମାର୍କସ୍ ପାବାର ତାରକୁ କେବୁଲ ଭିତରେ ପୁରେଇ ଅଣ୍ଡର କରେଣ୍ଟ କରି ଚଲାେଇଲେ ସେଇଟା ଲୋକଙ୍କର ମଙ୍ଗଳ କରନ୍ତା, ଅତିପୁଞ୍ଜିବାଦକୁ ସୀମା ଭିତରେ ରଖି, ଅତି ବ୍ୟକ୍ତିବାଦକୁ ଭୁମୀଜ୍ଞାନ ବାସ୍ତବତା ପରିଧିରେ ରଖି ।

ଆମ ଧରମୁ ସେଇପରିକା ଗୋଟେ ଅଣ୍ଡର କରେଣ୍ଟ ଚଲେଇବା କାମ କରି କରି ସେଥିରେ ପିଏଚଡି କରି ସାରିଲେଣି, ନୀର୍ବାଚନ ଆସିଲେ ବିହାର ଠୁ ଉତ୍ତର ପ୍ରଦେଶ ପର୍ଯ୍ୟନ୍ତ ସେ ଅଣ୍ଡର କରେଣ୍ଟ ଠିକା ଟି ଆମ ବାବୁଙ୍କର । ସେ କୋଉ ଅଣ୍ଡର କରେଣ୍ଟ ଚଲାନ୍ତି, ସେ କଥା ମତେ ଜଣା ଯେ, ଖୋଲି ଲେଖି ଦେଲେ ତାଙ୍କୁ ତ ଖରାପ ଲାଗିବାର ନାହିଁ, କିନ୍ତୁ ଅନେକ ଲୋକଙ୍କୁ ଲାଜ ଲାଗିବ, ମତେ ବି ଲାଜ ଲାଗୁଛି ଲେଖିବାକୁ । ଛାଡ ଆମ ଓଡିଆ ପୁଅ ଗୋଟେ ନାଁ ତ କମୋଉଚି, ସେ କମାଣି ତେଣିକି ଯେମିତି ହେଉ ।

ତେଣୁ କହୁଛି, ଯଦି ନୀର୍ବାଚନ ଜିତିବାକୁ ମନ, ଲୋକଙ୍କ ମନକୁ ବୁଝି ଜିତିବା ଷ୍ଟ୍ରାଟେଜି କର ।

ଆମର ନୀର୍ବାଚନ ଲଢିବାର ନାହିଁ, ତେଣୁ ଲୋକଙ୍କ ଘର ଚଳିବା କଥା ଆମେ କହିଲେ ବରଂ ଚଳିବ । ତମେ ସେକଥା କହିଲେ, ଶେଷକୁ ଆମରି ଭଳିଆ ଜନତା ହେଇକି ସାରା ଜୀବନ ରହିଯିବ ସିନା ନେତା ହେଇ ପାରିବନି କି ନୀର୍ବାଚନ ଜିତିବାକୁ ଲୋକେ ତୁମକୁ ଭୋଟ୍ ଦେବେନି ।

ମୁଁ ଯଦି ଆଜୁରୁ ବାଜୁରୁ କହୁଛି, ତମେ ଟିକେ ଥଣ୍ଡାରେ ବସିକି କଥାଟା ଭାବୁନ, ବିଜେପି ଉପରେ ଏମିତି ଜଳୁଚ କାହିଁକି ?
ଜଳିଲେ କଣ ହୁଏ ? ପାଉଁଶ ନା ପଟାସ ?

ଶୁଣିନ କି, ନବୀନ କଣ କହି ନୀର୍ବାଚନ ଜିତିଲେ ।

ନବୀନ କହିଲେ – ମୁଁ ସଚିବାଳୟ ଜଗିଚି ତମେ ପଞ୍ଚାୟତକୁ ଜଗ ବା ମୁଁ ରାଜ୍ୟ ଚଳୋଉଚି ତମେ ପଞ୍ଚାୟତ ଚଳା, ଲୋକ ଏ ବାଣୀକୁ ଅମୃତ ଭଳିଆ ପିଇକି ପାଣି ଭଳିଆ ଭୋଟ୍ ଓଜାଡି ଦେଲେ ।

ଲେଖିକି ରଖ,
2024 କୁ ନବୀନ ଆଉ ପାଦେ ଆଗକୁ ଯାଇକି କହିବେ,
ତମେ ଜମା ବ୍ୟସ୍ତ ହୁଅନା, ମୁଁ ଏଠି ସଚିବାଳୟରେ ବସି ତମମାନଙ୍କ ପାଇଁ ନାନାଦି ବ୍ୟବସ୍ଥା ଖଞ୍ଜି ଦେଉଚି, ତମେ କେବଳ ମତେ ଭୋଟ୍ ଖଣ୍ଡେ ଦେଇ ଦେଇକି ପୁରା ପାଞ୍ଚ ବର୍ଷ ତମ ପରିବାର ସୁଖ କଥା ଚିନ୍ତା କର, ରାଜ୍ୟ ଚିନ୍ତା ମତେ ଛାଡି ଦିଅ । ମୁଁ କାଳିଆ ବାଳିଆ ନାଳିଆ କରାଣ୍ଡି ମିରିକାଳି ଏମିତି ପାଖକୁ ପାଖ ନାନାଦି ବ୍ୟବସ୍ଥା ଖଞ୍ଜି ଚାଲିବି, ତମେ ଖାଲି ଦେଖି ଚାଲ, ବିଲକୁଲ ଚିନ୍ତା କରନା ।

ଏକଥା ଶୁଣିଲା ପରେ ଲୋକଟା ରାଜ୍ୟ ଚିନ୍ତା କରିବ କାହିଁକି ନା ଭୋଟ ଆଉ କାହାକୁ ଦେବ କାହିଁକି କହିଲେ ?

Laxmidhar Nayak
– ଲକ୍ଷ୍ମୀଧର ନାୟକ

Mo Lekha : Facebook post- 11.03.2022


Share it

Leave a comment

Your email address will not be published. Required fields are marked *

Verified by MonsterInsights