ନୀର୍ବାଚନରେ ଏଥର ବିଜେଡି 119 ଆସନରେ ହାରିବା ବ୍ଯବସ୍ଥା କରି ସାରିଲେଣି ଏ ପାଣ୍ଡ୍ଯାନ୍ ବାବୁ, ଆଜି ସୁଦ୍ଧା, ହା ହା ହା

Share it

Mo Lekha
My Facebook Post: 27th August 2023

ଆରେ ବାବା
ୟା ଆଗକୁ ପା ନୀର୍ବାଚନ
ମୁଖପାତ୍ରମାନେ ପାଣ୍ଡିଆନ ସାର୍ ଙ୍କୁ ଏହାଠୁ ଅଧିକା ତେଲ ମାରିବାକୁ ଆଉ ସ୍କୋପ୍ କାହିଁ ?

ନୀର୍ବାଚନରେ ଏଥର ବିଜେଡି 119 ଆସନରେ ହାରିବା ବ୍ଯବସ୍ଥା କରି ସାରିଲେଣି ଏ ପାଣ୍ଡ୍ଯାନ୍ ବାବୁ, ଆଜି ସୁଦ୍ଧା, ହା ହା ହା

ସେ ଆସନ ଗୁଡା କିଏ କିଏ ନେଲେ କି ନନେଲେ ନୀର୍ବାଚନ ପରେ ଭୋଟ ଗଣତି ହେଲେ ଯାଇ ଜଣାପଡିବ

ସିଏ ବୋଧେ ଧରି ନେଇଛନ୍ତି ଯେ 2024 ରେ ନବୀନ ତ ମୁଖ୍ୟମନ୍ତ୍ରୀ ହେବେନି, ନବୀନଙ୍କ ଭାଇ କି ପୁତୁରା ହେବେ, ନହେଲେ ଅଶ୍ବିନୀ ବୈଷ୍ଣବ ହେବେ,

ଯଦି ନବୀନ ମୁଖ୍ଯମନ୍ତ୍ରୀ ହେବେନି କି ପାଣ୍ଡିଆନ ମୁଖ୍ଯମନ୍ତ୍ରୀ ହେବେନି, ତାହେଲେ ଲୋକେ କାହିଁକି ବିଜେଡିକୁ ଭୋଟ୍ ଦେବେ ?

ସେଇ ବ୍ଯବସ୍ଥାରେ ଲାଗିପଡିଛନ୍ତି ସିଏ

ବିଧାୟକ ମାନଙ୍କୁ ଟେଣ୍ଟ ବନ୍ଧେଇବା, ଷ୍ଟେଜ୍ ଉପରକୁ ଚଢେଇ ନଦେବା, କିଛି ସରଳ ମହିଳାମାନଙ୍କୁ ଡିଜେ ଲଗେଇ ମିଟିଙ୍ଗରେ ରାସ୍ତାରେ ନଚେଇବା, ଏଥିରେ ଭୋଟ୍ ବଢେ ନା ଛିଡେ ?

ସେମିତି ବିଜେଡିକୁ ବୁଡେଇଦେଇ ଅଶ୍ବିନୀ ବୈଷ୍ଣବଙ୍କ ସହଯୋଗରେ ନିଜେ ଦିଲ୍ଲୀ କିମ୍ବା ତାମିଲନାଡୁକୁ ଡେପୁଟେସନରେ ପଳେଇବାକୁ ଆଉ ଗୋଟେ ସୁପର୍ ବୁଦ୍ଧି ଯୋଜନା ଦେଖନ୍ତୁ –

ଛ ମାସ ତଳେ ବିଧାନସଭାରେ ବିଧାୟକ ମାନେ ନିଷ୍ପତ୍ତି କଲେ ଆଉ ଠିକା ନିଯୁକ୍ତି ହେବନି, କିନ୍ତୁ ଏବେ ସରକାର ଗୋଟେ ବିଜ୍ଞାପନ ବାହାର କରିଛନ୍ତି 20000 ଠିକା ଶିକ୍ଷକ ନିଯୁକ୍ତି ପାଇଁ,

ଯାହାଙ୍କୁ ଜିଲ୍ଲା ପରିଷଦ ନିଯୁକ୍ତ କରିବ,
ମାସକୁ 6 ହଜାର ଦରମା ଦେବ,
ପ୍ରତି ବର୍ଷ ଠିକା ନବୀକରଣ ହେବ
ଯଦି ଜିଲ୍ଲା ପରିଷଦ ଚାହିଁଲା ରଖିବ ନହେଲେ ବର୍ଷେ ଠିକା ଚାକିରୀ ପରେ ବିଦା,
ଜିଲ୍ଲା ପରିଷଦ ଯଦି ଚାହିଁବ ବର୍ଷକ ପୂର୍ବରୁ ବି ସେ ଠିକା ଶିକ୍ଷକ ଙ୍କୁ ଚାକିରୀରୁ ବାହାର କରିଦେଇ ପାରିବ ଗୋଟେ 30 ଦିନିଆ ନୋଟିସ କିମ୍ବା ମାସକର ଦରମା 6 ହଜାର ଟଙ୍କା ଦେଇ

ଏବେ ଭାବନ୍ତୁ – ପୋଷ୍ଟ ସିନା 20000, ହେଲେ ଆଶାୟୀ ବେକାର ଯୁବକଯୁବତୀ ତ 20 ଲକ୍ଷ ,

20 ଲକ୍ଷ ଯୁବକ ଯୁବତୀ ଏ ବିଜ୍ଞାପନ ପଢିଲା ପରେ ବିଜେଡି ସରକାରକୁ କେହି ଖଣ୍ଡିଏ ଭୋଟ୍ ଦେବେ କି ?

ଯୋଉ ମା ଏସ.ଏଚ.ଜି. ଗ୍ରୁପ କରି ବଡି ପାରି, ପାମ୍ପଡ ବିକି, ମାଣ୍ଡିଆ ପିଠା ବିକି, ଛେଳି ମେଣ୍ଢା ଗାଈ ପାଳି, ଜମିରେ ପନି ପରିବା ଚାଷ କରି, ସ୍କୁଲରେ ରୋଷେଇ କରି ମାସକୁ ଚାରି ପାଞ୍ଚ ହଜାର ରୋଜଗାର କରି ବହୁ କଷ୍ଟରେ ନିଜ ପିଲାକୁ ବିଏ, ଏମ ଏ, ସିଟି, ବି. ଇଡି କରେଇ ଆଶା ବାନ୍ଧି ବସିଥିଲା ମୋ ପୁଅ ସରକାରୀ ଚାକିରୀ କରିବ, ମାଷ୍ଟର ହେବ, ମାସକୁ ପଚାଶ ଷାଠିଏ ହଜାର ଦରମା ପାଇବ, ମତେ ଏ କଷ୍ଟରୁ ମୁକ୍ତି ମିଳିବ,

ସେ ଏସଏଚଜି ମା ଯେତେବେଳେ ଜାଣିବ କି ଏ ପାଣ୍ଡିଆନ ତାକୁ ତ ଇଟିଲି ବିକେଇଲା, ଛେଳି ରଖେଇଲା, ରୋଜଗାର ମାସକୁ 3 ହଜାର ବି ପୁରିଲାନି,

ପୁଣି ତା ପୁଅକୁ ବି ଜୀବନ ସାରା ଗୋତି ଖଟେଇ ମାସକୁ 6 ହଜାର ଦରମାରେ, ଠିକା ମୁଲିଆ କରି, ନିଜେ 300 କୋଟି ଖର୍ଚ୍ଚ କରି ହେଲିକପ୍ଟରରେ ବୁଲିବ,

ସଭାରୁ ଫେରି ତା ପ୍ରିୟ ପାଣ୍ଡିଆନର ଏ ଚଞ୍ଚକତା ସମ୍ପର୍କରେ ଏସେଚଜି ଗ୍ରୁପ୍ ମାଆ ଟିଏ ଯେତେବେଳେ ଏ ସବୁ କଥା ସ୍ଥିର ଚିତ୍ତରେ ଭାବିବ ଆଉ ଜାଣିବ ଯେ,

ଏ ପାଣ୍ଡିଆନବାବୁ ଆଉ ତାଙ୍କ ଟିମ୍ ମିଶି ତା ପୁଅକୁ ତାମିଲନାଡୁରେ ଦାଦନ, ଓଡିଶାରେ ରହିଲେ ଠିକା ମୁଲିଆ କରିବାକୁ ଯୋଜନା କରୁଛନ୍ତି,

ସେ ମାଆ ଟି ବିଜେଡି ଦଳକୁ ଆଉ ଶଙ୍ଖ ଚିହ୍ନକୁ କସ୍ମିନ୍ କାଳେ ଭୋଟ୍ ଦେବ କି ?

ସେଥି ପାଇଁ କହିଲି 2024 ରେ ବିଜେଡି ଦଳ 119 ଆସନରେ ହାରିବା ପାଇଁ ଯାହା ଯାହା ବ୍ଯବସ୍ଥା କରିବା କଥା ପାଣ୍ଡିଆନ ସାର୍ ସେ ସବୁ ବ୍ଯବସ୍ଥା କରି ସାରିଲେଣି,

ସିଏ ବୋଧହୁଏ ଜାଣୁଛନ୍ତି ଯେ, କେବଳ ବିଜେଡି ଟିକେଟ୍ ଖଣ୍ଡକ ପାଇବା ପର୍ଯ୍ୟନ୍ତ ଏ ବିଜେଡି ବିଧାୟକ ମାନେ ଚୁପ୍ ଅଛନ୍ତି, ଏଥର ଟିକେଟ୍ ପାଇ ଜିତିଗଲା ପରେ ସେମାନେ ନବୀନଙ୍କୁ ମୁଖ୍ୟମନ୍ତ୍ରୀ କରିବେ କି ନକରିବେ ସନ୍ଦେହ, ସେମାନେ ପାଣ୍ଡିଆନଙ୍କୁ ତ ଆଦୌ ମୁଖ୍ୟମନ୍ତ୍ରୀ କରିବେନି,

ତେଣୁ ଯଦି ଏଥର ନବୀନ ମୁଖ୍ୟମନ୍ତ୍ରୀ ହେବେନି କି ବିଜେଡି ବିଧାୟକମାନେ ପାଣ୍ଡିଆନଙ୍କୁ ବି ମୁଖ୍ୟମନ୍ତ୍ରୀ କରିବେନି, ତାହେଲେ ପାଣ୍ଡିଆନ ସାର୍ ବିଜେଡିକୁ ବୁଡେଇ ଦେବା ପାଇଁ ଯାହା ବ୍ଯବସ୍ଥା କରିବା କଥା ତାହା କଲେ ତ ଭୁଲ୍ କଣ ହେଲା ?

ରାମେ ରଖିଥିବେ ଯେ ଲକ୍ଷ୍ମଣେ କେଞ୍ଚିବେ !

ଏ ସ୍ଥିତିରେ ଲୋକେ କଣ କରିବେ ସେକଥା ଲୋକେ ମାନସିକ ସ୍ତରରେ ପ୍ରାୟତଃ ନିଷ୍ପତ୍ତି କରି ସାରିଲେଣି

ତଥାପି ନୀର୍ବାଚନ ଆହୁରି 6 ମାସ ବାକି ଅଛି ,
ପାଣ୍ଡିଆନ କରୁଥିବା ଭୁଲ୍ ସବୁକୁ ସୁଧାରି ମତଦାତାର ମାନସିକତା ପରିବର୍ତ୍ତନ ପାଇଁ 30 ଦିନ ସମୟ ବି ଯଥେଷ୍ଟ ,

କେନ୍ଦ୍ରାପଡାରେ ଗତ ନୀର୍ବାଚନରେ ତ ମାତ୍ର 3 ଦିନ ଭିତରେ ଚକ 360 ଡିଗ୍ରୀ ବୁଲିଗଲା କି ନାହିଁ ?

ଦୁଇ ଲକ୍ଷ ଭୋଟ୍ ରେ ଜିତିବା ନିଶ୍ଚିତ ଥିବା ବୈଜୟନ୍ତ ତ ପୁଣି ଦୁଇ ଲକ୍ଷ ଭୋଟ୍ ରେ ହାରିଲେ ନା ନାହି ?

ଦେଖାଯାଉ ନବୀନ ଭାରତର ସବୁଠୁ ଅଧିକ ସମୟ କ୍ରମାଗତ ମୁଖ୍ୟମନ୍ତ୍ରୀ ହେବାର ରେକର୍ଡ କରିବାକୁ ଚାହୁଁଛନ୍ତି କି କେଉଁ ଅଦୂରଦର୍ଶୀ ଲୋକମାନଙ୍କ ଚଞ୍ଚକତାପୂର୍ଣ୍ଣ ଅଥବା ଅପରିଣାମଦର୍ଶୀ ପରାମର୍ଶ ଆଧାରିତ କାର୍ଯ୍ୟକ୍ରମ ଉପରେ ନିର୍ଭର କରି, ଶେଷ ସମୟରେ ଏକ ଅପମାନଜନକ ସ୍ଥିତିରେ ରାଜନୀତିରୁ ବିଦା ହେଇ ଯାଉଛନ୍ତି , ତାହା ନୀର୍ବାଚନ ସରିଲା ପରେ ହିଁ ସ୍ପଷ୍ଟ ହେବ

ଈଶ୍ବର ସମସ୍ତଙ୍କର କଲ୍ଯାଣ କରନ୍ତୁ

Laxmidhar Nayak
My Facebook Post: 27th August 2023


Share it

Leave a comment

Your email address will not be published. Required fields are marked *

Verified by MonsterInsights