ନାମ୍ବିଆରେ ପଡ଼ିଛି ଭୟଙ୍କର ଦୁର୍ଭିକ୍ଷ : ହାତୀ, ଜେବ୍ରା, ଜଳହସ୍ତୀଙ୍କୁ ମାରି ଭୋକରେ ଥିବା ଦେଶବାସୀଙ୍କୁ ଦେବେ ନାମ୍ବିଆ ସରକାର

Share it

ଅଳପ ଖବର
4th September 2024

ନାମ୍ବିଆରେ ପଡ଼ିଛି ଭୟଙ୍କର ମରୁଡ଼ି

ହାତୀ, ଜେବ୍ରା, ଜଳହସ୍ତୀ, ହରିଣ ଭଳି ଜୀବଙ୍କୁ ମାରି ଭୋକରେ ଥିବା ଦେଶବାସୀଙ୍କୁ ଦେବେ ନାମ୍ବିଆ ସରକାର

ଭୋକିଲାଙ୍କୁ ଦିଆଯିବ ପଶୁ ମାଂସ । ମରାଯିବ ୭୦୦ ହାତୀ ଓ ଅନ୍ଯାନ୍ଯ ପଶୁ । ହାତୀ, ଜେବ୍ରା, ଜଳହସ୍ତୀ, ହରିଣ ଭଳି ଜୀବଙ୍କୁ ମାରି ଭୋକରେ ଥିବା ଦେଶବାସୀଙ୍କୁ ଦେବେ ନାମ୍ବିଆ ସରକାର ।

ଦକ୍ଷିଣ ଆଫ୍ରିକୀୟ ଦେଶ ନାମ୍ବିଆରେ ପଡ଼ିଛି ଭୟଙ୍କର ମରୁଡ଼ି। ଖାଇବାକୁ ପାଉନାହାନ୍ତି ଦେଶର ପାଖାପାଖି ୧୪ ଲକ୍ଷ ଲୋକ ।

ଗୁରୁତର ଖାଦ୍ୟ ସଙ୍କଟ ତଥା ମଣିଷ ଭୋକର ସମସ୍ୟା ଦୂର କରିବାକୁ ଜଙ୍ଗଲୀ ଜୀବମାନଙ୍କୁ ମାରି ଲୋକଙ୍କ ମଧ୍ୟରେ ବାଣ୍ଟିବାକୁ ସେଠାକାର ସରକାର ନିଷ୍ପତ୍ତି ନେଇଛନ୍ତି ।

ନାମ୍ବିଆ ଜଙ୍ଗଲ ଓ ପରିବେଶ ମନ୍ତ୍ରାଳୟର ମତ ହେଉଛି, ଦେଶର ଜଙ୍ଗଲୀ ପ୍ରାଣୀ ଓ ପ୍ରାକୃତିକ ସମ୍ପଦ ନାମ୍ବିଆ ନାଗରିକଙ୍କ ପାଇଁ ବ୍ୟବହାରଯୋଗ୍ୟ ।

ଆଫ୍ରିକାରେ ଥିବା ଜାତିସଂଘ ପରିବେଶ କାର୍ଯ୍ୟକ୍ରମ କାର୍ଯ୍ୟାଳୟ ତରଫରୁ କୁହାଯାଇଛି ଯେ, ନିରନ୍ତର ସୁସ୍ଥ ଜଙ୍ଗଲୀ ଜୀବ ସଂଖ୍ୟା ବୃଦ୍ଧି କରି ଖାଦ୍ୟ ପାଇଁ ବ୍ୟବହାର କରାଯାଇପାରିବ ।

R- କେଦାର ପୃଷ୍ଟି


Share it

Join the Conversation

3 Comments

  1. ଆଦିମ ସମୟ ଆସୁଛି ବୋଧେ। ତାପରେ ମଣିଷ ମାଂସ

  2. କେତେ ନୃଶଂସ ଓ ହୃଦୟ ହୀନ କଥା
    ଦୁର୍ଭିକ୍ଷର କାରଣ ଗଛ ବୃଛ୍ଛ ଶୂନ୍ୟତା,ଜଳ ଶୂନ୍ୟତା ସେଥିରୁ ଖାଦ୍ୟ ଅଭାବ।ଜୀବ ଜନ୍ତୁ ମାରିବା ତାର ସମାଧାନ ନୁହେଁ। ସନ୍ତୁଳନ ରହିବ କେମିତି

Leave a comment

Your email address will not be published. Required fields are marked *

Verified by MonsterInsights