ନବୀନ ମଦ ବନ୍ଦ କରୁ ନାହାନ୍ତି କାହିଁକି ?

Share it

Mo Lekha
1st September 2019

ନବୀନ ମଦ ବନ୍ଦ କରୁ ନାହାନ୍ତି କାହିଁକି ?

ଅନେକ ଲୋକ ଆଶ୍ଚର୍ଯ୍ଯ ହେଉଛନ୍ତି, ଆଲୋଚନା ଛଳରେ ମୋତେ ପଚାରୁଛନ୍ତି ମଧ୍ଯ , ନବୀନ ସବୁ କଥା ମାନୁଛନ୍ତି, ମଦ ବନ୍ଦ କରିବାକୁ କହିଲେ ଶୁଣୁ ନାହାନ୍ତି କାହିଁକି ?

ଇଏ ତ ବେତାଳିଆ ପ୍ରଶ୍ନ, ବଡ ଅଦଭୁତ ପ୍ରଶ୍ନ,
ନବୀନଙ୍କ ମନ କଥା ମୁଁ କେମିତି କହିବି ?

ବରଂ ଗପଟିଏ କହୁଛି, ଶୁଣନ୍ତୁ, ଶ୍ରମ ଲାଘବ ହେବ।

ଥରେ ମା ଟିଏ ଜଣେ ସାଧୁଙ୍କ ପାଖକୁ ତାଙ୍କର ଛୋଟ ପିଲାଟିକୁ ଧରି ଗଲା ।

ମା ଟି ସାଧୁଙ୍କୁ କହିଲା,
ଆଜ୍ଞା ଇଏ ପ୍ରବଳ ଚିନି ଖାଉଛି, ମୁଠା ମୁଠା ଚିନି ଚୋବୋଉଛି, ଯେତେ କହିଲେ ମାନୁନି, ଆପଣ ତ ଜାଣନ୍ତି ଚିନି ହେଉଛି ଧଳା ବିଷ, ୟାକୁ ଚିନି ଖାଇବାକୁ ମନା କରନ୍ତୁ, ଇଏ ଆପଣଙ୍କ କଥା ମାନିବ ।

ସାଧୁ କହିଲେ ୨୧ ଦିନ ପରେ ଆସିବୁ ଯା ।

୨୧ ଦିନ ପରେ ମା’ ଟି ସେ ପିଲାକୁ ଧରି ପୁଣି ଥରେ ସେ ସାଧୁଙ୍କ ପାଖକୁ ଗଲା।

ଏଥର ସାଧୁ ସେ ପିଲାକୁ କହିଲେ,
ବାବୁରେ ତୁମେ ଚିନି ଖାଇବା ଛାଡି ଦିଅ,
ପିଲାଟି ସେଇ ଦିନଠାରୁ ଚିନି ଖାଇବା ଛାଡି ଦେଲା ।

ମା ଟି ଆଶ୍ଚର୍ଯ୍ଯ ହେଲା,
ପଚାରିଲା ମହାଶୟ ଆପଣ ତ ଏଇ କଥା ପଦକ ସେଦିନ ବି କହି ଦେଇ ପାରି ଥାଆନ୍ତେ, ୨୧ ଦିନ ସମୟ ନେଲେ କାହିଁକି ?

ସାଧୁ କହିଲେ ….
ମୁଁ ନିଜେ ତ ମୁଠା ମୁଠା ଚିନି ଖାଉଥିଲି, ମୁଁ ସେ ପିଲାକୁ ଚିନି ନଖାଇବାକୁ କହି ଥାଆନ୍ତି କୋଉ ବିବେକରେ ?

ମୁଁ 21 ଦିନ ହେଲା ଚିନି ଛାଡି ଦେଇଛି ।

Laxmidhar Nayak
My Facebook Post: 1st September 2019


Share it

Leave a comment

Your email address will not be published. Required fields are marked *

Verified by MonsterInsights