ନବୀନ କଳ୍ପବାଟିକା

Share it

25th July 2024

ନବୀନ କଳ୍ପବାଟିକା
*********** ଲକ୍ଷ୍ମୀଧର ନାୟକ

ଏମିତି ଯୋଜନାଟିଏ ହେବା ନିହାତି ଜରୁରୀ ।

ଏକଥା ମୁଁ ଆଠ ଦଶ ବର୍ଷ ପୂର୍ବେ ଖବରକାଗଜରେ ଲେଖିଥିଲି ସମୟ ତାରିଖ ଠିକ୍ ମନେ ପଡୁନି, ସେ କାଗଜ ଖଣ୍ଡିକ ବି ମିଳିବନି ମୋ ପାଖରେ ।

ଖୁବ୍ ଭଲ କଥାଟିଏ ଲେଖା ହେଇଥିଲା । ସେହି ଅନୁସାରେ କାମ କରିଥିଲେ ଏବେ ବର୍ଷକୁ 60 ହଜାର କୋଟି ଟଙ୍କାର ଇମ୍ୟୁନ ପାଓ୍ୱାର ଫଳୁଥାଆନ୍ତା ମୋ ଗାଁ ମୁଣ୍ଡରେ ।

ଅବଶ୍ୟ ସେତେବେଳେ କାମ୍ପା ଫଣ୍ଡ ନଥିଲା।

ବ୍ୟସ୍ତ ହୁଅନ୍ତୁନି
ନବୀନ ମାନେ ନୂତନ

ମାନେ ପ୍ରତି ଗାଁ ମୁଣ୍ଡରେ ଗୋଟିଏ ନୂଆ ଫଳ ବଗିଚା ।

ନୂଆ ଫଳ ବଗିଚାକୁ “ନବୀନ କଳ୍ପବାଟିକା” କହିଲେ କିଛି ଲୋକଙ୍କର ଦିହ ହାତ ପୋଡା ଜଳା ହେବାର କିଛି କାରଣ ଅବଶ୍ୟ ଅଛି, ୟାଙ୍କୁ ଏ କଳ୍ପବାଟିକା ଛାଇରେ ବସେଇ ଦେଲେ ବି ୟାଙ୍କୁ ପ୍ରବଳ ଗୁଳୁଗୁଳି ଲାଗିବ ।

କାରଣଟା କହୁଚି
ମନ ଧ୍ୟାନ ଦେଇ ଶୁଣନ୍ତୁ ।

ପ୍ରତି ଗାଁରେ ଅନାବାଦୀ ଗୋଚର ଜମି ଅଛି
ଆଗରୁ ସେଗୁଡା ସେମିତି ଦିଶୁଥିଲା
ଏବେ ରେକର୍ଡରେ ଦିଶିବ ।

ପ୍ରତି ଗାଁ ମୁଣ୍ଡରେ ଏହି ସବୁ ସରକାରୀ ଜମିରେ 5 ରୁ ଆରମ୍ଭକରି ଦଶ କୋଡିଏ ଏକର ଜମି ଚାରିକଡେ ସ୍ଥାୟୀ ତାର ବାଡ ଟିଏ ବୁଜିଦେବ,

ଗାଈଗୋରୁ ଛେଳି ମେଣ୍ଢା ଯେମିତି ସାତ ବର୍ଷ ପାଇଁ ତା ଭିତରକୁ ଯାଇପାରିବେ ନାହିଁ ।

ତା ଭିତରେ ବୋରିଂ ଟିଏ ବସେଇ ଦେବ, ପାଣି ପାଇଁ ।

ତା ପରେ ଯେତେ ପ୍ରକାର ବଡ ବଡ ଫଳଗଛ ସେ ସ୍ଥାନୀୟ ଜଳବାୟୁରେ ଫଳିପାରିବ, ଯଥା ଆମ୍ୱ ପଣସ ପିଜୁଳି କମଳା ଲେମ୍ୱୁ ବରକୋଳି ଜାମୁକୋଳି ସପେଟା ଲିଚୁ କଇଥ ଚାର୍ ମହୁଲ ବେଲ ଅଁଳା କେନ୍ଦୁ ଆତାପି ଓଉ କରମଙ୍ଗା ସଜନା ଆମ୍ୱଡା କାଜୁ ନଡିଆ ତାଳ ଖଜୁରୀ ଇତ୍ୟାଦି ଇତ୍ୟାଦି, ତାକୁ ସେଠି ଲଗେଇବ । ସବୁ ଲୋକାଲ ଭେରାଇଟି, ନୋ ହାଇବ୍ରିଡ୍।

ଲୋକାଲ ଭେରାଇଟି ହେଲେ ବହୁବର୍ଷ ବଞ୍ଚିବ,
ଜିନ୍ କନଜରଭେସନ ବି ହେବ,
ଏ ବଗିଚା ଜୀନ୍ ବ୍ୟାଙ୍କର କାମ ବି କରିବ ।

ସବୁ 20 ଫୁଟ୍ ବ୍ୟବଧାନରେ ଲଗେଇବ ।

ମଝିରେ ଶଙ୍କର ହାତିଆ ଘାସ ଲଗେଇ ଦେବ । ଏଗୁଡା ଯେତେ କାଟୁଥିବ ସେତେ ବଢୁଥିବ । ଥରେ ଲଗେଇଲେ ପାଂଚ ସାତ ବର୍ଷ ଅମଳ ହୁଏ ।

ଏ ଘାସକୁ ଗାଈ ଗୋରୁ ଛେଳି ମେଣ୍ଢା ଖାଇବେ ।

ଯିଏ ଗୋଛାଏ ଘାସ ନେବ ସିଏ ଗୋବର ପାଛିଏ ଧରିକି ଆସିଥିବ, ଘାସ କାଟିବ, ଜମିରେ ଗୋବର ପକେଇବ ଘାସ ନେଇ ଘରକୁ ଯିବ।

ଘାସରେ ପାଂଚ ସାତ ବର୍ଷ ପାଣି ଦେବା ଭିତରେ ସେ ଫଳଗଛ ଗୁଡା ବଡ ବଡ ହେଇ ଫଳିବା ଆରମ୍ଭ କରିବ।

ତା ପରେ ଏ ନୂଆ ଫଳବଗିଚା ବା ନବୀନ କଳ୍ପ ବାଟିକା ଟିକୁ ଗ୍ରାମବାସୀଙ୍କ ହାତରେ ଉତ୍ସର୍ଗ କରିଦେବ।

ଯେଉଁ ସିଜିନ୍ ରେ ଯେଉଁ ଲୋକ ସେ ବାଟିକା ଭିତରକୁ ପଶିବ ସେ ସେହି ସିଜିନର କିଛି ଫଳ ଖାଇବାକୁ ପାଇବ, ଖାଲି ହାତରେ ଫେରିବନି,

କାରଣ ପ୍ରତି ସିଜିନରେ ପ୍ରକୃତି କିଛି ନା କିଛି ଫଳ ବା ଭିଟାମିନ୍ ଏ ବି ସି ଡି ଇ କେ ଇତ୍ୟାଦି ଇତ୍ୟାଦି ଫଳାଏ, ସେଥିପାଇଁ ନାଁ ହେଲା କଳ୍ପବାଟିକା ।

ଏ ଫଳକୁ ଗ୍ରାମବାସୀମାନେ ବାଣ୍ଟିକୁଣ୍ଚି ଖାଇବେ।

ପ୍ରତି ସିଜିନରେ ଯଦି ଗ୍ରାମବାସୀମାନେ କିଛି ନା କିଛି ଏଥିରୁ ଖାଦ୍ୟ ହିସାବରେ ଖାଉଥିବେ, ତାଙ୍କର ଭିଟାମିନ, ଇମ୍ୟୂନିଟି ସର୍ଟ ହେବ କି?

ଖାଦ୍ୟ ସାରଣୀଟା ଏତେ ଲମ୍ୱା ହେଲାପରେ ଯଦି କାଁ ଭାଁ କାହାର ଏ ସବୁ ସର୍ଟେଜ୍ ହେଲା, ତାହେଲେ ତାହାକୁ ରୋଗ କୁହାଯିବ ଏବଂ ତାର ଚିକିତ୍ସା ବ୍ୟବସ୍ଥା ଅଛି ।

କିନ୍ତୁ ଖାଦ୍ୟାଭାବ ଓ ଅପପୁଷ୍ଟିକୁ ରୋଗ କହି ଲୋକଙ୍କୁ CMR, MMR ପରିସଂଖ୍ୟାନ ଦେଖେଇ ଭିଟାମିନ ନାଁ ରେ ଓଷଦ କମ୍ପୀନୀରୁ ବର୍ଷକୁ 60 ହଜାର କୋଟି ଟଙ୍କାର ଏ ଜାତୀୟ ଓଷଦ କିଣେଇବା କୋଉ ବୁଦ୍ଧିମତ୍ତାର କାମ ଯେ !

ସରକାର ଇଚ୍ଛାକଲେ ସେଗୁଡା ତ ମୋ ଗାଁ ମୁଣ୍ଡରେ ଫଳିବ ।

ଆଗରୁ ଲୋକେ ତୋଟା କରୁଥିଲେ, ଆପଣ ଶୁଣି ଆଶ୍ଚର୍ଯ୍ୟ ହେବେ ଯେ ଏ ତୋଟା ମାନଙ୍କର ସମାହାର ଆମ ରାଜ୍ୟ ଜଂଗଲର 6 ପର୍ସେଣ୍ଚ ହେଉଥିଲା, ଏବେ ଗାଁ ସବୁ ତୋଟା ଶୂନ୍ୟ।

ଏବେ ଗାଁରେ ତ ଆଉ ଲୋକ ନାହାନ୍ତି, ସମସ୍ତେ ଏବେ ଦେଶର ନାଗରୀକ, ତେଣୁ ସରକାରଙ୍କୁ ଦାୟିତ୍ୱ ନେଇ ଏକଥା କରିବାକୁ ପଡିବ।

ଆମର କଥା ଥିଲା
ଏ କଳ୍ପ ବାଟିକା ପୂର୍ବରୁ ନବୀନ କାହିଁକି ଲାଗିବ

ପାଞ୍ଚ ଟି କଥାପାଇଁ ନବୀନ ଲାଗିବ

ପ୍ରଥମ କାରଣ ହେଲା ଏହା ନୂଆ ଫଳ ବଗିଚା

ଦ୍ୱୀତୀୟ କାରଣ ହେଲା ଏଥିରେ ନବୀନ ନାମ ଭ୍ରମ ଟି ଥିଲେ ବିଡିଓ, ଆର୍ ଆଇ, କଲେକ୍ଚର , ପିଡି ଚାକିରୀ ଭୟରେ ବାଡଟି ଠିକ୍ ଠିକ୍ ବୁଜିବେ,

ସାତ ବର୍ଷ ପରେ ଗଛ ଗଣିକି ଦେଖେଇବେ, ଭୟରେ ଦାୟିତ୍ୱବାନ ହେବେ,
ନହେଲେ କହିବେ, ଆଜ୍ଞା ସବୁ ଲଗେଇଥିଲୁ ଯେ ଛେଳି ଖାଇଗଲା

ତୃତୀୟ କାରଣଟି ହେଲା ଏହା ମୁଖ୍ୟମନ୍ତ୍ରୀଙ୍କ ନାମରେ ହେଉ କି ନହେଉ ସେ ନାମରେ ମୁଖ୍ସମନ୍ତ୍ରୀଙ୍କ ନାମ ଭ୍ରମ ଥିଲେ ଜବରଦଖଲକାରୀଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ହେଇପାରିବ,

ନହେଲେ ଆମ ଏମ ଏଲ୍ ଏ ମାନେ ଜବରଦଖଲକାରୀ ପ୍ରତିପତ୍ତିଶାଳୀ ଲୋକଙ୍କ ଦେହ ପୋଡାଜଳା ସହି ନପାରି,
ଭୋଟ୍ କମିଯିବା ଭୟରେ ଏମିତି ଚୋରା ସୁରକ୍ଷା ଦେବେ ଯେ ବାଟିକା ବାଟଭୁଲି ଯିବ,

ନବୀନ ନାଁ ଟି ଥିଲେ ଏମ୍ ଏଲ୍ ଏ ଭୋଟ୍ ଚିନ୍ତା ଛାଡି ପ୍ରଥମେ ଟିକେଟ୍ ଚିନ୍ତା କରିବ,
କାରଣ ଏ ନବୀନବାବୁଟି ତ କାହାର ନୁହେଁ, ତେଣୁ ବିଧାୟକ ଭୟରେ କାମ କରିବ

ଚତୁର୍ଥ କାରଣଟି ହେଲା ଆମ ମୁଖ୍ୟମନ୍ତ୍ରୀ ଗଛବୃଛ ପ୍ରିୟ,

ଏମିତିରେ ବି ସେ ନିଜ ନାମରେ ଗୋଟିଏ ବି ଯୋଜନା କରିନାହାନ୍ତି,

ଲୋକେ ଜଣେ କୋଡିଏ ବର୍ଷର ମୁଖ୍ୟମନ୍ତ୍ରୀଙ୍କ ନାଁ ରେ ବଗିଚା ଖଣ୍ଡେ ନାମିତ କଲେ କଣ ସରଗ ଛିଡି ପଡିବ

ପଞ୍ଚମ କାରଣ,
ମନେକର ପ୍ରତି ଗାଁ ମୁଣ୍ଡରେ ନବୀନ ସରକାର ଏପରି ଫଳ ବଗିଚା ସ୍କିମ୍ ଟିଏ କଲେ, ଲୋକେ ଅନ୍ତରରୁ ସତରେ ବହୁତ ବହୁତ ଖୁସି ହେଇଯିବେ,

ଯଦି ଏପରି ହୁଏ, ସରକାର ଏ ସ୍କିମର ନାଁ ଯାହା ବି ଦିଅନ୍ତୁ , ଲୋକେ କିନ୍ତୁ କହିବେ ଏଟା ନବୀନା ତୋଟା

ତାହେଲେ ମୁଳରୁ କାହିଁକି ଆମେ ଏ ସ୍କିମ୍ ର ନାଁ
” ନବୀନ କଳ୍ପବାଟିକା ” ନ ଦେବା ଯେ ??

ଏ ନବୀନ କଳ୍ପବାଟିକା କଣ ଗୋଟେ ନାକରା ପ୍ରସ୍ତାବ ?

କଣ ଏ ପ୍ରସ୍ତାବ ଟା ଆପଣଙ୍କ ମନକୁ ପାଉନି ?

ୟାକୁ କଣ ମମତା ତୋଟା କହିଲେ ଆପଣଙ୍କୁ ଭଲ ଶୁଭିବ ନା ମୋଦୀ, ସୋନିଆ କି କେଜ୍ରିଆଲ କିମ୍ବା ଗଡକରୀ ତୋଟା କହିଲେ ଆହୁରି ବେଶି ଭଲ ଶୁଭିବ ??

ଯଦି ମନକୁ ପାଉଛି ତାହେଲେ ସେ କଥା ନବୀନବାବୁଙ୍କୁ କହୁ ନାହାନ୍ତି କାହିଁକି ଯେ !

ନା ଆପଣ କଣ ଭାବୁଛନ୍ତି ଆପଣମାନେ କହିଲେ ନବୀନବାବୁଙ୍କୁ ସେକଥା ଶୁଭିବ ନାହିଁ ?

ଆମ ମୁଖ୍ୟମନ୍ତ୍ରୀ କଣ କାଲା କି ???

ଲକ୍ଷ୍ମୀଧର ନାୟକ
My Facebook Post : 25th July 2020


Share it

Leave a comment

Your email address will not be published. Required fields are marked *

Verified by MonsterInsights