ନେତା ଆଉ ପ୍ରାର୍ଥୀ ଏକା ପଦାର୍ଥ ନୁହନ୍ତି …

Share it

ସବୁ ନେତା ହୁଏତ ପ୍ରାର୍ଥୀ ହୋଇ ପାରନ୍ତି, କିନ୍ତୁ ସବୁ ପ୍ରାର୍ଥୀ ନେତା ନୁହନ୍ତି । ଆଜିକାଲିର ଅଧିକାଂଶ ବିଧାୟକ କିମ୍ୱା ସାଂସଦ କେବଳ ସମ୍ୱିଧାନ ଦୟାରୁ ଲୋକ ପ୍ରତିନିଧି, କିନ୍ତୁ ସେମାନେ ସମସ୍ତେ ଜନନାୟକ ନୁହନ୍ତି ।

ମୋତେ ଜଣେ ସାମ୍ୱାଦିକ ବନ୍ଧୁ ପଚାରିଲେ –
ନେତା ଦଳ ବଦଳାଇଲେ ମତଦାତା ଦଳ ବଦଳାନ୍ତି କି ?

ଆଜ୍ଞା ଶୁଣନ୍ତୁ ,
ନେତା ଆଉ ପ୍ରାର୍ଥୀ ଏକା ପଦାର୍ଥ ନୁହନ୍ତି । ମାନେ ସବୁବେଳେ ସେପରି ନୁହନ୍ତି, ଆଜିକାଲିକା ଗଣ ମାଧ୍ଯମ କିନ୍ତୁ ସବୁବେଳେ ସେପରି ଭ୍ରମଟାଏ ପ୍ରଚାର କରିବାକୁ ସହଜ ମଣୁଛି, ଦ୍ୱିଧା ବୋଧ କରୁନି ମଧ୍ଯ ।

ସବୁ ନେତା ହୁଏତ ପ୍ରାର୍ଥୀ ହୋଇ ପାରନ୍ତି,
କିନ୍ତୁ ସବୁ ପ୍ରାର୍ଥୀ ନେତା ନୁହନ୍ତି ।

ଆଜିକାଲିର ଅଧିକାଂଶ ବିଧାୟକ କିମ୍ୱା ସାଂସଦ କେବଳ ସମ୍ୱିଧାନ ଦୟାରୁ ଲୋକ ପ୍ରତିନିଧି, କିନ୍ତୁ ସେମାନେ ସମସ୍ତେ ଜନନାୟକ ନୁହନ୍ତି।

ଜନ ନେତାଟିଏ କୌଣସି ପରିସ୍ଥିତିରେ ଦଳୀୟ ନେତା ହେଲେ ସ୍ୱାଭାବିକ ଭାବେ ସେଇ ଆଦର୍ଶର ସମର୍ଥକ ଜନତାଙ୍କ ମତ ତାଙ୍କ ସାଥିରେ ଥାଏ ଏବଂ ସିଏ ଯେଉଁ ଦଳକୁ ଯାଆନ୍ତି ତାଙ୍କ ସହ ତାଙ୍କ ସମର୍ଥକଙ୍କ ମତ ବି ସ୍ଥାନାନ୍ତରିତ ହୁଏ ।

କିନ୍ତୁ ଅଣ ନେତା ପ୍ରାର୍ଥୀଟିଏ ଦଳ ବଦଳ କଲେ ମତ ଦାତା ଦଳ ବଦଳ କରେ ନାହିଁ ।

ମନେକରାଯାଉ ନେତା ନବୀନ, ପ୍ରାର୍ଥୀ ରୀତା ତରାଇ,
ରୀତା ଦଳ ବଦଳାଇଲେ ମତଦାତା ଦଳ ବଦଳାଇବେ କି ?
ବଦଳାଇବେ ନାହିଁ, ସେମାନେ ନବୀନଙ୍କ ସହ ରହିବେ ।

ସେହିପରି ମନେକରାଯାଉ ନେତା ମୋହନ ଭାଗବତ, ପ୍ରାର୍ଥୀ ନରେନ୍ଦ୍ର,
ମୋହନ ନରେନ୍ଦ୍ରଙ୍କୁ ପ୍ରତ୍ଯାଖାନ କଲେ ମୋହନ ସମର୍ଥକ ନରେନ୍ଦ୍ରଙ୍କୁ ଗ୍ରହଣ କରି ପାରିବେ କି ?

ମୁଁ ଭାବୁଛି ଆପଣ ବୋଧହୁଏ ଏଇ ସୀମା ପର୍ଯ୍ଯନ୍ତ କଥାଟା ଜାଣିବାକୁ ଚାହୁଁଥିଲେ, ନହେଲେ ତ ନେତା ପ୍ରାର୍ଥୀ ଆଲୋଚନା ଏକ ବ୍ଯାପକ ବିଷୟ । ମୋର ଏତେ ଜ୍ଞାନ କାହିଁ ସେ କଥା ଆଲୋଚନା କରିବାକୁ?

ଲକ୍ଷ୍ମୀଧର ନାୟକ

ଲକ୍ଷ୍ମୀଧର ନାୟକ
Mo Lekha : Facebook post- 20.03.2019


Share it

Leave a comment

Your email address will not be published. Required fields are marked *

Verified by MonsterInsights