ନୂଆଖାଇ ଜୁହାର
===============
ଢୋଲ ବାଜେ ଢାଉଁ ଢାଉଁ ବାଜୁଛି ମାଦଳ
ପଶ୍ଚିମ ଓଡିଶା ଆଜି ଆନନ୍ଦେ ଉଦବେଳ ।।
ଡାଲଖାଇ ନାଚେ ନନୀ କମ୍ପାନ୍ତି ମେଦିନୀ
ଝୋଟି ପକାଉଛି ଘରେ କୃଷକ ଘରଣୀ ।।
ନୂଆ ଚାଉଳରେ ଖିରୀ ଜାତି ଜାତି ପିଠା
ମଣ୍ଡା,କାକରା, ଆରିସା, ଏଣ୍ଡୁରି, ଗଇଁଠା ।।
ବିଦେଶୁ ଅଇଲେ ସର୍ବେ ପରଦେଶୀ ଭାଈ
ପାଳିବେ ବର୍ଷକ ଥରେ ପର୍ବ ନୂଆ ଖାଇ ।।
ନୂଆ ଧାନ ନୂଆ ମନ ଖୁସିର ଲଗନ
ସଭିଏଁ ପିନ୍ଧି ଅଛନ୍ତି ନୂତନ ବସନ ।।
କୋଳାହଳ ପରିବାର ସର୍ବେ କୋଳାକୋଳି
ଜ୍ୟେଷ୍ଠଙ୍କୁ ପ୍ରଣାମ କଲେ କରି ନିଉଛାଳି ।।
ପଶ୍ଚିମ ଓଡିଶା ଖ୍ୟାତ ପର୍ବ ନୂଆ ଖାଇ
ସୀମିତ ହୋଇ ଏ ଆଉ ଓଡ଼ିଶାରେ ନାହିଁ ।।
ବ୍ୟାପି ଯାଇଅଛି ଏହା ସମ୍ପୂର୍ଣ୍ଣ ଭାରତ
ଛତିଶଗଡ଼ରେ ନୂଆ ଖାଇ ଭେଟଘାଟ ।।
ସମ୍ବଲପୁର ଭରସା ମାଆ ସମଲେଇ
ସରବେ ରଖିଥା ମାତ ତୁ ଘଣ୍ଟଘୋଡ଼ାଇ ।।
ତୋର ଦେଲା ଅନ୍ନ ମାଆ ତୋତେ ସମର୍ପିଲି
ଭୋଗ ଲଗାଇଲି ମାଗୋ ଦେଇ ହୁଳହୁଳି ।।
ସନ୍ତାନ ବତ୍ସଳା ଧନ ଧାନ୍ୟେ ପୂର୍ଣ୍ଣ କର
ଦୟୀନି ତୋ ପଦେ ନୂଆଖାଇର ଜୁହାର ।।
🙏🙏🙏
ଅର୍ଜୁନୀ ଚରଣ ବେହେରା
ମୋ – 7693091971