ନଅପୋଈ

Share it


ହଁ, ତଅପୋଇ ନୁହେଁ ନଅପୋଈ

ୟେହୁ ବନେ ହରି ଚରାନ୍ତି ବାଛୁରୀ
ସଙ୍ଗେ ଘେନି ବ୍ରଜ ଗୋପବାଳ
ଯୂଥ ଯୂଥ ହୋଇ ବନେ ବନେ ଯାଇଂ
ବୃନ୍ଦାବନେ ଏକା ନନ୍ଦବାଳ ।। ୧ ।।

ରାଧାପ୍ରୀତି ଆଶେ ଗୋବିନ୍ଦ ଅବଶେ
ଝୁରଇ କଦମ୍ୱ ତଳେ ବସି
ବିପ୍ରକଣ୍ଠ ଦାସ ଭଜେ ପୀତବାସ
ରାଧା ସମୀପକୁ ମନ ପେଷି ।। ୯ ।।

ପୋଈ ଅର୍ଥ ପଦ ।
ପୋଈ ସାହିତ୍ୟ ସପ୍ତଦଶ ଶତାବ୍ଦୀର ଶେଷ ଆଡକୁ ବିପ୍ରକଣ୍ଠ ଦାସଙ୍କ ‘ନଅପୋଈ’ରୁ ଆରମ୍ଭ ବୋଲି କୁହାଯାଏ ।

ଏହି ପରି ଓଡିଆ ପଦ୍ୟ ସାହିତ୍ୟରେ ଛଅପୋଈ, ସାତପୋଈ, ଆଠପୋଈ, ପନ୍ଦରପୋଈ, ପଚିଶପୋଈ ରଚନା ମଧ୍ୟ ଦୃଷ୍ଟିଗୋଚର ହୁଏ ।

ଫେସବୁକ୍ ରେ ଯଦି କେହି ଦୁଇ ଚାରିପଦ କବିତା ଲେଖି ଛାଡିଦେଲେ, ତାହାକୁ ନାକ ଟେକିବା ଓ ଓଡିଆ ସାହିତ୍ୟରେ ନଗଣିବା ଲୋକଙ୍କ ପାଇଁ ଏହା ଏକ ଜ୍ଞାନୋଦୟ ଚନ୍ଦ୍ରିକା ହେଲେ, ଓଡିଆ ଭାଷା ଦୀର୍ଘଜୀବି ହେବାରେ ଏ ଜ୍ଞାନ ବହୁ ଭାବରେ ସହାୟକ ହେବ ବୋଲି ମୋର ମତ ।

ଲକ୍ଷ୍ମୀଧର ନାୟକ


Share it

Leave a comment

Your email address will not be published. Required fields are marked *

Verified by MonsterInsights