ଧିରେ ଧିରେ ଅର୍ଗାନିକ୍ ହେବା ସମ୍ଭବ, ହଠାତ୍ ନୁହେଁ

Share it

ମୋ ବଗିଚାରେ ଏବେ 7 ପ୍ରକାରର ଲଙ୍କା ଗଛ ଅଛି, ଫଳୁଛି ।
ଘରେ ଖାଇବା ସହ ମୁଁ ସେଥିରୁ 6 ପ୍ରକାର ଦେଶୀ ମଞ୍ଜି ସଂଗ୍ରହ କରିଛି ।

ଆମ ଗାଁ ପିଲା ପିକ, ରାଜୁ, ସିଲୁ, ଅର୍ଜୁନା, ଶତନ, ଧନ, ସଂଗ୍ରାମ, ମିଟୁଆ, ଚଗି, ଟେରୁ, ମନୋଜ, ବିନୁ , ପୁନିଆ ଭାଇ, କ୍ଷୀର ଦାଦା, ହୃଷିଆ ମାମୁଁ, ଦୁର୍ଗା ଦାଦା, ଫୁକୁରି ଭାଇ, ଅଙ୍କୁରା, ବେଙ୍ଗବାବୁ ଇତ୍ୟାଦି ଇତ୍ୟାଦି ମାନଙ୍କୁ ପୁଡିଆଏ ଲେଖା ମଞ୍ଜି ଦେବି ଭାବୁଛି ।

ଗଛରେ ବେଶି ଚେର ହେବା, ଗଛ ହୃଷ୍ଟପୁଷ୍ଟ ହେଇ ବହୁତ ଫଳିବା ପାଇଁ ତାମିଲ ନାଡୁରୁ ଅର୍ଗାନିକ୍ ShootX ଯୋଗାଡ କରିଛି , ପତ୍ରରେ ଥରେ ଦୁଇଥର ଛିଞ୍ଚିବା ପାଇଁ ଦେବି ।

ଜମିରେ ମାଇକ୍ରୋ ବାୟୋଲିଜିମ୍ ବଢେଇ, ସାର କୀଟ ନାଶକ ପିଇ ପିଇ ମରି ଯାଉଥିବା ମାଟିକୁ ସୁସ୍ଥ ସବଳ କରିବା ପାଇଁ, ବର୍ଷକୁ ଥରେ, ମୋ ତାମିଲ ବନ୍ଧୁ Dr. K. M. Aravinthan ଙ୍କ ଦ୍ବାରା ପ୍ରସ୍ତୁତ ଅର୍ଗାନିକ୍ VAM ମଧ୍ୟ ଦେବି ।

2 ଗ୍ରାମ VAM 2 କିଲୋ ନଈ ବାଲିରେ ଗୋଳେଇ 2 ଏକରରେ ପଡିବ, ଲଗାତର 3 ବର୍ଷ ପକେଇଲା ପରେ ମାଟି ଆଉ ରାସାୟନିକ ସାର ଆବଶ୍ୟକ କରିବ ହିଁ ନାହିଁ ବୋଲି ମୋର ତାମିଲ ବନ୍ଧୁ Dr. K M Aravinthan ଓ Arun K Arumugham ମୋତେ କହିଛନ୍ତି ।

ଆମ ଗାଁ ମାଟିକୁ ମୃତ୍ୟୁ ମୁଖରୁ ତଥା ଚାଷୀର ଅଣ୍ଟିକୁ ମଞ୍ଜି କମ୍ପାନୀଙ୍କ ଛଞ୍ଚାଣ ଦୃଷ୍ଟିରୁ ବଞ୍ଚେଇବାକୁ ମୁଁ ଏମିତି କଥାଟେ ଆରମ୍ଭ କରୁଚି ।

ଆପଣଙ୍କ ଗାଁ ଦାୟିତ୍ୱ ମୁଁ ନେବିନି,
ଆପଣଙ୍କ ଗାଁ ଦାୟିତ୍ୱ ଆପଣ ନେଉ ନାହାନ୍ତି, କଣ କୋଟିଏ ନା ଦି କୋଟି ଖର୍ଚ୍ଚ ହେଇ ଯିବ କି ?

ନହେଲେ ଆପଣଙ୍କ ସରକାର Arabinda Kumar Padhee ମହାଶୟଙ୍କୁ କୁହନ୍ତୁ ସେ ଆପଣଙ୍କ ଗାଁ ଦାୟିତ୍ୱ ନେବେ, ମୁଁ ବରଂ ମୋ ତାମିଲ ବନ୍ଧୁଙ୍କ ଠିକଣା ତାଙ୍କୁ ଦେଇ ଦେବି ।

ଧିରେ ଧିରେ ଅର୍ଗାନିକ୍ ହେବ,
ଆମ ପାଠୁଆ ଏଗ୍ରିକଲଚରିଷ୍ଟ ଓ ତହୁଁ ଚିନ୍ତୁଆ ଏନଜିଓ ମାନଙ୍କ ବୁଦ୍ଧିରେ ପଡି ଚାଷୀଙ୍କୁ ହଠାତ୍ ସିଧା ସିଧା ଅର୍ଗାନିକ୍ ହେଇଯିବାକୁ କହିଲେ, ଚାଷୀର ଏତେ କ୍ଷତି ହେବ ଯେ ସେ ଚାଷ ଛାଡି ଦେବ ।

ସେପଟେ ଆମ ଏଗ୍ରିକଲଚର ଅଫିସର୍ ମାନେ ଅର୍ଗାନିକ୍ ସବସିଡି ଓ ଏନଜିଓମାନେ ପ୍ରୋଗ୍ରାମ ଇମ୍ପ୍ଲିମେଣ୍ଟିଙ୍ଗ୍ ଗ୍ରାଣ୍ଟ ଖାଇ ଦେଇ କୋଉଠି ଯାଇ ହାଇ ମାରିବେ ଖୋଜିଲେ ଠିକଣା ବି ମିଳିବନି …

Laxmidhar Nayak
My Facebook Post : 13.10.2022


Share it

Leave a comment

Your email address will not be published. Required fields are marked *

Verified by MonsterInsights