ଧର୍ମ ଏକା ସିନା “ମହତ ପଣିଆ “…

Share it

Mo Lekha
My Facebook Post: 17th August 2021

ଧର୍ମ ଏକା ସିନା “ମହତ ପଣିଆ “…

ଧର୍ମୀୟ ମୌଳବାଦ ଆଧାରିତ ଶାସନ ବିଶ୍ୱପାଇଁ ମହା ବିପଦ ।
ବିଶ୍ୱର ଜନ ସାଧାରଣ ଓ ନେତୃମଣ୍ଡଳୀ ଏହାକୁ ସ୍ଥିର ଚିତ୍ତରେ ବିଚାର କରି ଏ ଭୟାବହ ସଂକ୍ରମଣରୁ ବିଶ୍ୱକୁ ମୁକ୍ତ ନକଲେ ମାନବ ସଭ୍ୟତା କୌଣସି ବି ସମୟରେ ପଶୁ ସଭ୍ୟତା ସହ ସମାନ ମଧ୍ୟ ହୋଇ ପାରିବ ନାହିଁ, ତା ଉପରକୁ ଉଠିବା ତ ବହୁ କଠିନ କଥା ।

ବିଶେଷକରି ଏସିଆ ମହାଦେଶର ଲୋକ ଓ ହିନ୍ଦୁ-ଇସଲାମ ଧର୍ମୀୟ ମୌଳବାଦର ସଂକ୍ରମଣ ଯେପରି ମଣିଷର ଶାନ୍ତି ସଂହତି ନଷ୍ଟ କରିବାରେ ପ୍ରମୁଖ ଭୁମିକା ଗ୍ରହଣ କରୁଛି, ସମୟ ଆସିବ ହୁଏତ ଏସିଆ ମହାଦେଶ ଲୋପ ପାଇଯିବାକୁ ବାଧ୍ୟ ହେବ ନହେଲେ ହିନ୍ଦୁ-ଇସଲାମ ଧର୍ମ ।

ଗୋଟାଏ ହିନ୍ଦୁ ମୌଳବାଦ ଗୋଟାଏ ଇସଲାମ ଧର୍ମୀୟ ମୌଳବାଦର ପ୍ରତିଷେଧକ ଟୀକା ପରି କାମ କରିବ ବୋଲି ଯେଉଁମାନେ ଭାବୁଛନ୍ତି ତାହା ଏକ ଉଦ୍ଭଟ ପରିକଳ୍ପନା ସାବ୍ୟସ୍ତ ହେବ ।

ଧର୍ମ ଏକା ସିନା “ମହତ ପଣିଆ “…
ବେଶ୍ ଧର୍ମ ବୋଇଲେ ମାତ୍ର ଏତିକି ବୁଝୁ ବିଶ୍ୱ ମାନବ ସମାଜ ।

ଏବଂ ତଦନୁଯାୟୀ ବିଭିନ୍ନ ଉତ୍ସବ ଅନୁଷ୍ଠାନ କରି ଆନନ୍ଦ ଓ ଶାନ୍ତି ଉତ୍ପାଦନ ବ୍ୟବସ୍ଥା ପର୍ଯ୍ୟନ୍ତ କଥା ଟା ଠିକ୍,
ତହୁଁ ଆଗକୁ ବଢିବା ଭୟଙ୍କର ଓ ଗୋଟାଏ ଅକ୍ଷମଣୀୟ ଅପରାଧ |

ଧର୍ମର ଗ୍ଳାନୀ କଲେ କେହି ତିଷ୍ଠି ରହି ପାରନ୍ତି ନାହିଁ,
କୋଉ ଇସଲାମ, କୋଉ ହିନ୍ଦୁ, କୋଉ ଖ୍ରୀଷ୍ଟିୟାନ, କୋଉ ଜୋରାଷ୍ଟ୍ର କେହି ବି ନୁହେଁ, ଇଏ ତ ସବୁ ଏଇ ହଜାରେ ପନ୍ଦର ଶହ ଦି ହଜାର ନହେଲେ ପାଞ୍ଚ ସାତ ହଜାର ବର୍ଷର ନୂଆ ଆଉ ଛୁଆ ଅନୁଷ୍ଠାନ,

ପ୍ରକୃତି ଧର୍ମ ତ ଅସୀମ, ଅନନ୍ତ କାଳରୁ ପ୍ରବାହିତ, ସେଥିରୁ ଯିଏ ଯେତିକି ଧାରଣ କରିବାକୁ ସକ୍ଷମ , ସେତିକିର ଗୋଟେ ବାଉଣ୍ଡାରୀ ଟାଣି , କାହାର ଭଲିବଲ୍ ଆକାରର, କାହାର ଟେନିସ ବଲ୍ ଆକାରର କାହାର ଫୁଟବଲ୍ ଆକାରର ନହେଲେ ଆଉ କାହାର କ୍ରିକେଟ ଫିଲଡ୍ ଆକାରର ପଡିଆରେ ଗୋଟେ ବାଉଣ୍ଡାରୀ ବୁଲେଇ ତାକୁ ଧର୍ମର ପରିସୀମା କହୁଛି ।

ହଁ ହେଇ ପାରେ, ସେଇଟା ତା ପସନ୍ଦର ଖେଳର ଧର୍ମ, ନିୟମ ଅଥବା ପରିସୀମା ହୋଇପାରେ

କେବଳ କୋଚ୍ ମାନଙ୍କ କଥାରେ ପଡି ଫୁଟବଲ୍ ପ୍ରେମୀ ସମସ୍ତେ କେବଳ ଫୁଟବଲ୍ ଖେଳନ୍ତୁ ବୋଲି ଚିନ୍ତା କରିବା ଅଥବା କ୍ରିକେଟ୍ ପ୍ରେମୀ କ୍ରିକେଟ୍ ହିଁ ଏକମାତ୍ର ଖେଳ ସମସ୍ତେ କେବଳ ଏହି ଖେଳ ଖେଳିବାକୁ ବାଧ୍ୟ ବୋଲି କହିବା କଥା ହେଉଛି ତଥା କଥିତ ମୌଳବାଦ, ଧର୍ମୀୟ ମୌଳବାଦ ମଧ୍ୟ ଏହି ଧାରାର କଥା

ଧର୍ମୀୟ ମୌଳବାଦକୁ ନେଇ ବିଶ୍ୱ ଏବେ ଯେଉଁ ପରିସ୍ଥିତି ଦେଇ ଗତି କରୁଛି, ତାର ଗୋଟେ ସରଳ ପ୍ରତିକାର କହୁଚି –

ଧର୍ମ ଏକା ହେଉ ” ମହତପଣିଆ ”
ବାସ୍ ଏତିକି ଧର୍ମକୁ ମଣିଷ ଏବେ ଆଖିବୁଜି 5 ହଜାର ବର୍ଷ ଖଣ୍ଡ ପ୍ରାକ୍ଟିସ କରୁ, ତା ପରେ ଆଉ କଥା ଚିନ୍ତା କରିବା

ନହେଲେ ଶା ସବୁ ହଣା କଟା ହେଇ କି ମରିବ, କୋଉ ଆଲ୍ଲା କୋଉ ଭଗବାନ କୋଉ ଯୀଶୁ କେହି ତମ ପିଠିରେ ପଡିବାକୁ ଆସିବେନି

ତମେ ଭଲ କଲେ ବି ସିଏ ହସି ଦେବ
ମନ୍ଦ କଲେ ବି ସିଏ ହସି ଦେବ
ତମେ ବଞ୍ଚିଲେ ବି ସିଏ ହସି ଦେବ
ତମେ ମଲେ ବି ସିଏ ହସି ଦେବ
କାରଣ ପ୍ରକୃତି ବା ଈଶ୍ୱର ଏ ସବୁର ଉର୍ଦ୍ଧ୍ୱର କଥା

ମୁଁ ସେଥିପାଇଁ କହେ
ଯେହେତୁ ଆମେ ସମସ୍ତେ ପ୍ରକୃତି ସତ୍ତା
ବା ଈଶ୍ୱର ସତ୍ତା
ତେଣୁ ସମସ୍ତେ ଈଶ୍ୱର
ଶାଲା କେବଳ ମଣିଷ ହେବା କଷ୍ଟ

ମୋର ବିନମ୍ର ପ୍ରାର୍ଥନା –
ହେ ଈଶ୍ୱର !
ମଣିଷ ହୁଅ

ଲକ୍ଷ୍ମୀଧର ନାୟକ
17.08.2021


Share it

Leave a comment

Your email address will not be published. Required fields are marked *

Verified by MonsterInsights