Poverty is a state of mind. No economic intervention can irradicate it.
Yes your economy can fight against starvation, can irradicate maleria, can solve drinking water problem, provide housing facility, ensure livelihood empowerment etc etc but can’t eradicate poverty.
ମୋ ଜାଣିବାରେ କେବଳ ସୁଦାମାର ଦାରିଦ୍ର୍ୟ ଭଞ୍ଜନ କରାଯାଇ ପାରିଥିଲା ,
ତାର ଭିତିରି କାରଣଟି ହେଲା ସୁଦାମାର ଦାରିଦ୍ର୍ୟ ହିଁ ନଥିଲା,
ସିଏ ଖାଇ ବସିଲାବେଳ ଯାଚନାକାରୀ ଉପସ୍ଥିତ ହେଲେ ସେ ବି ତ ସେମାନଙ୍କୁ ଖାଦ୍ୟ ଦାନ କରୁଥିଲା,
ସୁଦାମା ଜାଗାରେ ଯଦି
ନୀରବ ମୋଦୀ
ବିଜୟ ମାଲ୍ୟା
ମେହୁଲ ଚୋକ୍ସି କି
ମହିମା ମିଶ୍ରର
ଦାରୀଦ୍ର୍ୟ ଭଞ୍ଜନ କରିବାକୁ ଶ୍ରୀକୃଷ୍ଣ ଚେଷ୍ଟା କରିଥାଆନ୍ତେ,
ତାହେଲେ ବିଚରାର ଦ୍ୱାରକା ବନ୍ଧା ପଡିଯାଇ ଥାଆନ୍ତା ସିନା
କିନ୍ତୁ ଏମାନଙ୍କ ଦାରିଦ୍ର୍ୟ ତା ସ୍ଥାନରୁ ଇଞ୍ଚେ ବି ଘୁଞ୍ଚି ନ ଥାନ୍ତା,
ତେଣୁ ସରକାରଙ୍କ ଦାରିଦ୍ର୍ୟ ଦୂରିକରଣ ଯୋଜନା
ଏପରି ନାଁ ଟା ହିଁ ମୂଳରୁ ଭୁଲ୍ |
କୁହାଯାଏ
ଅଦାତା ବଂଶ ଦୋଷେଣ
କର୍ମ ଦୋଷେଣ ଦାରିଦ୍ର୍ୟତା
ସୁଦାମାଙ୍କର ବଂଶ ଦୋଷ ନଥିଲା,
ତେଣୁ ସେ ଅଦାତା ନଥିଲେ
ତାଙ୍କର କି କର୍ମ ଦୋଷ ଅବା ଥିଲା ଯେ,
ତେଣୁ ସେ ମୂଳରୁ ଦରିଦ୍ର ହିଁ ନଥିଲେ
ତାଙ୍କ ବନ୍ଧୁଙ୍କୁ ଜନମାନସରେ ଏକମାତ୍ର ଦାତା ସିଦ୍ଧ କରିବାପାଇଁ
ବରଂ ସୁଦାମା ତାଙ୍କ ପ୍ରିୟ ବନ୍ଧୁଙ୍କ ପାଇଁ ତାଙ୍କର ମାନ ଟିକକ ବି ଦାନ କରିଦେଇ ତାଙ୍କର ପ୍ରଭୁଙ୍କୁ କାଳକାଳକୁ ମହାନ ସାବ୍ୟସ୍ତ କରି ଦେଇ ଯାଇଛନ୍ତି।
ଲୋକେ ଆଜି ବି ସେ କଥାକୁ ସକାଳେ ସଂଜେ ଭଜନ କରୁଚନ୍ତି,
ସୁଦାମା ଦାରିଦ୍ର୍ୟ ଭଞ୍ଜନକାରୀ
ରଖିଛ ପାଣ୍ଡବେ କୁରୁ ସଂହାରୀ
ଆପଣଙ୍କୁ ମୋ କଥା ବିଶ୍ୱାସ ହେଉନି ?
ଗପ ଭଳିଆ ଲାଗୁଚି ?
ଦଣ୍ଡାମିସ୍ କଥା ଦେଖୁନାହାନ୍ତି,
ଜଂଗଲରେ ଗଛ ତଳେ ପତର ବିଛେଇ ଶୁଏ,
ଆଲେକଜାଣ୍ଡାର ଲୋକ ଆସି କହିଲା,
ହେ ଦରିଦ୍ର ଦଣ୍ଡା ନନା,
ଚାଲ୍ ତତେ ସମ୍ରାଟ ଡାକୁଛନ୍ତି,
ବହୁତ ସୁନା ରୁପା ଟଙ୍କା ପଇସା ଦେବେ,
ଦଣ୍ଡା ନନା କହିଲା ମୋର କଣ ଅଭାବ ଅଛି କି
ମୁଁ ତୋ ସମ୍ରାଟ ପାଖକୁ ଯିବି
ତୋ ମାଲିକ ବରଂ ଦରିଦ୍ରିଆ ଟା
ଏତେ ରାଜ୍ୟ ଜୟ କଲାଣି ତା ଭୋକ ମେଣ୍ଟୁ ନି
ତାକୁ ଯା କହିବୁ
ତାର ଯଦି କିଛି ଦରକାର ତ ମୋ ପାଖକୁ ଆସିବ,
ଆଲେକଜାଣ୍ଡାରର ଅକଲ ଗୁଡୁମ୍
ବିଚରା ଈର୍ଷା ଆଉ କ୍ରୋଧ ଜର୍ଜରିତ ହେଇ
ଦଣ୍ଡାମିସଙ୍କ ପାଖକୁ ଗଲା
ମାରିଦେବି ହାଣି ଦେବି କେତେ କଥା କହିଲା
ଦଣ୍ଡା ନନା କହିଲା
ତୁ କିଏ ବେ ମତେ ହାଣି ଦବୁ ମାରିଦବୁ
ଆବେ ଗଧା
ତତେ ଯିଏ ସମ୍ରାଟ କରେଇଛି
ମତେ ବି ସିଏ ଏଠି ପତରରେ ଶୁଆଇଛି
ସିଏ ମତେ ତୋ ଗୋଡତଳକୁ ନୁହେଁ
ତତେ ମୋ ଗୋଡତଳକୁ ପଠେଇଚି
ଆଲେକ୍ସ ଦେଖିଲା ଏ କୋତରା ବୁଢ଼ାକୁ ପାରି ହେବନି, ୟାକୁ ଧମକେଇଲେ ଇଏ ଶୁଣିବନି କି ସାଙ୍ଗରେ ଯିବନି,
କିନ୍ତୁ ୟାର ଜ୍ଞାନ ମତେ ଦରକାର,
ମାରି ଦେଲେ ତ କଥା ସରିଯିବ,
ତେଣୁ ସେ କହିଲା ଆପଣ ମୋର ଗୁରୁ ହୁଅନ୍ତୁ ,
ଦଣ୍ଡା ନନା ବୋଇଲା ତୋ ସମ୍ରାଟିଆ ବୁଦ୍ଧି ଯୋଉ ସ୍ତରର, ତୁ ମୋ ଜ୍ଞାନକୁ ଧାରଣ କରି ପାରିବୁନି,
ଜଳି ପୋଡି ମରିଯିବୁ,
ତୁ ଯା
ମୁଁ ତତେ ଆଉ ଗୋଟାଏ ପିଲାର ଠିକଣା ଦଉଚି,
ସିଏ ତତେ କୃପାକରି ତୋର ଗୁରୁ ହେବ,
ଫାଇନାଲି ତାହା ହିଁ ହେଲା ।
ଏଇଥିରୁ ବୁଝୁଥିବେ
ଏ ଧନୀ ଦରିଦ୍ର ବ୍ୟାପାର୍ ଟା କି ରକମ୍ ଜିନିଷ୍
ଶୁଭ ଦୀପାବଳୀ
ହାପି ଧନତେରଶ
ଜୟ ପିମ୍ପେଇ ଅମେଇସିଆ
ପ୍ରଣାମ ବଡବଡୁଆ
ଜୟ କାଳୀ ପୂଜା
Laxmidhar Nayak
My Facebook Post: 27th October 2019