ଦୟାକରି କଥାବାର୍ତ୍ତା ହେଇ କି ବର୍ଷା ଜଳ ପରିଚାଳନା କର

Share it

Mo Lekha
Laxmidhar Nayak
My Facebook Post: 14th August 2022

ମୁଁ ଭାବୁଛି ଆମ ଚିଫ୍ ଇଞ୍ଜିନିୟର ଭକ୍ତ ମହାନ୍ତି ବାବୁଙ୍କ ପାଖରେ ଛତିଶଗଡ ଚିଫ୍ ଇଞ୍ଜିନିୟର ବାବୁଙ୍କ ଫୋନ୍ ନମ୍ବର

ଆମ ଜଳ ସମ୍ପଦ ବିଭାଗ ସଚିବାଙ୍କ ପାଖରେ ଛତିଶଗଡ ଜଳ ସମ୍ପଦ ବିଭାଗ ସଚିବଙ୍କର ଟେଲିଫୋନ ନମ୍ବର

ଆମ ଚିଫ୍ ସେକ୍ରେଟାରୀ ସୁରେଶ ମହାପାତ୍ର ବାବୁଙ୍କ ପାଖରେ ଛତିଶଗଡ ଚିଫ୍ ସେକ୍ରେଟାରୀଙ୍କ ଫୋନ୍ ନମ୍ବର

ଆମ ମୁଖ୍ୟମନ୍ତ୍ରୀଙ୍କ ପାଖରେ ଛତିଶଗଡ ମୁଖ୍ୟମନ୍ତ୍ରୀଙ୍କ ଟେଲିଫୋନ ନମ୍ବର ଥିବ

ଛତିଶଗଡ 36 ଆନିକଟ୍ କଲା, ତମେମାନେ କଥାବାର୍ତ୍ତା ହେଇ ହୀରାକୁଦର ପୁରୁଣା ରୁଲ୍ କର୍ଭ ପରିବର୍ତ୍ତନ କଲନି ,
କେବଳ କୋର୍ଟରେ କେଶ୍ କରି ଦେଇ ଓକିଲ ଦେଇ ଦେଲ ଆଉ ନିଜ ନିଜର ଦରମା ନେଇ ଶୋଇଗଲ,

କି ହୋ କେଶ୍ କେଶ୍ ବାଟରେ, ବର୍ଷା କଣ ତମ କେଶ୍ ଫାଇଲ୍ ପଢିବ ନା ପାଣି କଣ ତୁମ ଓକିଲଙ୍କ ଷ୍ଟେ ଅର୍ଡର ଅନୁସାରେ ଗଡିବ ?

ସେଠି ଯିଏ ସବୁ ଅଫିସର ଅଛନ୍ତି ସେମାନେ ତୁମରି ପରିକା ମଣିଷ, ତାଙ୍କ ସହ ବନ୍ଯାଜଳ ପରିଚାଳନା କଥା କଥାବାର୍ତ୍ତା ହେଇ ହୀରାକୁଦ ଜଳଭଣ୍ଡାରର ରୁଲ୍ କର୍ଭ ପରିବର୍ତ୍ତନ କରିବା କଣ ତୁମ ମାନଙ୍କ ଦାୟିତ୍ବ ନୁହେଁ ନା ବୁଝିପାରିବା ବାହାରର କଥା ?

ଯଦି କଥାବାର୍ତ୍ତା ନହେବ ହଠାତ କେତେବେଳେ ହୀରାକୁଦ ଡ୍ୟାମ ଭାଙ୍ଗି ବି ଯାଇପାରେ ହେ ଦରମା ନିଆ କୃତଘ୍ନ ଦଳ ,
ତମେ ବି ଦରମା ନିଆ ଜ୍ଞାନୀ ଛତିଶଗଡ ବାଲା ବି ସେଇଆ, ଆମେ ତ ସାଧାରଣ ଲୋକ , ବୈଶାଖ ମାସରେ କଥାବାର୍ତ୍ତା ହେଲ ନି କାହିଁକି ଏବେ ଶ୍ରାବଣରେ 34 ଗେଟ୍ ଖୋଲିବ କି 44 ଗେଟ୍ ଖୋଲିବ ଜାଣି ନପାରି ଏମିତି ହାଉଳି ଖାଉଛ କାହିଁକି ?

ହ ଉ ଆଗରୁ କଥା ନହେଲ ନାହିଁ

ଏବେ ତ ପଦେ ଦିପଦ କଥା ହୁଅ ହେ
ତମ ଦାୟିତ୍ବ ହୀନତା ପାଇଁ ଆମ ହୀରାକୁଦ ଭାଙ୍ଗିବ ନା କଣ ?

ଆମେ 45 ପେଟ୍ରୋଲକୁ 100 ଦେଲୁଣି,
ବାହାଘର ବ୍ରତଘର ଠୁ ଆରମ୍ଭ କରି
ମୁଢି ପର୍ଯ୍ୟନ୍ତ ଜିଏସଟି ଦେଇ ଦେଇ କୁରୁମ ହେଲୁଣି
ତମ ଦରମା କୋଉଦିନ ବନ୍ଦ କରିଚୁ ନା ସେଥିରୁ କୋଉ ମାସ ଛଦାମେ ଊଣା କରିଛୁ କି ?

ହାଡେ ହାଡେ ଦରମା ନୋଉଚ, ତା ଉପରେ ପିସି ନୋଉଚ , କାମ କଲା ବେଳକୁ ଏମିତି ଶୁଆ ବଳଦ ପରିକା ଜୁଆଳି କାଢ଼ି ଲାଞ୍ଜ ଜାକି ଶୋଉଚ କାହିଁକି ?

ଟିକେ କଥାବାର୍ତ୍ତା ହୁଅ ହେ ମହାବାହୁ କି ମହାଖାଉ ଗଣ, ନାଁ ଟା ତେଣିକି ଯାହା ହେଉ, ଦୟାକରି କଥାବାର୍ତ୍ତା ହେଇ କି ବର୍ଷା ଜଳ ପରିଚାଳନା କର

Laxmidhar Nayak
My Facebook Post: 14th August 2022


Share it

Leave a comment

Your email address will not be published. Required fields are marked *

Verified by MonsterInsights