ଦଳୀୟ କର୍ମୀମାନଂକୁ ଦଳୀୟ ଝଂଡା ବୁହାଇବା ଛାଡି ଆଳୁ ଚାଷ କରିବାକୁ ପ୍ରୋତ୍ସାହିତ କରା ଯାଆନ୍ତା କି !

Share it

ସବୁ ରାଜନୈତିକ ଦଳଂକୁ ଅନୁରୋଧ,
ଓଡିଶାର ଯୁବ ମାନବ ସମ୍ୱଳକୁ ଭିକ୍ଷାମୁହାଁ, ଝଣ୍ଡାବୁହା ନ କରେଇ, ଉତ୍ପାଦନକ୍ଷମ କରିବାକୁ ପ୍ରୟାସ କରନ୍ତୁ, ସେମାନଂକୁ ରାଷ୍ଟ୍ର ଗଠନରେ ସହଯୋଗୀ ବନାନ୍ତୁ ।
୧୩୫ କୋଟି ମାନବ ସମ୍ୱଳକୁ କେବଳ ଭୋଟର ବନେଇ ଦଳୀୟ ଝଂଡା ବୁହାଇବାର ଅପଚେଷ୍ଟାରୁ ବିରତ ରୁହନ୍ତୁ ।

ଏପରି କରିବା ଦ୍ୱରା ବ୍ଲେଡ୍ ଜାପାନରୁ, ନେଲ୍ କଟର୍ ମଧ୍ଯ କୋରିଆରୁ କିଣିବାକୁ ପଡୁଛି, ରାଫେଲ୍ କାହିଁ କେତେ ବଡ କଥା ।

ଓଡିଶାର ଆଳୁ ଆବଶ୍ଯକତା ବର୍ଷକୁ ୧୨ ଲକ୍ଷ ଟନ୍ । ଉତ୍ପଦନ ହେଉଛି ମାତ୍ର ୩ ଲକ୍ଷ ଟନ୍ । ଆମେ ଅବଶିଷ୍ଟ ଆଳୁ ପାଇଁ ପଶ୍ଚିମ ବଂଗ, ଛତିଶଗଡ, ଉତ୍ତର ପ୍ରଦେଶ ଉପରେ ନିର୍ଭର କରୁ ।

୧ ହେକ୍ଟର ଜମିରୁ ୧୨ ଟନ୍ ଆଳୁ ଉତ୍ପାଦନ ହୁଏ ।
ଓଡିଶାର ଲକ୍ଷେ ଯୁବକଂକୁ ୧ ହେ ଲେଖାଏ ଜମି, ରୋଗ ପୋକ ଲାଗୁ ନଥିବା ନୈନିତାଲ, ସିମିଲା ଆଳୁ ବୀହନ, ସାର , ମଜୁରୀ ପଇଁ କିଛି ଋଣ , ସରକାର ଯୋଗାଇ ଦିଅନ୍ତେ ।
ଆଳୁ ଅକ୍ଟୋବର ରେ ଲଗାଯାଏ, ଡିସେମ୍ୱର ରେ ଅମଳ ହୁଏ ।ଅଲ୍ପ ପରିଶ୍ରମ ହୁଏ । ଅମଳ ପରେ ସରକାର ଏହାକୁ ସେମାନଂକଠାରୁ କିଲୋ ୧୨/- ଟଂକାରେ କିଣି ନିଅନ୍ତେ, କୋଲ୍ଡ ଷ୍ଟୋରେଜ୍ ରେ ରଖି ବର୍ଷ ସାରା ଖାଉଟିଂକୁ ୧୫/- ରେ ବିକିଲେ ଅସୁବିଧା ନାହିଁ ।
ହେକ୍ଟରକୁ ଖର୍ଚ ୫୦ ହଜାର, ଅମଳ ଦେଢ ଲକ୍ଷ । ଲାଭ ୧ ଲକ୍ଷ । ତାହା ପୁଣି ୩ ମାସ ମଧ୍ଯରେ । କମ୍ ପରିଶ୍ରମରେ ।
କେବଳ ସେତିକି ନୁହେଁ,
ଅକ୍ଟୋବର ରେ ଆଳୁ ଲଗେଇଲେ, ଆଳୁ ଲଗେଇବାର ଦୁଇମାସ ପରେ, ସେ କିଆରୀରେ ମଝିରେ ମଝିରେ ମନ୍ଦା କରି, ବୋଇତି କଖାରୁ ଲଗାଇ ଦେଲେ, ସେଗୁଡା ବିନା ଖତ ସାରରେ ଫଳେ, ମାର୍ଚ ବେଳକୁ । ବର୍ଷା ନହେଲେ ଗୋଟାଏ ଥର ପାଣି ଦରକାର ହେଲେ ହୋଇପାରେ ।ସେଥିରୁ ହେକ୍ଟରକୁ ଲକ୍ଷେ ଟଂକା ମିଳିବା ଥୟ ।
ଏମିତି ବର୍ଷକୁ ଜଣେ ଯୁବକ ଦୁଇ ଲକ୍ଷ ରୋଜଗାର କରି ପାରିବ, ଅର୍ଥାତ୍ ମାସକୁ ୧୭ ହଜାର । ଜଣେ ଶିକ୍ଷକର ଦରମା ସହ ସମାନ, ତାହା ପୁଣି ମାତ୍ର ୬ ମାସର ସୌଖୀନ୍ ପରିଶ୍ରମରେ । ଦାଦନ ଖଟିବାକୁ କାହିଁକି ଯିବ ?
( ଭାରି ଖୁସି ଲାଗେ ଏପରି ଶୀତ ଦିନିା ପନି ପରିବାଚାଷ କରିବାରେ, ପାର୍ଟଟାଇମ୍ ପରିଶ୍ରମରେ । ମୁଁ ଷଷ୍ଠରୁ ଏକାଦଶ ପର୍ଯ୍ଯନ୍ତ ଗାଁ ସ୍କୁଲ୍ ରେ ପଢୁଥିବା ପର୍ଯ୍ଯନ୍ତ ଏପରି ଫସଲ କରୁଥିଲି, ଭାରି ମଜା ଲାଗେ )
ଅବଶ୍ଯ ବିହନ ସାର ଋଣ ଯୋଗାଇବା, ଉତ୍ପାଦକୁ କିଣିନେବା, ତାକୁ ସାଇତିବା ବ୍ଯବସ୍ଥା କରି ବିପଣନ କରିବା ସବୁଠୁ ବଡ ଗୁରୁ ଦାୟିତ୍ୱ । ନିଷ୍ଠାବାନ ସରକାର ଓ ନିଷ୍ଠାବାନ ଅଫିସର ମିଳିଲେ କାମଟା ଅତି ସହଜ । ପିସି ମୁହାଁ ନବୀନ କର୍ମଚାରୀଂକ ଉପରେ ଏତିକି ଭରସା କରି ହେବ କି ନହେବ ନବୀନ ଜାଣନ୍ତି ! ଅବଶ୍ଯ ଏ କ୍ଷେତ୍ରରେ କିଛି ବଛା ବଛା କାମିକା ଏନ୍ ଜି ଓ ଂକୁ ଦାୟିତ୍ଯ ଦିଆଯାଇପାରେ ।

ସବୁ ରାଜନୈତିକ ଦଳଂକୁ ଅନୁରୋଧ,
ଓଡିଶାର ଯୁବ ମାନବ ସମ୍ୱଳକୁ ଭିକ୍ଷାମୁହାଁ, ଝଣ୍ଡାବୁହା ନ କରେଇ, ଉତ୍ପାଦନକ୍ଷମ କରିବାକୁ ପ୍ରୟାସ କରନ୍ତୁ, ସେମାନଂକୁ ରାଷ୍ଟ୍ର ଗଠନରେ ସହଯୋଗୀ ବନାନ୍ତୁ ।

୧୩୫ କୋଟି ମାନବ ସମ୍ୱଳକୁ କେବଳ ଭୋଟର ବନେଇ ଦଳୀୟ ଝଂଡା ବୁହାଇବାର ଅପଚେଷ୍ଟାରୁ ବିରତ ରୁହନ୍ତୁ ।

ଏପରି କରିବା ଦ୍ୱରା ବ୍ଲେଡ୍ ଜାପାନରୁ, ନେଲ୍ କଟର୍ ମଧ୍ଯ କୋରିଆରୁ କିଣିବାକୁ ପଡୁଛି, ରାଫେଲ୍ କାହିଁ କେତେ ବଡ କଥା ।

– ଲକ୍ଷ୍ମୀଧର ନାୟକ
୦୭.୧୦.୨୦୧୮


Share it

Leave a comment

Your email address will not be published. Required fields are marked *

Verified by MonsterInsights