ଦେବୀ ସନ୍ଧାନ…

Share it

ଦେବୀ ସନ୍ଧାନ…

ହୁରି ପଡ଼ିଗଲା ଗାଆଁ ସାରାରେ। ଯେତେବେଳେ ପଣ୍ଡିତେ ସକାଳୁ ସକାଳୁ ପାଗଳପ୍ରାୟ ପାଟି କରି ଗାଁରେ ବୁଲିଲେ..”ଦେବୀ କାହିଁ..ଦେବୀ କାହିଁ…!!”ଆଉ ତା ପରେ ଗାଆଁ ବରଗଛ ମୂଳେ ଚାନ୍ଦନୀ ଉପରେ ମୁଣ୍ଡକୁ ଧରି ଥକ୍କା ମାରି ବସି ପଡ଼ିଲେ…!!

ଚାରିପଟେ ଲୋକେ ଘେରି ଗଲେ..

ଜଣେ କହିଲେ..”ଏ ଦେବୀ କିଏ..?”

-“ବୋଧେ ପଣ୍ଡିତେ ପାଳିଥିବା ଗାଈ ହେଇଥିବ..”

-“ଆରେ ନାଇଁ ମ..ଦେବୀ ତାଙ୍କ ଛେଳି ହୋଇଥିବ..!!”

-“କୁକୁଡ଼ା ବି ହୋଇଥାଇପାରେ ନା..?”

-“ତାଙ୍କ ଝିଅ ବୋଧେ..!!”

-” କି ତାଙ୍କ ସ୍ତ୍ରୀ ହୋଇଥିବେ ମ..!!”

-” ତାଙ୍କ ଘରେ କାମ କରୁଥିବା ସେ ବାଲ୍ଯ ବିଧବା କାମବାଲି ବି ହୋଇପାରେ..!!”

-“ମୋତେ ଲାଗୁଛି ତାଙ୍କ ଭଉଣୀ ହୋଇଥିବ..!!”

-“ନିଜ ମା ଙ୍କୁ ମଧ୍ୟ ଦେବୀ କହୁଥିବେ ବୋଧେ..!!’

-“ଆଉ କିଏ ସମ୍ପର୍କୀୟା ନ ହେବ କାହିଁକି..?”

-“ପଡୋଶୀ ଘରର ବି କିଏ ହୋଇ ଥାଇପାରେ..!!”

-“ତାଙ୍କ ବାନ୍ଧବୀ ହୋଇଥାଇ ପାରେ..!!”

ତା ପରେ ଜଣେ ପଚାରିଲେ..”ହଇଓ ପଣ୍ଡିତେ..! ଏ ଦେବୀ କିଏ ଆଉ କୁଆଡେ ଗଲା ଟିକେ କହିଲ..କେଉଁଠି ଖୋଜିବା ତାଙ୍କୁ..??”

ଲୋକଙ୍କ କଥା ଶୁଣି ଶୁଣି ସେତେବେଳକୁ ପଣ୍ଡିତେ ମୁହଁ ଉଠାଇ ଆଁ କରି ବସିଥାନ୍ତି।

ଟିକେ ଛେପ ଢ଼ୋକି ସେ କହିଲେ..”ମୁଁ ମନ୍ଦିର ଭିତର ମୂର୍ତ୍ତିରେ ଦେବୀଙ୍କ ସତ୍ତା ନ ପାଇ ତାକୁ ଖୋଜି ବୁଲୁଥିଲି। ହେଲେ ସେ ଏତେ ରୂପରେ ଚାରିଆଡ଼େ ବ୍ୟାପିକି ରହିଛି..ଆଉ ମୂର୍ତ୍ତି ଭିତରେ ଖୋଜିହେଲେ କେମିତି ବା ମିଳନ୍ତା..!!??”

© ମଧୁମିତା ମିଶ୍ର
ଭୁବନେଶ୍ୱର


Share it

Leave a comment

Your email address will not be published. Required fields are marked *

Verified by MonsterInsights