ଦୁନିଆର ସବୁଠୁ ବଡ ଲୋଭ

Share it

ପ୍ରଶଂସା ଲୋଭ ଦୁନିଆର ସବୁଠୁ ବଡ ଲୋଭ । ଜମାରୁ ଏ ପ୍ରଶଂସା ଲୋଭ ମାୟାରେ ପଡନ୍ତୁ ନାହିଁ । ଥରେ ପ୍ରଶଂସା ତିଳକ ମୁଣ୍ଡର ଟୋପି ହୋଇଗଲେ, ସବୁବେଳେ ଟୋପି ଗଳିପଡିବା ଭୟ ଘାରିବ । ଆଉ ଦି ହାତ ଟୋପି ସମ୍ଭାଳିବା ଦାୟିତ୍ୱରେ ରହିଲେ, କର୍ମ ଦାୟିତ୍ୱ ସମ୍ଭାଳିବା ପାଇଁ ଈଶ୍ୱର କଣ ଭଲ ମଣିଷମାନଙ୍କୁ ଚତୁର୍ଭୁଜ କରିବେ ନା କଣ ? କଣ ମିଳେ ସେ ପ୍ରଶଂସାରୁ ??

ନୀରବେ ଆକାଶେ ଉଦେ ରବି-ଶଶୀ-ତାରା
ନୀରବେ ପ୍ରସରେ ସିନା ଦିବ୍ୟ ଜ୍ୟୋତିଧାରା
ନୀରବେ ବଢଇ ତରୁଲତା ମହୀଧର
ନୀରବ ନିଖିଳ ବିଶ୍ୱ ନିଗୂଢ ମନ୍ତର

ରବି, ଶଶୀ, ତାରାଙ୍କର କଣ ଗୋଟାଏ ଲେଖା ପରିଚୟ ପତ୍ର, ପ୍ରଶଂସା ପତ୍ର ନିହାତି ଆବଶ୍ୟକ ?

ସୁଧା ଅଂଶୁ ବାଣ୍ଟୁଥାଇ ନୀରବେ ସୁଧାକର
ସୁଧାଂଶୁ କିମ୍ପା ଲୋଡିବ ପ୍ରମାଣ ପତର
ଆଭା ଯାର ପରିଚୟ ସୁଧା ଝରେ କରୁ
କର୍ମ ବାଣ୍ଟେ ପରିଚୟ ବୋଲିବା ଆଗରୁ
ଅଳପ କରିବା ଲୋକେ ଇଚ୍ଛନ୍ତୁ ବଢାଇ
କର୍ମଭୀରୁ ହେଲେ ସିନା ପ୍ରଶଂସା ଲୋଡଇ

ଲୋକ କଥା ବୋଇଲା
ରଜା ଆଗକୁ ଯିବନି
ଘୋଡା ପଛକୁ ଯିବନି
ମିଡିଆ ପାଖକୁ ଯିବନି
ରୁଢିଆକୁ ଆଡ ଆଖିରେ ବି ଚାହିଁବନି

ସମ୍ମାନର ସମୁଦ୍ର ଉଛୁଳି ପଡିବ ଆଜ୍ଞା ।
ଏ ଗିନାଏ ମିଡିଆ ପ୍ରଶଂସା କେଉଁ କୂଳକୁ ?

– ଲକ୍ଷ୍ମୀଧର ନାୟକ


Share it

Leave a comment

Your email address will not be published. Required fields are marked *

Verified by MonsterInsights