ତିହାର୍ ନୂଆଁଖାଇ

Share it

ତିହାର୍ ନୂଆଁଖାଇ

ଭାବ୍ ସର୍ ସରା ଭାବର୍ ପସରା
ଆଇଛେ ହୋ ନୂଆଁ ଖାଇ
ସହଁରିଆ ଧାନ୍ କହଁରି ଗଲାନ
କୁର୍’ହେ ପତର୍ ବାସଇ !!

ମିତା ମାର୍’ସାଦ୍ ଭାର୍ ଦିଆ ନିଆ
ହରୋଭଟୋ କାମ୍ କବାର୍
ତୁନ୍’ଶାଗ୍ ଯେନ୍ତା କେ ନୂଆଁ କପଡା
ଗଜ୍ ଗଜ୍ ହାଟ୍ ବଜାର୍ !!

ଟେଙ୍ଗନୁ ପୋ ପରେ ବିଦେସୁଁ ଆଇଛେ
ତାର୍ ଘରେ ଉଠାପଡା
କେତେ ନୂଆଁ ଦରଦ୍ ପୋ ଆନିଛେ
ଛାଡ, ପୋ ଆଇଛେ ଯେ ସରଦା !!

ଗୁହାଲୁ ଚହଲୁ ମାଡ୍ ଲଢି ଥିଲେ
ନି ହେଉଥାଇର୍ କଥା
ବଡ୍’ବଡଖା ସଭେଁ ପଟେଇ ରଟେଇ ନେଲେ
ଫେର୍ ଯେନ୍’ଟା କେ ସେଟା !!

ଅଗାଧୁ ପୋ ସହରେ ପଢୁଛେ
କହୁଛେ କରମା ଗୁଟେ ଭେଟ୍’ଘାଟ୍
ପାଂଚ୍ ପାଲି ମାନ୍ୟ ଲୋକ୍ ଡାକି
ଦେମା ସନ୍’ମାନ୍ ରାଜ୍ ପାଟ୍ !!

ବାସି ଦିନର୍ କଥା କାଣା କହେମି
ମେଲ୍’ଛା ଦେଲେ ନ ବଏନା
ଘରୁ ଘର୍ ସମକୁ ବଁଟେ ବଁଟେ ହେଲେ
ପୁଟା ଭଜା ହେବା ଚଖନା !!

ପି’ ଦେଇ କରି ପେଟେ ପେଟେ ପୁତାର୍
ପାଏନ୍ ଡଣ୍ ଭାଙ୍ଗବେ ମଝି ଖୁଲି
ଢେଣୋ ଧମନା କେତେ ଦେଖବୁ
ଗଡ୍’ଗଡି ଯିବେ ଧୁଲି !!

ଘର୍ ଘର୍ ବୁଲି ବାସି ମଡା ପିଠା
ମାଗି ନେବା ଡାକିଆ
ହଲିଆ ଗୁତି ସବୁ ଧାଡି ଲମ୍’ବେ
ମତ୍ ପିଆ ଦେ ପିଲା !!

ଆମର୍ ପରଂପରା ଆମର୍ ଭାଇ ଚାରା
ଜୁଗ୍ ଜୁଗ୍ ଥାଉଁ ମାନି
ଇ ଭାବ୍ ଥିଲେ କାଁଏ ଅଭାବ୍ ଆମର୍ ହୋ
‘ରଜା’ ବାଗିର୍ ଆମର୍ ଠାନି ।।

ଅରବିନ୍ଦ ରଣା


Share it

Join the Conversation

1 Comment

  1. ଗୁହେର୍ ଧନ୍ୟବାଦ୍ ସାର୍ ମୋର୍ ନୂଆଁଖାଇ ଲେଖା କେ ଠାନ୍ ଦେଇଥିବାରୁ 🙏

Leave a comment

Your email address will not be published. Required fields are marked *

Verified by MonsterInsights