ତୁମେ ଯଦି କହିଥାନ୍ତ
ଥରୁଟିଏ ମୋତେ
ତୋଳି ଦେଇଥାନ୍ତି
ପ୍ରୀତି ପାରିଜାତ
ତୁମପାଇଁ
ଯେତେ ଇଚ୍ଛା ସେତେ
କେଉଁ ଅଭିମାନେ ପ୍ରିୟ
ବାଟ ଭାଂଗି ଚାଲିଗଲ
ଥରେ ତ ଭାବିଲ ନାହିଁ
ସବୁଥାଇ ଝୁରିବାର
ଯଂତ୍ରଣା ଯେ କେତେ
ତୁମେ କହିଥିଲେ
ତୁମ ହୃଦେ ବହୁଥାନ୍ତା
ମୋ ପ୍ରେମ ସରାଗ
ଆଜି କିଆଁ ଝୁରୁଥାନ୍ତି
ମୋ ଆଇନାରେ ଦେଖି
ତୁମ ପ୍ରତିବିମ୍ବ
ମୁଁ କିଆଁ ସାଜିଥାନ୍ତି
ବିରହୀଣି ମୀରା
ଦୁନିଆ ଆଖିରେ
– ଲକ୍ଷ୍ମୀଧର ନାୟକ
My Facebook Post: 4th September 2018