ତଥ୍ୟ ମାଗୁଚ କଣ ଛତିଶଗଡ ଦେଉନି କଣ ?

Share it

Mo Lekha
Laxmidhar Nayak
My Facebook Post: 19th August 2022

ତଥ୍ୟ ମାଗୁଚ କଣ ଛତିଶଗଡ ଦେଉନି କଣ? ତଥ୍ୟକୁ କାଖରେ ଯାକି ଆମ ଇଆଇସି ମିଶ୍ର ସାର୍ ଓ ଏଲ ଏମ ବି ଚିଫ୍ ଇଞ୍ଜିନିୟର ଭକ୍ତ ମହାନ୍ତି ସାର୍ ଙ୍କ ଘର ଆଗରେ ଛତିଶଗଡ ବାଲା ଯଦି ଗାମୁଛା ପାରି ନଶୋଇବେ ତାହେଲେ ମତେ କହିବ । ଆମେ ଡ୍ୟାମ କରିବା କି ନକରିବା ତାହା ପରର କଥା , ହା ହା ହା ହା ହା ହା

ବନ୍ଧୁଗଣ
ଟିକେ ବନ୍ୟା ଖବର କେହି କେହି ଲେଖ ହେ

ମୋର ତ ଟିଭି ବନ୍ଦ୍ ,
ବର୍ଷେ ହେଲାଣି ଏ ନୁଆ ଗାଁକୁ ଆସିବା,
ଆସିବା ଦିନଠୁ ଆଜିଯାଏ କେବୁଲ କନେକସନ୍ ନେଇନି

ମୁଁ ତ ଖବର କାଗଜ ବି କିଣୁନି ବର୍ଷେ ହେଲାଣି

କୁହନ୍ତୁ ତ ,
କାହିଁକି ମୁଁ ଖବର କାଗଜ କିଣିବି ନା କେବୁଲ୍ କନେକ୍ସନ୍ ?

କିଣିବା ପୂର୍ବରୁ ଯାହା ବିକିରି ହେଇ ସାରିଛି ବୋଲି ମୁଁ ଜାଣୁଛି, ସେଗୁଡାକୁ ମୁଁ ପୁଣିଥରେ ପଇସା ଦେଇ କିଣନ୍ତି କାହିଁକି ଯେ ??

ଏବେ ସବୁ ଗଣମାଧ୍ୟମ ବୋଧେ କହୁଥିବେ ବନ୍ୟା ହେଲା, ବନ୍ୟା ହେବ, ହୀରାକୁଦରୁ ଏତେ ଗେଟ୍ ଖୋଲିଲା, ଏତେ ଖୋଲିବ, ଏତେ ବନ୍ଦ ହେବ, ନରାଜରେ ଏତେ ପାଣି ଯାଉଛି, ଏତେ ଯିବ … ଏଇମିତିକା

ଧେତ୍,
ଏଇଗୁଡା ତ ନିଉଜ୍ ନିଶ୍ଚୟ ,
ହେଲେ ଏଇଗୁଡା କଣ ମୋ ପାଇଁ ନିଉଜ୍ ରେ ଗଣତି ହେବା ଫାବୁଚି କି ?

କେହି ସିନା କୁହନ୍ତେ
କାହିଁକି ଏପରି ହେଲା,
କଣ କରିଥିଲେ ଏପରି ହୋଇ ନଥାନ୍ତା,
କଣ କଲେ ଆଗକୁ ଏପରି ହେବନି

ମୁଁ ଏଇଗୁଡାକୁ ନିଉଜ୍ ରେ ଗଣେ,
ମୁଁ ସୁବିଧା ଥିଲେ କେବେ କେମିତି ସେପରି ଲେଖେ ମଧ୍ୟ ।

ଏବେ ତ କିଛି ସୁବିଧା ନାହିଁ
ସୁବିଧା ଥିଲେ ଏତେବେଳକୁ ମୁଁ ହୁଏତ ହୀରାକୁଦରୁ 300 କିଲୋମିଟର ଉପରକୁ ଓ ହୀରାକୁଦରୁ 300 କିଲୋ ମିଟର ତଳକୁ 3 ରାଉଣ୍ଡ ବୁଲି ସାରନ୍ତିଣି

ୟାଙ୍କର ତ ସବୁ ନିଉଜ୍ ହୀରାକୁଦ ଡ୍ୟାମରୁ ବି ନୁହେଁ ଡ୍ୟାମର 3 କିଲୋ ମିଟର ତଳୁ ଆରମ୍ଭ ହେଉଥିବ, କେବଳ 24×7 ଗର୍ଜନରେ ଟିଭି ପୁରେଇ ଦରମା ନେଇ ଘରକୁ ଯିବା କଥା ପରିକା କଥା ହେଉଥିବ, ଧେତ୍

ଆମ ଏଲ୍.ଏମ୍.ବି. ଚିଫ୍ ଇଞ୍ଜିନିୟର, ଇଆଇସି କିଏ ଅଛନ୍ତି ମୁଁ ତ ଜାଣେ, ସେମାନଙ୍କ କଥା କଣ ବା ଲେଖିବି ,
ଆଚ୍ଛା ଏବେ ଆମ ଜଳସମ୍ପଦ ସଚିବ କିଏ କି ?

ଏମାନଙ୍କ କଥା ଛାଡ,
ଆମ ନବୀନ ସାର୍ ଙ୍କର ତ ହେଲିକାପ୍ଟର ସୁବିଧା ଅଛି, ସାଆରେ ବି ସେଇଆ, ସେଇ ହୀରାକୁଦରୁ ତଳକୁ

କି ହୋ ହୀରାକୁଦରୁ ତଳକୁ ବୁଲିଲ ଭଲ କଲ
ହେଲିକାପ୍ଟର ତ ଥିଲା, ଆଉ ନହେଲେ ପାଞ୍ଚ ଦଶ ଲିଟର ତେଲ ଖର୍ଚ୍ଚ ହେଇଥାଆନ୍ତା, ଟିକେ ଛତିଶଗଡ ମୁଖ୍ୟମନ୍ତ୍ରୀଙ୍କ ଘର ଆଡେ ବୁଲି ଆସିଲନି ?

ତମେ ଯାଇଥିଲେ ସିଏ ତାଙ୍କ ଇଞ୍ଜିନିୟର ସଚିବ ମାନଙ୍କୁ ନିଶ୍ଚୟ ଡାକି ଦେଇ ଥାଆନ୍ତେ, ତାଙ୍କ ସହ ଦି ପଦ ଆଲୋଚନା କରିଥିଲେ କଣ ତମ ପପୁଲାରିଟି କମି ଯାଇ ଥାଆନ୍ତା କି ?

ବରଂ ସମସ୍ୟାକୁ ସମସ୍ୟା ସମାଧାନ ହେଇଥାଆନ୍ତା, ତମ ପପୁଲାରିଟି ଆକାଶ ଛୁଇଁଥାଆନ୍ତା, କେବଳ ଓଡିଶାରେ ନୁହେଁ ମ, ସମଗ୍ର ଭାରତ ବର୍ଷରେ

ହେ ସାଆରେ , ଛତିଶଗଡ ଲୋକଗୁଡା ବି ଆମ ଇଣ୍ଡିଆର ମ ,
ଏମିତିରେ ଦେଖିଲେ ସେଥିରୁ ଚାରଣା ଆମ ଓଡିଶାର ହେଇଥିବ କି କଣ ,

ସେମିତି ହିସାବ କଲେ ତା ନାଁ 36 ଗଡ ହେଇ ପାରିବନି 24 ଗଡ ହେବ କି କଣ ! 36 ଗଡରୁ 9 ଟା ଖଣ୍ଡେ ଗଡ ଆମ ଓଡିଆଙ୍କର ହେଇଥିବ, ଟିକେ ଇତିହାସର ଭୁଗୋଳଟାକୁ ଷ୍ଟଡି କରୁନ

ନବୀନ ସାଆରେ, 22 ବର୍ଷ ହେଲା, ଦିନେ କେବେ ତମ ପାଟିରୁ ବାହାରିଲା କି – ” ହେ ମୋର ଓଡିଶାର 7 କୋଟି ଭାଇ ଓ ଭଉଣୀମାନେ, ତମେ ଯେଉଁଠି ଥିଲେ ବି ମୋର ଆଉ ମୁଁ ତୁମର, ଦୁଃଖରେ ସୁଖରେ ତୁମ ସାଥିରେ ରହିବାକୁ ମୋତେ ଶକ୍ତି ସାମର୍ଥ୍ୟ ଓ ଆଶୀର୍ବାଦ ଦିଅ ” ।

ତମେ 22 ବର୍ଷରେ କେବେ ଥରେ ବି ସାଢେ ଚାରିକୋଟିରୁ ଆଗକୁ ଯାଇ ପାରିଲନି, ତେଣୁ କୋଟିଆ ଆନ୍ଧ୍ର ନେଉ କି ଛତିଶଗଡ ତମ ସଚିବଙ୍କୁ ବଢିପାଣି ତଥ୍ୟ ନଦେଉ, କିଏ ତମ ପାଇଁ କାହିଁକି ଆହା ବୋଲି କହିବ ନା ତୁମ ପିଠିରେ ପଡିବ ଯେ !

ବବି ଦାସେ ତ ଓଡିଶା ସାରାର ସଙ୍ଗଠନ ଦାୟିତ୍ୱରେ, ତାଙ୍କୁ ସମୟ କାହିଁ ଜଳ ସମ୍ପଦ ବିଷୟରେ ରିସର୍ଚ୍ଚ କରି ପରାମର୍ଶ ଦେବାକୁ, ତେଣୁ ତାଙ୍କୁ ଯଦି ତାଙ୍କ କୋଉ ପ୍ରିୟ କଣ୍ଟ୍ରାକ୍ଟର କହିବ ଏ ଏକ୍ଜିକ୍ୟୁଟିଭ ଇଞ୍ଜିନିୟର ପାଇ ଛାଡୁନି ଖାଇବାକୁ, ତାକୁ ତୁରନ୍ତ ବଦଳା, ତାହେଲେ ବବି ବାବୁ ସେ କଥାକୁ ବିଶ୍ୱାସ କରିଯିବେ ସମୟ ଅଭାବରୁ ଓ ତାଙ୍କ ହାତ ଗଢା ଚିଫ୍ ଇଞ୍ଜିନିୟର ବାବୁ ସେହି ପ୍ରୟାସରେ ସମୟ ଦେଇଚାଲିବେ, ଛତିଶଗଡ କେତେ ପାଣି ପାଇବ କେତେ ସମ୍ଭାଳି ପାରିବ କେତେବେଳେ ପେଣ୍ଟରେ ମୁତି ଅତର୍ଚ୍ଛିଆ ହେଇ କେତେ ଗେଟ୍ ଖୋଲି ଦେବ ଏ ଅଙ୍କ କଷିବାକୁ ସମୟ କାହିଁ ?

ହଉ ଆଜ୍ଞା, ତମ ବଡ ଇଞ୍ଜିନିୟରମାନଙ୍କ ବେହିସାବ ପାଇଁ ଆମେ ଯାହା ତ ଭୋଗିଲୁ ଭୋଗିଲୁ, ତମେ ଏ ବନ୍ୟା ପରେ ପରେ ବରଂ ଏମିତି କର, ହା ହା ହା

1. ଛତିଶଗଡରେ ଆମ ଜଳ ସମ୍ପଦ ବିଭାଗର ଗୋଟେ ଛୋଟିଆ ବ୍ରାଞ୍ଚ ଅଫିସ ଖୋଲ, ସେମାନେ ବର୍ଷା ବନ୍ୟା ସମ୍ପର୍କୀତ ଟିକି ନିଖି ଆଗୁଆ ଖବର ଆମ ବିଭାଗକୁ ଦେବେ,

(ଆଗରୁ ସେମିତି ଗୋଟେ ବ୍ୟବସ୍ଥା ଥିଲା ବୋଧେ, ସେଟା ଏବେ ଅଛି କି ନାହିଁ କେଜାଣେ ?? ) କେବଳ ଛତିଶଗଡକୁ ଦୋଷ ଦେଇ ଦେବା କଣ ସମସ୍ୟାର ସମାଧାନ କି ?

2. ମୁଣ୍ଡୁଳୀ ପରବର୍ତ୍ତୀ ମହାନଦୀ ସିଷ୍ଟମରେ କେତେ ଉଚ୍ଚା କେତେ ଚଉଡା ବନ୍ଧ କଲେ ଓ ଆଉ କଣ ସବୁ କଲେ ସେଥିରେ ବିନା ଘାଇରେ 15/17 ଲକ୍ଷ କ୍ୟୁସେକ୍ ପାଣି ପ୍ରବାହିତ ହୋଇ ପାରିବ ସେ ବ୍ୟବସ୍ଥା ଆରମ୍ଭ କର , ମର୍କତ କେଶରୀ ସେବେ କାଠଯୋଡି ବନ୍ଧ କରି ଦେଇ ଯାଇଥିଲେ ଯେ ସେ ବନ୍ଧ ଆଜିଯାଏ ଭାଙ୍ଗୁନି, ଲୋକ ବନ୍ୟା ସମୟରେ ସେଠି ବାଲିଯାତ୍ରା ଭିଡ କରୁଚନ୍ତି, ତମ ବନ୍ଧଗୁଡା ଏମିତି ସବୁ ବର୍ଷ ଭାଙ୍ଗି ଯାଉଛନ୍ତି କାହିଁକି ?

( ହଁ ବାଲିରେଣୁ ମହାବନ୍ଧ କରୁଥିବା କଣ୍ଟ୍ରାକ୍ଟରକୁ ଯଦି କୋଉ ଏକ୍ଜିକ୍ୟୁଟିଭ୍ ଇଞ୍ଜିନିୟର ମାଟି ପକେଇବାକୁ କହିଲା ତ ପିସି ଉତ୍ପାଦନ ବ୍ୟାହତ ହେବା ଭୟରେ ତାର ସାଙ୍ଗେ ସାଙ୍ଗେ ଟ୍ରାନସଫର ହେବ, ଭୋଗିବୁ ଆମେ ?)

ପଇସା କମ୍ ଥିଲେ ବର୍ଷକୁ 50 କିମି ହିସାବରେ ଏମିତି ଟାଣୁଆ ବନ୍ଧ କର, ଚଳିବ ।

3. ଆଉ ଗୋଟେ ହସ କଥା କହୁଛି, ସେଇଟା ବି କର, ଜମା 5 କୋଟି ଦରକାର ହେବ, ଛତିଶଗଡ ସରକାର ଖୁବ୍ ସହଯୋଗ କରିବେ।

ତାଙ୍କର ଶେଷ ବ୍ୟାରେଜ୍ କଲମା ବୋଧେ । ତମେ କୁହ କଲମାଠୁ 5 କିଲେମିଟର ତଳକୁ ଆମେ ଆଉ ଗୋଟେ ହୀରାକୁଦ କରିବୁ । ସେଇଟା ତମ କଲମାଠୁ ମିନିମମ୍ 50 ଫୁଟ୍ ଉଚ୍ଚା ହେବ ।

ବଜେଟ୍ ରେ 5 କୋଟି ବରାଦ କରିଦେବ, ଗୋଟେ କନସଲଟାନସୀ କୁ ଡାକି ତାକୁ କୋଡିଏ ତିରିଶି ଲକ୍ଷ ଦେଇ ଦେବ, ସିଏ ଦଶ କୋଡିଏ ଲୋକ ଦି ଚାରିଟା ଚେନ୍ ନେଇ ଅଧା ଛତିଶଗଡ ବୁଲି ମପା ମପି ଆରମ୍ଭ କରି ଦେବେ ଓ କହିବେ ସେ ଡ୍ୟାମ ହେଲେ ତମ କଲମା ବଲମା ସହ ଅଧା ଛତିଶଗଡ ବୁଡିଯିବ ।

ତାପରେ ତମ ମିଡିଆ ଆଡଭାଇଜରଙ୍କୁ କହିବ ଛତିଶ ଗଡର ପଚାଶ ଶହେ ସାମ୍ବାଦିକଙ୍କୁ ପ୍ରତି ସପ୍ତାହରେ ଗୋଟେ ପ୍ରେସ ବ୍ରିଫ୍ ଓ ତା ସହ ଟଙ୍କା କୋଡିଏଟା ଲେଖା ଦେବେ, ସେମାନେ ସପ୍ତାହକୁ ଥରେ ହାଉଳି ଖାଇବେ – ହେଇ ଓଡିଶା ମାଡି ଆଇଲା, ଆଉ ଗୋଟେ ହୀରାକୁଦ କରିବ, ସେ ଗେଟ୍ ନଖୋଲିଲେ ଆମ କଲମା ବୁଡିବ, ଛତିଶଗଡ ଭାସିବ….. ଇତ୍ୟାଦି

ତା ପରେ ଦେଖିବ ଟଙ୍କା ଅଧ କୋଟିଏ ସରି ନଥିବ ଛତିଶଗଡ ସରକାର ସପ୍ତାହକୁ ତିନି ଥର ତାଙ୍କ ଇଞ୍ଜିନିୟରଙ୍କୁ ଓଡିଶା ପଠେଇବ ଆଲୋଚନା କରିବାକୁ, ତଥ୍ୟ ମାଗୁଚ କଣ ଛତିଶଗଡ ଦେଉନି କଣ? ତଥ୍ୟକୁ କାଖରେ ଯାକି ଆମ ଇଆଇସି ମିଶ୍ର ସାର୍ ଓ ଏଲ ଏମ ବି ଚିଫ୍ ଇଞ୍ଜିନିୟର ଭକ୍ତ ମହାନ୍ତି ସାର୍ ଙ୍କ ଘର ଆଗରେ ଛତିଶଗଡ ବାଲା ଯଦି ଗାମୁଛା ପାରି ନଶୋଇବେ ତାହେଲେ ମତେ କହିବ । ଆମେ ଡ୍ୟାମ କରିବା କି ନକରିବା ତାହା ପରର କଥା , ହା ହା ହା ହା ହା ହା

( ଏ ଲେଖାଟି କେବଳ ମୋ ବନ୍ଧୁମାନଙ୍କ ମନୋରଞ୍ଜନ ପାଇଁ, ଏହାର କୌଣସି ନିଉଜ୍ ଭାଲ୍ୟୁ ଥିବ ବୋଲି ଭାବି ଏହାକୁ ଗୁରୁତ୍ୱ ନଦେବାକୁ ଅନୁରୋଧ, କାରଣ ଚଳିତ ବନ୍ୟା ସମ୍ପର୍କରେ ମୋ ପାଖରେ କିଛି ତଥ୍ୟ ହିଁ ନାହିଁ, କେବଳ ଆପଣମାନଙ୍କ ମନୋରଞ୍ଜନ ପାଇଁ ଲେଖୁ ଲେଖୁ ଯାହା ଲେଖି ହୋଇଗଲା ତ ଗଲା, ମୁଁ କଣ ତାକୁ ଅଟକେଇ ଥାଆନ୍ତି ନା କଣ )

Laxmidhar Nayak
My Facebook Post: 19th August 2022


Share it

Leave a comment

Your email address will not be published. Required fields are marked *

Verified by MonsterInsights