ତଥାପି ସରକାର ସରକାର,
ବହୁତ କଥା କରନ୍ତି ଲୋକଙ୍କ ପାଇଁ
ଏ ବର୍ଷ ( 2021 ) ପାଖିପାଖି 30 କୋଟି ଟଙ୍କାର କାମ ଆରମ୍ଭ କରିଛନ୍ତି ସରକାର , ମୋର ର ଏ ଗାଁ ପାଖ ବ୍ରାହ୍ମଣୀର ବାମ ଓ ଦକ୍ଷିଣ ପାର୍ଶ୍ବରେ ।
ହଁ , ଖାଇବା ଲୋକେ କୁଆଡେ କଣ୍ଟ୍ରାକ୍ଟର ମାନଙ୍କ ଠାରୁ ପିସି ଗୋଟେଇ ଭୁବନେଶ୍ବରରେ କୋଠା କିଣନ୍ତି,
କରିବା ଲୋକ କରନ୍ତି, ଖାଇବା ଲୋକ ଖାଆନ୍ତି
କରିବା ଲୋକ ଅଲଗା, ଖାଉ ଲୋକ ଅଲଗା
କରନ୍ତି ସରକାର, ଖାଆନ୍ତି ଟାଉଟର
ସେମାନଙ୍କୁ ମୁଁ ଜାଣେ, କିଛି କହେନି, ସେଇଟା ସେମାନଙ୍କର ସଂସ୍କାର ଦୋଷ ଭାବି ଦଣ୍ଡ ଦିଏନି,
କାରଣ ମୋତେ ଆଗକୁ ଆଉ ସବୁ କାମ ଦିଶେ,
ସେ ଖାଉ ମହାବାହୁମାନଙ୍କୁ ଦଣ୍ଡ ଦାନ କରିବାକୁ ସେମାନଙ୍କ ପାଖରେ ଦଣ୍ଡେ ବି ସମୟ ଛିଡା ହୋଇ କ୍ଷଣେ ବି ସମୟ ନଷ୍ଟ କରିବାକୁ ମୁଁ ପସନ୍ଦ କରେନି,
ହଁ, ଅପ୍ରାଧ ସୀମା ଲଙ୍ଘିଯିବାର ସମ୍ଭାବନା ଦିଶିଲେ, ସେମାନଙ୍କୁ ଦଣ୍ଡ ଅବଶ୍ଯ ଦିଏ
ସରକାରଙ୍କୁ ଅଶେଷ ଧନ୍ୟବାଦ, ମୋ ଅଞ୍ଚଳରେ ଗୁରୁତ୍ବର ସହ ଏ କାମ ଆରମ୍ଭ କରିଥିବାରୁ , ଲୋକଙ୍କୁ ବନ୍ଯା ଦାଉରୁ ରକ୍ଷା କରିବାକୁ, ମୁଁ କୋଉ ଛାଡିବା ଲୋକ ଯେ ସରକାର କରିବେ ନି , ହା ହା ହା
ପ୍ରକୃତ ସତ କଥା ହେଉଛି, ମୁଁ ସରକାରଙ୍କୁ ବହୁତ ଭଲ ପାଏ , ତେଣୁ ସରକାର ତ ସେହି ଅନୁସାରେ ମୋତେ ଭଲ ପାଇବେ ନା, ଏହା ମନକୁ ମନ ହୁଏ
ମୁଁ ସରକାରଙ୍କୁ ଭଲ ପାଏ, ତେଣୁ ସରକାରଙ୍କର ସାମାନ୍ଯ ଭୁଲ ଦେଖିଲେ ରାଗି କି ଅଗ୍ନି ଶର୍ମା ହେଇଯାଏ, ନିଜ ହାତ ଗଢା ସରକାରର ଭୁଲ ଦେଖିଲେ ସହି ହୁଏ କି ?
ପିସି ନେଲା ବାଲାଙ୍କ କଥା ଅଲଗା, ସେମାନେ କେବଳ ରୋଜଗାର ପାଇଁ ସରକାରଙ୍କ ସାଙ୍ଗରେ ଥାଆନ୍ତି, ଖାଇବା କମିଲେ ମୂଷା ଭଳିଆ ଅନ୍ଯ ଜାହାଜ କୁ ଡିଆଁ ମାରନ୍ତି
ଆଜି କେତେ 7 ତାରିଖ ହେଲାଣି ବୋଧେ, 5 ତାରିଖରେ ଘର ଭଡା ଦିଆଯିବା କଥା, ମୁଁ ସେତେକ ପଇସା ରୋଜଗାର କରିବାକୁ ଆଜି ସକାଳୁ ବସି ତିନି ପ୍ରକାର କାମ କଥା ଭାବିଲିଣି, କଣ ଗୋଟେ କରି କାଲି ସୁଦ୍ଧା 8 ହଜାର ଯୋଗାଡ କରିଦେଲେ ମାସେ ଚିନ୍ତାରୁ ମୁକ୍ତି, ତା ପରେ ଦେଖାଯିବ
ମୋ ରୋଜଗାର କଥା ଚିନ୍ତା କରୁ କରୁ ମୋ ବେଳ ଯାଉଛି, ପର ପିସି ଖିଆ କଥା ଭାବି ସମୟ ନଷ୍ଟ କରିବାକୁ ମୋର ସମୟ କାହିଁ
ପିସି ନେଲା ବାଲାଙ୍କ କଥା ସରକାର ବୁଝୁଛନ୍ତି, ସେ ନଜର ରଖିଥିବେ ନିଶ୍ଚୟ, ଟିକେଟ ଦେଲା ନେଲା ବେଳକୁ ଏକାଥରେ ହିସାବ ପତ୍ର କରିବେ ବୋଧେ । ହା ହା ହା