ତାଙ୍କର ତ ପାଟି ଫିଟେନି କି ପାର୍ଟି ବି ନାହିଁ

Share it

Mo Lekha
Laxmidhar Nayak
My Facebook Post: 12th August 2022

ଏ ନଈବଢିଆ ପାଗକୁ ଦେଖି ମୋର ଅନୁମାନ ହେଉଛି ଆସନ୍ତା 23 ତାରିଖ ସୁଦ୍ଧା ବ୍ରାହ୍ମଣୀରେ ଗୋଟେ ହାଇ ଫ୍ଲଡ୍ ହେବ କି କଣ ।

ସରକାର ଗୋଟେ କାମ କରନ୍ତୁ, ମୋତେ ଯାହା ରିଲିଫ୍ ଦେବା କଥା 21 ତାରିଖ ଦିନ 11 ଟା ସୁଦ୍ଧା ଦେଇ ଦିଅନ୍ତୁ । ମୁଁ ତାକୁ ଧରି ଗାଁକୁ ଯାଏ ।

ମୁଁ ଏ ବର୍ଷ ଆମ ଗାଁ ପାଖ ବ୍ରାହ୍ମଣୀର ହାଇ ଫ୍ଲଡ ଦେଖିବାକୁ ଚାହୁଁଛି । ଇରିଗେସନ ବାଲାଙ୍କୁ ମନା କରିବା ସତ୍ତ୍ୱେ ସେମାନେ ପୁଞ୍ଜା ପୁଞ୍ଜା ସ୍ପର୍ କରିଛନ୍ତି । ସେପରି କରିବା ଦ୍ୱାରା ରିଭର କରେଣ୍ଟ ଉପରେ ତାର କି ପ୍ରକାର ପ୍ରଭାବ ପଡୁଛି ଟିକେ ଅନୁଧ୍ୟାନ କରିବାକୁ ଚାହୁଁଛି ।

ମୋତେ ଲାଗୁଛି ଜଳ ସମ୍ପଦ ବିଭାଗର ଏ ଅବିବେକ ହରକତ ଯୋଗୁ ଏ ବର୍ଷ ଆମ ଗାଁ ପାଖ ବ୍ରାହ୍ମଣୀ ଡାହାଣପଟ ବନ୍ଧ ଦି ଚାରି ଜାଗା ନିଶ୍ଚୟ ଭାଙ୍ଗିବ, ଯଦି ହାଇ ଫ୍ଲଡ୍ ହୁଏ ।

ହଉ ମୁଁ ତ ଗାଁକୁ ଯିବି, ସରକାର ମୋତେ ଆଗୁଆ ରିଲିଫ୍ ଦିଅନ୍ତୁ କି ନଦିଅନ୍ତୁ , ଗାଈ ଗୋରୁ ମାନଙ୍କ ପାଇଁ ଆଗତୁରା ଗୋଖାଦ୍ୟ ପଠାଇ ଦିଅନ୍ତୁ ସବୁ ଫ୍ଲଡ୍ ପ୍ରୋନ୍ ଗାଁ ମାନଙ୍କୁ । ଓମଫେଡକୁ ସେପରି କରିବାକୁ ବି ତାଗିଦ୍ କରି ଦିଅନ୍ତୁ, ଆଜିଠାରୁ ।

ମଣିଷ ତ ଦୁଇ ତିନି ଦିନ ବିସ୍କୁଟ ଭାତ ଆଳୁ ଖାଇ ପେଟ ଭୋକ ସମ୍ଭାଳି ନେବ, ହେଲେ ଏହି ସମୟରେ ଗାଈ ଗୋରୁ ବହୁତ ହୀନସ୍ତା ହୁଅନ୍ତି, ତାଙ୍କର ତ ପାଟି ଫିଟେନି କି ପାର୍ଟି ବି ନାହିଁ , ବନ୍ୟା ସମୟରେ ନାଁ ପାଆନ୍ତି ଖାଦ୍ୟ ନା ପାଆନ୍ତି ଇଞ୍ଚେ ଜାଗା ଘାସ ପତ୍ରରେ ମୁହଁ ମାରିବାକୁ ।

ମୁଁ ସବୁଥର ବନ୍ୟାରେ ଦେଖେ ବନ୍ୟା ଛାଡିବାର ସପ୍ତାହେ ପରେ ଯାଇ ଏମାନଙ୍କ ଖାଦ୍ୟ ତାଙ୍କ ପାଖରେ ପହଞ୍ଚେ । ବଡ ଦୁଃଖଦ ସ୍ଥିତି ।

ସେମାନଙ୍କ କଥା ଟିକେ ସହୃଦୟତାର ସହ ବିଚାର କରନ୍କୁ ସରକାର , କାରଣ ଯେତେ ଦୁଃଖ ପଡିଲେ ବି ସେମାନେ ଦରଖାସ୍ତ ଲେଖିକି ସରକାରକୁ ଜଣାନ୍ତି ନାହିଁ କି ସରକାରକୁ ହଇରାଣ କରନ୍ତି ନାହିଁ ।

ଏ ମେସେଜ୍ ଟିକୁ ଟିକେ କେହି ଏସ ଆର ସି ଓ ପଶୁ ସମ୍ପଦ ସଚିବ ଅରବିନ୍ଦ ପାଢୀ ମହୋଦୟଙ୍କ ଦୃଷ୍ଟିକୁ ଆଣିଲେ ଗୋ କୁଳ ସେମାନଙ୍କୁ ବହୁ ଆଶୀର୍ବାଦ କରନ୍ତେ ।

Laxmidhar Nayak
My Facebook Post: 12th August 2022


Share it

Leave a comment

Your email address will not be published. Required fields are marked *

Verified by MonsterInsights