ଢେଙ୍କାନାଳରେ ଢେଙ୍କା ଶବରଙ୍କ ପୂର୍ଣ୍ଣାବୟବ ମୂର୍ତ୍ତୀ ସ୍ଥାପନ

Share it

ଅଳପ ଖବର
31st August 2024

ପ୍ରାୟ 400 ବର୍ଷ ପୂର୍ବେ ଏବେକାର ଢେଙ୍କାନାଳ ଜଣେ ଶବର ରାଜାଙ୍କ ରାଜ୍ଯ ଥିଲା । ସେ ରାଜାଙ୍କ ନାମ ଥିଲା ଢେଙ୍କା । ଢେଙ୍କା ଶବର ସେ ରାଜ୍ଯକୁ ସୁଶାସନ ପ୍ରଦାନ କରୁଥିଲେ । ସେ ମହାପରାକ୍ରମୀ ମଧ୍ୟ ଥିଲେ । ସମ୍ମୁଖ ଯୁଦ୍ଧରେ କେହି ତାଙ୍କୁ ପରାଜିତ କରିବା ଅସମ୍ଭବ ଥିଲା। ଫଳରେ ଉଭୟ ରାଜା ଓ ପ୍ରଜା ସୁଖ ଶାନ୍ତିରେ କାଳାତିପାତ କରୁଥିଲେ । ସେହି ଢେଙ୍କା ଶବର ରାଜାଙ୍କ ନାମ ଅନୁସାରେ ରାଜ୍ୟର ନାମ ଥିଲା ଢେଙ୍କାନାଳ।

ଅସହିଷ୍ଣୁ ବେଶାଳିଆ ରାଜା ଛଳ କପଟ କରି ଢେଙ୍କାଙ୍କୁ ହତ୍ଯା କଲେ ଓ ରାଜ୍ଯ ଶାସନ ନିଜ ଅକ୍ତିୟାରକୁ ନେଲେ । ପରବର୍ତ୍ତି ଢେଙ୍କାନାଳ ରାଜାମାନଙ୍କ କୁଶାସନ, ଅତ୍ଯାଚାର ଇତ୍ଯାଦିର ଲୋମହର୍ଷକ କାହାଣୀ ଆଜି ସାଧାରଣ ଲୋକଙ୍କ ମୁହଁର ରୋଚକ ଲୋକକଥା ।

ଖୁସିର କଥା ବହୁ ଦିନ ପରେ ଏବେ ସେହି ମହାନ ଶବର ରାଜା ଢେଙ୍କାଙ୍କ ସମ୍ମାନାର୍ଥେ ଢେଙ୍କାନାଳ ଠାରେ ତାଙ୍କର ଏକ ପୂର୍ଣ୍ଣାବୟବ ମୂର୍ତ୍ତୀ ସ୍ଥାପନ କରାଯାଇଛି । ହେଲେ ତାଙ୍କର ବାସ୍ତବ ଜନ୍ମ ପୀଠଟିର ଏ ପର୍ଯ୍ୟନ୍ତ ପୁନରୋଦ୍ଧାର କରାଯାଇପାରି ନାହିଁ । କୁହାଯାଉଛି ଢେଙ୍କା ଶବରଙ୍କ ମୂଳ ଜନ୍ମ ପୀଠଟି ଢେଙ୍କାନାଳ ସ୍ଥିତ ସାଇନ୍ସ ପାର୍କ ମଧ୍ଯରେ ରହିଯାଇଛି।

ଐତିହାସିକ ଓ ସ୍ଥାନୀୟ ବୁଦ୍ଧିଜୀବୀମାନେ ଢେଙ୍କା ଶବରଙ୍କ ଜନ୍ମ ସ୍ଥାନଟିକୁ ଠାବ କରି ଏହାର ପୁନରୋଦ୍ଧାର କରାଇପାରିଲେ ଏହା ସେ ମହାନ ଶବର ରାଜା ଢେଙ୍କାଙ୍କ ସ୍ମୃତି ପ୍ରତି ଯଥାଯଥ ସମ୍ମାନ ବିବେଚିତ ହେବା ସହ ସମଗ୍ର ଢେଙ୍କାନାଳବାସୀଙ୍କ ପାଇଁ ଏକ ଗୌରବାବହ ବିଷୟ ମଧ୍ଯ ହେବ ।

Dhenka Sabar, the famous king of Dhenkanal

Share it

Leave a comment

Your email address will not be published. Required fields are marked *

Verified by MonsterInsights