ଡରୁଚ କାହିଁକି, ସିଧା ରାଜନୀତିକୁ ଆସ : ଝାଡୁରେ ପିଟିବାରେ ଓଡିଆଣୀ ପୁରା ପାରଙ୍ଗମ, ଏକଥା ଟି ସ୍ମରଣ ରହୁନି ନା କଣ

Share it

Mo Lekha
Laxmidhar Nayak
My Facebook Post: 12th August 2022

ହଁ
ଆମେ ବି କହୁଛୁ ତୁମ ନବୀନ ଲୋକପ୍ରିୟତାରେ ନମ୍ବର ଉଆନ୍ । କାରଣ ଆମେ ଆଜିଯାଏ ତାଙ୍କୁ ଭଲ ପାଉଛୁ, ସେଥିପାଇଁ ।

ତମେ ଗୋଟେ କାମ କର,
ଆଦାନିକୁ କୋରାପୁଟ ରାୟଗଡାର ସବୁ ବକ୍ସାଇଟ ପାହାଡ ଦେଇ ଦିଅ, ସେ ତୁମକୁ ଓ ତୁମ ଅମିତ ଶାଖାକୁ ପାହାଡ ପରିକା ଟଙ୍କା ଦେବ,

ଆମେ ସେଥିରୁ 500 ନେଇ ତୁମକୁ ଭୋଟ୍ ଦେବୁ, ମିଡିଆ ବାଲାଙ୍କୁ ସେଥିରୁ ବସ୍ତାଏ ଲେଖା ଦେଇ ତମେ ରାଜ୍ଯରେ ନମ୍ବର ଉଆନ୍ ଓ ତମ ଗୁଜୁରାଟୀ ଶାଖା/ସଖା ଦେଶରେ ନମ୍ବର ଉଆନ୍ ହେଉଥିବ,

ଆଦିବାସୀ ଜଙ୍ଗଲରୁ ତଡାଖାଇ ବିଶ୍ବରୁ ନିଶ୍ଚିହ୍ନ ହେଇଯାଉ, ତୁମର କଣ ଯାଉଛି, ସିଏ ତମର କୋଉ ବନ୍ଧୁ ବାନ୍ଧବ ଯେ ଏତେ ଚିନ୍ତା

ହଁ ମଙ୍ଗରାଜ ବାବୁଙ୍କୁ ମିଡିଆ ଆଡଭାଇଜର ଆଉ ସେ କୋଉ ଜଣେ ସିଂ ବାବୁଙ୍କୁ ମିଡିଆ ସଚିବ କରି ରଖିଥିବ, ସିଏ ଛୋଟ ଛୋଟ ଓଡିଆ କାଗଜଙ୍କ ତଣ୍ଟି ଚିପି ବଡ ବଡ ଇଂରାଜୀ କାଗଜ ହିନ୍ଦି ଚାନେଲକୁ ଗୋସେଇଁ ପରି ପୂଜା କରିବା କଳାଟି ଭଲ ଭାବରେ ଜାଣନ୍ତି, ଅତ୍ରାଗଚ୍ଛ, ଇହ ତିଷ୍ଠ, ସନ୍ନିଧାନଂ କୁରୁ… ଭଲ ଭାବରେ କହି ପାରୁଛନ୍ତି ….

ହେ ଭଗବାନ୍
ଯାହା ଦେଖା ଗଲାଣି ଏ ବୁଦ୍ଧିହୀନ ବିଜେଡି , ବିଜେପିର ଆଦାନୀ ଆମ୍ବାନୀ ମାଠିଆ ବେକରେ ବାନ୍ଧି ନୀର୍ବାଚନ ନଈ ପହଁରିବାକୁ ଖୁସି ପାଉଛି, ଏପରି କଲେ ବିଜେପି ମାଠିଆ ବୁଡିବ, ତା ସାଙ୍ଗରେ ତମେ ବି ରସାତଳକୁ ଯିବରେ ଭାଇ

ପାଣ୍ଡିଆନ ଅଫିସର ହେଇ ଥିବାରୁ ସେମାନେ ତାଙ୍କୁ ଡରେଇ ଦେଉଛନ୍ତି ଓ ସାର୍ ସରକାରୀ ଚାକିରିଆ ହେଇଥିବାରୁ ଡରିଯିବାକୁ ବାଧ୍ଯ ।
ତାଙ୍କୁ କୁହ ଚାକିରୀ ଛାଡି ଦିଅନ୍ତୁ, ସିଧା ବିଧାୟକ ହୁଅନ୍ତୁ, କଟକ ପ୍ରଭାତଙ୍କ ଆସନରୁ, ଆଳିରୁ ନହେଲେ ଖରିଆରରୁ । ସିଧା ବିଜେପି ସହ ଲଢନ୍ତୁ, ନହେଲେ ଟାଇଟାନ ପରିକା ଅନୋଉ ଅନୋଉ ବିଜେଡି ବୁଡିଯିବ,

ତମେ ତୁମ ଚାକିରୀ ଭୟରେ ଓଡିଶା ଖଣି ପାଣି ଜଙ୍ଗଲକୁ ଗୁଜୁରାଟୀ ବେପାରୀଙ୍କ ହାତରେ ଟେକି ଦେଉଛ, ଏକଥା ଆଜି ନହେଲେ କାଲି ଓଡିଆଣୀଙ୍କ କାନରେ ବାଜିବ,

ଯେତେବେଳେ ସେମାନେ ଏତେକ କଥା କନଫର୍ମ ହେଇଯିବେ, ଦେଖିବ କେମିତି ଝାଡୁ ଧରି ଗୋଡେଇବେ, ଝାଡୁରେ ପିଟିବାରେ ଓଡିଆଣୀ ପୁରା ପାରଙ୍ଗମ, ଏକଥା ଟି ସ୍ମରଣ ରହୁନି ନା କଣ

ଏବେ ବି ସମୟ ଅଛି, ବିଜେପି ଭାଲୁ ଲାଞ୍ଜ ଛାଡ, ଓଡିଶାକୁ ନିଜର ଭାବ, ଓଡିଆ ଲୋକଙ୍କୁ ନିଜର ଭାବ, ଓଡିଶାର ଆଦିବାସୀଙ୍କୁ ନିଜର ଭାବ, ନହେଲେ ବିଜେପିର ଗୁଜୁ ବେପାରୀଙ୍କ ବୁଦ୍ଧିରେ ପଡି ଶୁଖିଲାଟାରେ ଝାଡୁ ପାହାର ଖାଇବା ଟା ଥୟ ।

କଥା ଟା ଶୁଣିବାକୁ କଷ୍ଟ ଲାଗୁଥିବ, ଲାଗୁ, କଥାଟିକୁ ଶୁଣ ଓ ସ୍ଥିର ମନରେ ବିଚାର କର ଓ ଓଡିଶାର ସମ୍ମାନନୀୟ କର୍ଣ୍ଣଧାର ହୋଇ ରୁହ, ନହେଲେ ଅନୋଉ ଅନୋଉ ଝାଡୁ ପାହାର ଖାଇବ, ଯେମିତି ଛବିରାଣୀ ଅଞ୍ଜନା ମିଶ୍ର କଥାରେ କଂଗ୍ରେସ ଖାଇଚି ଯେ ଆଜିଯାଏ ଦରଜ ଛାଡୁନି, ତମେ ସେମିତି ଏ ଆଦାନୀ ଆମ୍ବାନୀଙ୍କ ପାଇଁ ଖାଇବ କି କଣ, କିଏ ଜାଣେ, ତମ ଭାଗ୍ୟରେ କଣ ଲେଖା ଅଛି

ଓଡିଶା ଲୋକ କଣ ଜାଣି ନାହାନ୍ତି ତୁମେ ଲୋକ ପ୍ରିୟତାରେ ନମ୍ୱର ୱାନ୍ ବୋଲି ଯେ ତୁମକୁ ଇଣ୍ଡିଆ ଟୁଡେର ସାର୍ଟିଫିକେଟ୍ ଦରକାର ହେଉଚି ଆଉ ତାକୁ ପୁଣି ଟିଭି ଲଗେଇ ପ୍ରଚାର କରିବା ଦରକାର ହେଉଛି ?

ଗୋଟାଏ ସମୟରେ ଆମ ଓଡିଆ ପୁଅ କପିଳେନ୍ଦ୍ର ବି ତୁମ ଚୋଳ ପାଣ୍ଡ୍ୟ ରାଜ୍ୟର କର୍ଣ୍ଣଧାର ଥିଲେ ଓ ସେହିପରି ଅନେକ ସମୟ ଧରି ତୁମ ଚୋଳ ପାଣ୍ଡ୍ୟ ଲୋକ ବି ଆମ କଳିଙ୍ଗର କର୍ଣ୍ଣଧାର ଥିଲେ, ଆମର ଏ କ୍ଷମତା ଆଦାନ ପ୍ରଦାନ ବହୁତ ପୁରୁଣା ଓ ଉଭୟ ଶାସକ ପ୍ରଜାନୁରଞ୍ଜକ ପରୀକ୍ଷିତ ଲୋକ ସେବକ ଥିଲେ , ଏଗୁଡା ଆମର ଚଳେ, ଡରୁଚ କାହିଁକି, ସିଧା ରାଜନୀତିକୁ ଆସ

Laxmidhar Nayak
My Facebook Post: 12th August 2022


Share it

Leave a comment

Your email address will not be published. Required fields are marked *

Verified by MonsterInsights