ମୋ ଲେଖା
ଠାକୁ ମା’ର ବଇଦ ପେଡି – ୫
ଦିନ ଆସିବ
ସୁଆର୍ଥୀ ମଣିଷ ଝୁଣ୍ଟି ପଡିବ
ମଲ୍ଲୀ ମା କାନ୍ଦୁଚି ସୁଁ ସୁଁ
ମଲ୍ଲୀ ବା’କୁ ଜର ହେଇଚି
ଯାଉନି ଧନ୍ଦା
କରୁନି କାମ
ଗରୀବ ବାସ
ଓଷଦ ପଥିକି ପଇସା ଅଣ୍ଟୁନି
ପିଲା ଉପାସ
ଦିଇନି ନୋଉଚି ଡାକ୍ତରଖାନା
ଓଷଦ ପାଣି ସବୁ ତ କନି
ଡାକ୍ତର ପଇସା ନୋଉଚି ଗଣି
ଠାକୁ ମା
କ’ଣ କରିମି
ନଈରେ ଯାଉଚି ବୁଡି ମରିମି
କି ଲୋ କାଇଁକି
ମୁଁ ନାଇଁ କି ?
ନା ଗାଁରେ ମିଳୁନି ପତର ?
ଏତେ ଚତର
ଦେଖୋଉଚୁ ମତେ ଡାକ୍ତର
ତୋ ବାଡିରେ ଅଛିପା ଗଙ୍ଗଶିଉଳି
ସାତଟି ପତର ଆଣିବୁ ତୋଳି
ସାତଟି ଆଣିବୁ ଗୋଲମରିଚି
ମିଶେଇ ତା ସାଙ୍ଗେ ଦବୁଟି ଛେଚି
ତା ରସ କୁ
ତିନି ଦିନ ଖୁଆ
ଉଠିକି ବସିବ ତୋ ମଲ୍ଲୀ ବା
ଏକୋଇଶି ଦିନ ପିଇବ ଯିଏ
ଏକୋଇଶି ବର୍ଷ ଡାକତରଖାନା ଯିବନି ସିଏ
ମୋ କଥା ଆଉ କିଏ ଶୁଣୁଚି
ବାଡି ବଗିଚାର
ଗଛ ପତରକୁ କିଏ ଚିହ୍ନୁଚି
ବଟିକା ପଛରେ ସଭିଏ ବାଇଆ
ଦେଖୁଚୁ ଆଉ
ବାଡି ବଗିଚାରେ
ପଡିଆ ଜଙ୍ଗଲ ହାତ ପାଆନ୍ତାରେ
ମଞ୍ଜି ଟିଏ ଅବା
ଡାଳ ଖଣ୍ଡେ କେହି ପୋତୁଚି ??
ଦିନ ଆସିବ
ସୁଆର୍ଥୀ ମଣିଷ ଝୁଣ୍ଟି ପଡିବ
ଚେତିବ ତେବେ
ଗଛ ପତରକୁ ବୁଝିବ ସେବେ
ଝୁରିବ ଅତୀତ ଫେରି ଆ
ସେ ଦିନ ନଥିବ ଠାକୁ ମା
– ଲକ୍ଷ୍ମୀଧର ନାୟକ
My Facebook Post: 6th August 2020