ଠାକୁ ମା’ର ବଇଦ ପେଡି – ୪ : ନାତୁଣୀ ମୁଣ୍ଡରେ ଉଙ୍କୁଣି

Share it

ମୋ ଲେଖା
My Facebook Post: 6th August 2020

ଠାକୁ ମା’ର ବଇଦ ପେଡି – ୪
ନାତୁଣୀ ମୁଣ୍ଡରେ ଉଙ୍କୁଣି

ବକମ୍ ବକମ୍ ବକମା
ହେଇ ଆଇଲାଣି ଠାକୁ ମା
ଧୋତରି ବୁଢୀ
ଏଇନେ ଖୋଲିବ ବଇଦ ପେଡି
ଆସୁ ଏଇନେ
ଦଉଚି ପାନେ

ଆଲୋ ଠାକୁ ମା
ଯାଇଥିଲି ତୁମ ଘରକୁ
ପିଣ୍ଢାରେ ବସି ତୋ ନାତୁଣୀ ବୋହୁ
ଉଙ୍କୁଣି ମାରୁଚି ଟୁଉକୁ ଟୁକୁ
ଉଁ … ବୁଢୀ କଥା କହିଦିଏ ପରକୁ
ବୁଦ୍ଧି ନ ଦିଶଇ ଘରକୁ

ନସର ପସର ଫସର ଫସର ଧେତ୍
ତମ ତମ ହେଇ ଠାକୁ ମା ଫେରିଲା
ପିଣ୍ଢାରେ ବସିଲା ନଥ୍

ମେଲେଇ ଦେଲା ତା ପାକୁଆ ପାଟି
ଡାକିଲା ନାତୁଣି ଛାଡ୍ ପାଇଟି
ଆଲୋ ନାତୁଣୀ
ତୋ ମୁଣ୍ଡରେ କୁଆଡେ ଉଙ୍କୁଣି ?

ହଁ ଠାକୁ ମା
ଛାଡୁନି ଜମା
ବାବୁ ଯାଇଛନ୍ତି ସହର
ଔଷଧପାଇଁ କହିଥାଆନ୍ତି ଯେ
ପଇସା ଟା କେତେ ଦରକାର୍
ଆଗକୁ ଆସୁଛି ଗଣେଶ ପୂଜା
କୁନାର ଦରକାର ପେଣ୍ଟ୍ ଜାମା
ସ୍କୁଲ୍ ଚାନ୍ଦା
ସାଇର ଭେଦା
କହିଲି ନାହିଁ
ଯାଉ ପଛେ ମୁଣ୍ଡ ଉଙ୍କୁଣି ଖାଇ

ଓଃ ହୋ
ଏଇ ତ କଥା
ମୁଁ ଥାଉ ଥାଉ କାହିଁକି ଚିନ୍ତା
ବାଡିରେ ମାଡିଛି ପିତା ତରଡା
ତୋଳି ଆଣ୍ କିଛି ପତର
ରାଶି ତେଲ ସାଙ୍ଗେ
ଫୁଟେଇକି ତାକୁ
ଛାଣିକି ଶିତଳ କଅର୍

ନଅ ଦିନ ତାକୁ ମୁଣ୍ଡରେ ଲଗା
ଆଗକୁ ଆସୁଚି ଗଣେଶ ପୂଜା
କହିବୁ ମତେ
ଯୋଡାବେଣୀ ପାରି ଦେବି ମୁଁ ତତେ
ଉଙ୍କୁଣି ନଥିବେ ମୁଣ୍ଡରେ
ବୁଲିବୁ ତୁ ସାଇ ଯାତରେ ।।

– ଲକ୍ଷ୍ମୀଧର ନାୟକ


Share it

Leave a comment

Your email address will not be published. Required fields are marked *

Verified by MonsterInsights