ଠାକୁମା’ର ବଇଦ ପେଡି – ୧ : କୁନାକୁ ଅଣ୍ଟୁନି କ୍ଷୀର …

Share it

My Facebook Post: 3rd August 2018
ଠାକୁମା’ର ବଇଦ ପେଡି – ୧
କୁନାକୁ ଅଣ୍ଟୁନି କ୍ଷୀର….

କଣ୍ଟା ଲେଉଟିଆ ଶାଗ

ଫର୍ ର ଫର୍ ସର୍ ର ସର
ସକାଳୁଟାରୁ ନଅର ନଫର
ମୁହଁଟା ଦିଶୁଚି ଗଉଣି

ଠାକୁ ମା ବୋଇଲା
ଆଲୋ କ’ଣ ହେଇଚି କି
କୁଆଡେ ଯିବୁକି ନାତୁଣି ??

ବକ୍ ବକ୍ ଜମା କରନା କହୁଚି
ସଖାଳୁ ଦେଲାଣି ବିଲେଇ ଛିଂକି
ହଇଓ ଶୁଣୁଚ
ହେଲେ ହେଉପଛେ କୁନାକୁ ଭୋକ
ଓଷଦପାଇଁ
ଯିବିନି କଟକ
ଦେଖିଲ ଦେଖିଲ
ଏ ଓଲଡ୍ ମଡେଲ୍ ବୁଢୀ
ବକୁଚି ଉପରେ ପଡି ।।

ବସ୍ ଛାଡିଲା ପେଁ ଭୁଁ
କୁନା ମା କାନ୍ଦୁଛି ସୁଁ ସୁଁ
କୁନାଟାକୁ ମୋର ହେଉନି କ୍ଷୀର
ଡାକ୍ତର ପାଖକୁ ଯାଇଥାଆନ୍ତି
ଏ ବୁଢୀପାଇଁ ହେଲା ସବୁ ଉଛୁର
ଯେମିତି ସବୁ ଜାଣିଚି
ଡାକ୍ତର ଭଳିଆ କଥା କହୁଚି ।।

ପଲମ ମୁହଁକୁ ଢାଙ୍କୁଣି
ଗାଡିଟା ତ ଛାଡି ଦେଲାଣି
ଆଲୋ ନାତୁଣୀ
ଟିକେ ଶୁଣ୍
ବିଲାତି ବଇଦ କି ଓଷୁଅ ଦବ
ମୋ କଥା ପଦେ ମାନ୍

ଆଲୋ ବାଡିରୁ ତୋଳିବି କଣ୍ଟା ନେଉଟିଆ
ଖରଡିକି ତାକୁ ଚାରି ଦିନ ଖାଆ
ଦେଖିବୁ ଝରିବ କ୍ଷୀର
ମୋ ରାଣ କହୁଚି
କୁନା କାନ୍ଦିବନି
ମୁଁ କିଲୋ ତୋର ପର !!

କୁଲୁ କୁଲୁ କିଲି କିଲ୍ କିଲି
କୁନା ହସିଲାଣି ଖିଇଲି ଖିଲି
କ୍ଷୀରବହେ ଧାର ଧାର
ହଇ ହୋ ଶୁଣୁଛ
ଏ ବୁଢୀ ଟା ଜାଣେ କି କିମିଆ !

ଆରେ ଚୁପ୍
ଶହେ ବରଷର ଅଭିଜ୍ଞତା ତା’ର
ସିଏ ପରା ଆମ ଠାକୁମାଆ ।।

– ଲକ୍ଷ୍ମୀଧର ନାୟକ
My Facebook Post: 3rd August 2018


Share it

Leave a comment

Your email address will not be published. Required fields are marked *

Verified by MonsterInsights