ଟୋଟାଲ ନାଁ ହଟା…

Share it

ଟୋଟାଲ ନାଁ ହଟା….

ଖେଳ ରତ୍ନ ପୁରସ୍କାର ଟା ଖାଲି ଖେଳ ରତ୍ନ ପୁରସ୍କାର ହେଲେ କଣ ଚଳିବନି ?

ଗୋଟାଏ ଆବାସ ଯୋଜନା କଣ ଇନ୍ଦିରା ଆବାସ ଯୋଜନା ହେବା ନିହାତି ଜରୁରୀ ?

ଗୋଟାଏ ଷ୍ଟାଡିୟମ କଣ ନରେନ୍ଦ୍ର ମୋଦୀ ଷ୍ଟାଡିୟମ ନହୋଇ କେବଳ କ୍ରିକେଟ ଷ୍ଟାଡିୟମ ହେଲେ ସେଟା ଷ୍ଟାଡିୟମ ହେବନି ?

ଗୋଟାଏ ପକ୍କା ଘର ଯୋଜନା କଣ ବିଜୁ ପକ୍କା ଘର ଯୋଜନା ହେବା ନିହାତି ଦରକାର ?

ମୋ ପୋଖରୀ ଯୋଜନା ଟା କଣ ଗୋଟାଏ ଯୋଜନା ନୁହେଁ ?

ମଧୁବାବୁ ଥିଲେ ବା ଏବେ କଥା କହି ପାରୁଥିଲେ ସେ କଣ ମଧୁବାବୁ ପେନସନ ଯୋଜନା ନାମ ଟିକୁ ଅନୁମତି ଦେଇ ଥାଆନ୍ତେ ?

ଗୋଟାଏ ସଡକ ଯୋଜନା ନାଁ କଣ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନା ନହୋଇ କେବଳ ଗ୍ରାମ୍ୟ ସଡକ ଯୋଜନା ହୋଇଥିଲେ ସଡକ ସବୁ ଭାଙ୍ଗିରୁଜି ଗଳି ପଡନ୍ତେ ?

ତେଣୁ ଖୁବ୍ ଭଲ ହୋଇଛି ନାଁ କୁ ନେଇ ଏବେ ସରଗରମ ଆଲୋଚନା ହେଉଛି,

ସବୁଠୁ ଭଲ ହେବ
ଗୋଟିଏ କାବିନେଟ୍ ନିଷ୍ପତ୍ତିରେ ସବୁ ସରକାରୀ ବା ସର୍ବସାଧାରଣ ଯୋଜନା ଓ ସମ୍ପତ୍ତିରୁ ସବୁ ବ୍ୟକ୍ତିବାଚକ ନାମ ମାନଙ୍କୁ ହଟେଇ ଦେବାକୁ ନିଷ୍ପତ୍ତି କରିବା ଓ ହଟାଇ ଦେବା

ଲକ୍ଷ୍ମୀଧର ନାୟକ
My Facebook Post: 8th August 2021


Share it

Leave a comment

Your email address will not be published. Required fields are marked *

Verified by MonsterInsights