ଟଙ୍କାକିଆ ଚାଉଳରେ DBT (Direct Benefit Transfer) ଲାଗୁ କରନ୍ତୁ ମୋଦୀ ସରକାର ।

Share it

Mo Lekha
Laxmidhar Nayak
My Facebook Post: 13th August 2018

ଟଙ୍କାକିଆ ଚାଉଳରେ DBT (Direct Benefit Transfer) ଲାଗୁ କରନ୍ତୁ ମୋଦୀ ସରକାର ।

ମୋ ଗାଁରେ ଦୁଇଟି ଧାନ ପେଷା କଳ ଓ ଗୋଟିଏ ଧାନ ବଏଲର ଥିଲା । ଅତିକମ୍ ରେ ନଅ ଟି ପରିବାରକୁ ପର୍ଯ୍ଯାପ୍ତ ରୋଜଗାର ଯୋଗାଇ ଦେବାର ଦକ୍ଷତା ରଖୁଥିଲା ଏ ଟିକି ଉଦ୍ଦୋଗ ।

ଏ ଟଂକିକିଆ ଚାଉଳ ପାଇଁ ଆଜି ମୁଁ ଦେଖୁଚି ଗୋଟାଏ କଳ ବନ୍ଦ୍, ବଏଲର ବନ୍ଦ୍, ଗୋଟାଏ କେବଳ କେତେବେଳେ କେମିତି ଚାଲୁଛି । ଏ ମାନ୍ଯ ଗଣ୍ଯ ପରିବାରର ପିଲାମାନେ ଯାଇ ହାଇଦ୍ରାବାଦରେ, କେରଳରେ, ଗୁଜୁରାଟରେ ୭ ହଜାର ଟଂକାରେ ସିକ୍ଯୁରିଟି ଗାର୍ଡ କାମ କରୁଛନ୍ତି ।

୯୦% ଚାଷୀ ଧାନ ଚାଷ କରୁନାହାନ୍ତି । କ୍ଷତି ହେଉଛି ।ଧାନ କୁଇଣ୍ଟାଲ ୧୫୦୦ ଟଂକାରେ ବି ବିକ୍ରୀ ହେଉ ନାହିଁ ।
ଗ୍ରାମ୍ଯ ମାନବ ସମ୍ୱଳ ଉତ୍ପାଦକତା ହରାଉଛି ।

ଅନ୍ଯ ପକ୍ଷରେ ସରକାରଂକୁ ଚାଉଳ କିଣା ଖର୍ଚ କିଲୋ ପ୍ରତି ୩୭ ଟଂକା ପଡୁଚି । ସରକାର ଯଦି ସେ ପଇସା ସିଧା ହୀତାଧିକାରୀ ଆକାଉଣ୍ଟକୁ ଟ୍ରାନସଫର୍ କରିଦିଅନ୍ତେ , ତାହେଲେ ଲୋକଟା ଯଦି ୩୭ ଜାଗାରେ ୩୦ ଟଂକାରେ ବି ତା ପଡିଶା ଠାରୁ ଚାଉଳ କିଣନ୍ତା ତା’ହେଲେ ଚାଷୀକୁ ଧାନ କୁଇଣ୍ଟାଲ୍ ପିଛା ୬୫ x ୩୦ = ୧୯୫୦ ଟଂକା ମିଳନ୍ତା । (ଗୋଟାଏ କୁଇଣ୍ଟାଲ୍ ଧାନରୁ ଯଦି ୬୫ କେଜି ଚାଉଳ ବି ମିଳେ)

ଚାଷୀ ଧାନ ଚାଷ ଛାଡନ୍ତା ନାହିଁ । ଗରିବ ଉପାସରେ ମରନ୍ତା ନାହିଁ । ଗାଁ ଧାନ କଳ ବନ୍ଦ ହୁଅନ୍ତା ନାହିଁ ।

ଓଡିଶାରେ ୫୫ ହଜାର ଗାଁ । ପ୍ରତି ଗାଁରେ ଦୁଇଟି ଚାଉଳ କଳ ଚାଲିଲେ ୧,୧୦,୦୦୦ ପରିବାର କେବଳ ଚାଉଳ କଳ ରୋଜଗାରରେ ଚଳନ୍ତେ ।

ଗୋଟିଏ ଚାଉଳ କଳରେ ଦୁଇ ଦୁଇ ଯୁବକ ହିସାବରେ ୨ ଲକ୍ଷ ୨୦ ହଜାର ଯୁବକ ଦାଦନ ଖଟି ଯିବାରୁ ନିବୃତ ହୁଅନ୍ତେ । ଅନେକ ଚାଷୀ ବି ଗାଁରେ ରୁହନ୍ତେ ।

ଚାଷୀଟିଏ ଗାଁରେ ରହି ଧାନ ଚାଷ କଲେ ଅଧ ଗୁଣ୍ଠେ ଅର୍ଗାନିକ୍ ପନିପରିବା ତ ଘରେ ଖାଇବା ପାଇଁ କରେ , ଦେଶୀ ଗାଈ ଟିଏ ରଖିଲେ ବି ଦିନକୁ ଦି ସେର A2 କ୍ଷୀର ବି ଉତ୍ପାଦନ କରି ଖାଏ ।

ଏବେ କିଛି ଆଇ ଆଇ ଟି ଯୁବକ ଦିଲ୍ଲୀରେ କିଛି ଦେଶୀ ଗାଈ ରଖିଛନ୍ତି । A2 କ୍ଷୀର ଉତ୍ପାଦନ କରୁଛନ୍ତି, ତାକୁ ମାଟି ବେକାରେ ପୁରେଇ ଡୋର୍ ଡେଲିଭରି ଦେଉଛନ୍ତି । ଲିଟର୍ ୧୦୦ ଟଂକା ।

ଏ କଥା ତ ମୋ ଓଡିଶା ଗାଁର ଚାଷୀମାନେ କରୁଥିଲେ, ସେମାନଂକୁ ସରକାରଂକ କେଉଁ ବ୍ଯବସ୍ଥା ଆଜି ଉତ୍ପାଦନହୀନ କରି ଦାଦନ ସଜେଇଲା ?

ସରକାର ଏ କଥା ଅକଲ ଖଟେଇ ବିଚାର କରିବା ଉଚିତ୍ ।

ସାମ୍ବାଦିକ ଓ ସାଧାରଣ ନାଗରୀକ ସରକାରଂକୁ ଏଭଳି ଅନେକ ଛୋଟିଆ ଛୋଟିଆ ଅକଲ ପ୍ରଦାନ କରି ବାଧ୍ୟ କରନ୍ତୁ କାର୍ଯ୍ଯକାରିତା ପାଇଁ ।

କାରଣ ଆଜିକାଲି ସରକାରଂକ ପାଖରେ ଆଗଭଳି ସମ୍ବଳର ଅଭାବ ନାହିଁ,
ଅକଲର ଘୋର ଅଭାବ ରହୁଛି ।

ଅନ୍ଯପକ୍ଷରେ ସବୁବେଳେ ବ୍ଯବସାୟ ପାଇଁ ଉତ୍ପାଦିତ ବିଷଢଳା inorganic କିଣା ଚାଉଳ, ପନିପରିବା ଖାଇବା ଅର୍ଥ ସିଧା ସିଧା ପେଟ ବେମାର, ଆଣ୍ଠୁ ଗଣ୍ଠି ଦରଜ କ୍ଯାନସର୍ ଭଳି ନାନାଦି ରୋଗ କିଣିବା କଥା ।

ଜଣେ ଚାଉଳ ଖାଇବ କି ମାଣ୍ଡିଆ ଖାଇବ କି ବାଜରା ଖାଇବ କି ସବୁଥିରୁ ମିଶାମିଶି କରି ଖାଇବ, ସେ ନିଷ୍ପତ୍ତି ନେବାର ସ୍ବାନଧୀତା ତାର ରହିବ ।
ଖାଦ୍ୟ ଅଧିକ ପୁଷ୍ଟି ଯୁକ୍ତ ବି ସାବ୍ୟସ୍ତ ହୋଇପାରେ ।

Laxmidhar Nayak
My Facebook Post: 13th August 2018


Share it

Leave a comment

Your email address will not be published. Required fields are marked *

Verified by MonsterInsights