ଜୟ ମା’ ସମଲେଇ

Share it

ଜୟ ମା’ ସମଲେଇ
=============
ଜୟ ସମଲେଇ ମାତ ଜୟ ଜୟଚଣ୍ଡୀ
ସମ୍ବଲପୁର ବାସୀନି ମାଆ ହୀରାଖଣ୍ଡି ।।

ଶ୍ରୀକ୍ଷେତ୍ରେ ବିମଳା ତୁହି ଝଙ୍କଡ଼େ ଶାରଳା
କୋଣାର୍କ ଚଣ୍ଡୀ ତୁ ତାଳଚେରରେ ହିଙ୍ଗୁଳା ।।

କାକଟପୁରେ ମଙ୍ଗଳା ବାଙ୍କୀରେ ଚର୍ଚ୍ଚିକା
ବାଣପୁରେ ଭଗବତୀ ଅମ୍ବିକା ଚଣ୍ଡିକା ।।

ଯାଜପୁରେ ଅଧିଷ୍ଠାତ୍ରୀ ମାଆ ବିରଜାଈ
ଭୁବନେଶ୍ୱରେ ରହିଲୁ ଗଉରୀ ବୋଲାଇ ।।

ଭଦରଖେ ନାମ ତୋର ମାଆ ଭଦ୍ରକାଳି
ଶକ୍ତି ସ୍ୱରୂପା ମାଆ ଗୋ ଏକୁ ଏକ ବଳି ।।

ରୁଦ୍ରଙ୍କ ଘରଣୀ ମାଗୋ ତୁହି ହର ଚଣ୍ଡୀ
ତୋ ସ୍ମରଣେ ସରବ ଦୁରିତ ଯାଏ ଖଣ୍ଡି ।।

ଅଦୃଶ୍ୟକୁ ଦୃଶ୍ୟକରୁ ତୋ କୃପା କଟାକ୍ଷେ
ଅଭୟଲଭଇ ପ୍ରାଣୀ ତୋ ଆଶ୍ରେ ପ୍ରତ୍ୟକ୍ଷେ ।।

ସିନ୍ଦୁର ମୁଣ୍ଡି ମା’ ଭାଲେ ସିନ୍ଦୁରର ଚିତା
ପାଟ ବସ୍ତ୍ର ମନ୍ଦାରରେ ଶ୍ରୀଅଙ୍ଗ ଶୋଭିତା ।।

ହସ ହସ ମୁଖ ତୋର ଶୋଭେ ଦନ୍ତପନ୍ତି
ତୋର ଦରଶନ କରି ପ୍ରାଣୀ ତରି ଯାନ୍ତି ।।

ନମଃ ନାରାୟଣୀ ମାତ ନମସ୍ତେ ନମସ୍ତେ
ଚରଣ ବନ୍ଦନ ମାତ କରେ ମୁହିଁ ନିତ୍ୟେ ।।

ଶ୍ରାବଣ ଶୁକ୍ଳ ପଞ୍ଚମୀ ଆଜ ଭାନୁବାର
ନବାନ୍ନେ ନିରାଜନା ମା’ କରଇ ତୁମ୍ଭର ।।

ତୋ ପ୍ରସାଦେ ଫଳପ୍ରସୁ ଏ ବସୁଧା ମାଆ
ନୂଆଖାଇ ଜୁହାର ମା’ ଦୟା ରଖି ଥାଆ ।।

🙏🙏🙏
ଅର୍ଜୁନୀ
——————–
ଅର୍ଜୁନୀ ଚରଣ ବେହେରା
ମୋ -7693091971

Advt.

https://youtube.com/@smartvidyarthi?si=mLFKlQXc0tNZf_5c


Share it

Leave a comment

Your email address will not be published. Required fields are marked *

Verified by MonsterInsights