ଜୟ ଦୁଃ ଶାସନ

Share it

Mo Lekha
10th August 2019

ସମସ୍ତେ ବ୍ୟସ୍ତ ହେଉଛନ୍ତି
ଆସନ୍ତା ସୋମବାର କଣ୍ ହେବ ।

କିଛି ହେବାର ନାହିଁ ।

ଉନ୍ନାଓ ସମସ୍ଯା, ଅର୍ଥନୀତି ସମସ୍ଯା, ସରକାରୀ ସଂସ୍ଥା ବିକ୍ରୀ, ଏସବୁ ନାକରେ ପାଣି ପୁରୋଉ ଥିଲା,

ସେ କୁଚିନ୍ତାରୁ ଲୋକଙ୍କୁ ବାହାର କରି ସୁଚିନ୍ତା ଖୋରାକ ଦେବା ଓ

ନିକଟରେ ମହାରାଷ୍ଟ୍ର ଝାରଖଣ୍ଡ ଇତ୍ୟାଦି ନିର୍ବାଚନ ପାଇଁ ଯାହା କିଛି ଗୋଟାଏ ଦରକାର ଥିଲା ଏତେକ ସଫିସିଏଣ୍ଟ । ଏଇଟା ବି ତ କରିବାର ଥିଲା ନିର୍ବାଚନ ପ୍ରତିଶ୍ରୁତି ଅନୁସାରେ ।

ଭାଇ କୁଆଡେ ଭାବୁଛନ୍ତି, ଲୋକ ଯଦି ବେଶୀ ଗାଳି ଗୁଲଜ ନଦେଇ ଖୁସି ହେଉଛନ୍ତି ତହେଲେ

କାଶ୍ମୀର ନାଁ ଟାକୁ – ଉତ୍ତର କୁରୁ

ଜାମ୍ମୁ ନାଁ ଟାକୁ – ମଦ୍ର ଜନପଦ

ଲଦାଖ୍ ନାଁ ଟା କୁ – ସ୍ୱର୍ଣ୍ଣ ଭୂମି

କରି ଦେବା ।

ଏମିତି କଣ ଗୋଟାଏ କରି ଶ୍ରାବଣ ଶେଷ ସୋମବାର ଟା ପାର୍ କରିଦେଲେ ଯାଏ ।

ତା ପରେ ଇଲେକ୍ସନ ପାଇଁ ମାତିବା ।
ମସଲା ତ ରେଡି,
ଆଉ ଚିନ୍ତା କଣ ?

ଲୋକ ଯଦି ପଚାରିବେ ଆୟ ?
ଆମେ କହିବା ଧାରା ୩୭୦ ।

ଲୋକ ଯଦି ପଚାରିବେ ନିଯୁକ୍ତି ?
ଆମେ କହିବା ଧାରା ୩୫ ।

ଲୋକ ଯଦି କହିବେ ଉନ୍ନାଓ ?
ଆମେ କହିବା ୩ ତାଲାକ୍ ।

ଲୋକ ଯଦି କହିବେ ସରକାରୀ ସଂସ୍ଥା ?
ଆମେ କହିବା ଲଦାଖ୍ ସ୍ୱର୍ଣ୍ଣ ଭୂଇଁ ।

ଏତେକ ଶୁଣିଲା ପରେ ଲୋକ କହିବେ
ଜୟ ସ୍ୱର୍ଣ୍ଣପୁର
ଜୟ ମଦ୍ର ଜନପଦ
ଜୟ ଉତ୍ତର କୁରୁ
ତମ ଖାଳେଇ ଆମ ଭୋଟ୍ ରେ ପୁରୁ ।

ମହାରାଷ୍ଟ୍ର ପରିକା ଏ ଦି ତିନିଟା ରାଜ୍ୟ ହାତରେ ରହିଗଲେ,

ରେଲୱେ, ବି ଏସ ଏନ୍ ଏଲ୍ , ଏୟାର ଇଣ୍ଡିଆ ବିକା, ବୁଲେଟ ଟ୍ରେନ୍, ରଫେଲ୍ କିଣା କାମ ଟା ତ ଫାଇନାଲ ହେଇ ଯାଇଚି,

ଅବଶିଷ୍ଟ ଚାରିବର୍ଷରେ ଧାମରା ପୋର୍ଟ ସାଇଜର
ଆଉ ଯାହା ଯାହା ଛୋଟ ମୋଟ ସଂସ୍ଥା ଥିବ ଆଦାନୀ ଆମ୍ୱାନୀକୁ ଦେଇଦେବା ।

କ୍ଷମତାରୁ ଗଲା ପରେ ତମେ ଆଦାନୀ ନବ ମୁଁ ଆମ୍ୱାନୀ,
ନହେଲେ ତମେ ଆମ୍ୱାନୀ ନବ ମୁଁ ଆଦାନୀରେ କାମ ଚଳେଇ ଦେବି।

ଜୟ ସ୍ୱର୍ଣ୍ଣ ଭୂମି ( ଲାଦାଖ୍ )
ଜୟ ମଦ୍ର ରାଜ୍ୟ ( ଜାମ୍ମୁ )
ଜୟ କୁରୁ ରାଜ୍ୟ ( କାଶ୍ମୀର )

ଜୟ ଦୁଃ ଶାସନ
ଜୟ ଦୁର୍ଯ୍ୟୋଧନ

ଲକ୍ଷ୍ମୀଧର ନାୟକ
My Facebook Post: 10th August 2019


Share it

Leave a comment

Your email address will not be published. Required fields are marked *

Verified by MonsterInsights