ଜହ୍ନ ଚାହୁଁନି ଲାଜେ….
– ଲକ୍ଷ୍ମୀଧର ନାୟକ
ମୋ ପ୍ରିୟା ଏତେ ସୁନ୍ଦରୀ
ତାକୁ ଲୁଚୁଛି ସରଗ ପରୀ
ଜହ୍ନ ଚାହୁଁନି ଲାଜେ
କେଶ ତା ସୁନା ବିଜୁଳି….।।
ତା’ର ତୀର ଚଂଚଳ ଆଖି
ତାକୁ ହରୀଣି ପାରୁନି ଦେଖି
ପୁନେଇଁ ରାତିର କଇଁ
ଚାହିଁ ପାରୁନାହିଁ ଯୌବନକୁ ତା’ର
ସରମରେ ଯାଏ ନଇଁ ……।।
ତାର କନକ କାମିନୀ ଦେହ
ତାର ଚମ୍ପା ଫୁଲପରି ମୁହଁ
ସେ କି ପରୀ ରାଣୀ ରାଜଜେମା
ସେ ତ ସୁନ୍ଦରୀ ଅନୁପମା
ଭଅଁରଟା ତାକୁ ଏତେ ଭଲପାଏ
ସୂରୁଜ ପାରୁନି ସହି ….।।
– ଲକ୍ଷ୍ମୀଧର ନାୟକ