ଜୀବନ ବେଦ – ୧୭ : ଅନାହାରୀ ସାଧୁ

Share it

26th July 2024

ପରମହଂସ ଶ୍ରୀ ନିଗମାନନ୍ଦ : ଭାଗ – ୧୭

ଦିନ ତମାମ ସେ ଲକ୍ଷ୍ୟ କଲେ ଯେ, ସନ୍ନ୍ୟାସୀ ଆଦୌ ଆହାର କରୁ ନାହାନ୍ତି; ମାତ୍ର ଦିନେ ରାତ୍ରିରେ ନଳିନୀକାନ୍ତଙ୍କର ହଠାତ୍ ନିଦ୍ରାଭଙ୍ଗ ହେବାରୁ ଅପର ପାର୍ଶ୍ଵସ୍ଥ ଗୃହ ମଧ୍ୟରେ ସନ୍ନ୍ୟାସୀ ଆହାର କରୁଥିବାର ସେ ଦେଖିପାରିଲେ । ଏଥିରେ ତାଙ୍କ ପ୍ରାଣରେ ଭୀଷଣ ଆଘାତ ଲାଗିଲା । କେଉଁ ସାଧୁ ପ୍ରଚୁର ପରିମାଣରେ ଖାଆନ୍ତି କିଏ ବା ଆଦୌ ଖାଆନ୍ତି ନାହିଁ, କିଏ ସାତ ଦିନ ଅନ୍ତରରେ ଭୋଜନ କରନ୍ତି, କିଏ ସାରାଦିନ ଖରାରେ ଠିଆ ହୋଇ ରହିପାରାନ୍ତି, କିଏ ବା ଖୁବ ଶୀତ ସହ୍ୟ କରିପାରନ୍ତି, କିଏ ଏକ ପାଦରେ ଠିଆ ହୋଇ ରହି ପାରନ୍ତି — ଏ ସବୁ ଓ ତାନ୍ତ୍ରିକ ମାନଙ୍କର ଭୀତପ୍ରଦ ବିଭତ୍ସ ଆଚରଣ ଦେଖି ଶେଷରେ ପ୍ରକୃତ ସାଧୁ ଜୀବନ ପ୍ରତି ମଧ୍ୟ ତାଙ୍କର ବିତୃଷ୍ଣା ଜାତ ହେଲା ।

ଅନାହାରୀ ସାଧୁ

ନଳିନୀକାନ୍ତ ନାନା ସ୍ଥାନ ଭ୍ରମଣ କରି ସାଧୁ ମାନଙ୍କ ସହିତ ମିଶି ଯେଉଁ ଅଭିଜ୍ଞତା ଅର୍ଜନ କଲେ, ସେଥିରେ ତାଙ୍କ ହୃଦୟ ନୈରାଶ୍ୟରେ ପୂର୍ଣ୍ଣ ହେଲା । ଥରେ ସେ ଆଉ ଜଣେ ସନ୍ନ୍ୟାସୀଙ୍କୁ ଭେଟିଲେ । ଉକ୍ତ ସନ୍ନ୍ୟାସୀଙ୍କର ବିଶେଷତ୍ଵ ହେଲା ଯେ, ସେ କିଛି ଆହାର ନ କରି ଜୀବନ ଧାରଣ କରିପାରନ୍ତି।

ଏକଥା ଶୁଣି ଓ ତାଙ୍କର ବାହ୍ୟିକ ଆଚରଣ ଦେଖି ନଳିନୀକାନ୍ତ ତାଙ୍କ ପ୍ରତି ଆକୃଷ୍ଟ ହୋଇପଡିଲେ । ତାଙ୍କ ନିକଟରେ ରହି ଭୃତ୍ୟ ପରି ସେବା କରିବାକୁ ଲାଗିଲେ । ଦିନ ତମାମ ସେ ଲକ୍ଷ୍ୟ କଲେ ଯେ, ସନ୍ନ୍ୟାସୀ ଆଦୌ ଆହାର କରୁ ନାହାନ୍ତି; ମାତ୍ର ଦିନେ ରାତ୍ରିରେ ନଳିନୀକାନ୍ତଙ୍କର ହଠାତ୍ ନିଦ୍ରାଭଙ୍ଗ ହେବାରୁ ଅପର ପାର୍ଶ୍ଵସ୍ଥ ଗୃହ ମଧ୍ୟରେ ସନ୍ନ୍ୟାସୀ ଆହାର କରୁଥିବାର ସେ ଦେଖିପାରିଲେ । ଏଥିରେ ତାଙ୍କ ପ୍ରାଣରେ ଭୀଷଣ ଆଘାତ ଲାଗିଲା । କେଉଁ ସାଧୁ ପ୍ରଚୁର ପରିମାଣରେ ଖାଆନ୍ତି କିଏ ବା ଆଦୌ ଖାଆନ୍ତି ନାହିଁ, କିଏ ସାତ ଦିନ ଅନ୍ତରରେ ଭୋଜନ କରନ୍ତି, କିଏ ସାରାଦିନ ଖରାରେ ଠିଆ ହୋଇ ରହିପାରାନ୍ତି, କିଏ ବା ଖୁବ ଶୀତ ସହ୍ୟ କରିପାରନ୍ତି, କିଏ ଏକ ପାଦରେ ଠିଆ ହୋଇ ରହି ପାରନ୍ତି — ଏ ସବୁ ଓ ତାନ୍ତ୍ରିକ ମାନଙ୍କର ଭୀତପ୍ରଦ ବିଭତ୍ସ ଆଚରଣ ଦେଖି ଶେଷରେ ପ୍ରକୃତ ସାଧୁ ଜୀବନ ପ୍ରତି ମଧ୍ୟ ତାଙ୍କର ବିତୃଷ୍ଣା ଜାତ ହେଲା ।

ସେ ଭାବିଲେ,” ମୋ କର୍ମରେ କଣ ଏହିପରି ବିଡମ୍ବନା ଥିଲା ?” ଏ ଘଟଣା ପରେ ନଳିନୀକାନ୍ତ ଲୁଗାପଟା ଧରି ସେଠାରୁ ବାହାରିଲେ ।

ସନ୍ନ୍ୟାସୀ କହିଲେ,”କିହେ ସାଧୁ ହେବା କଣ ଏତିକିରେ ଶେଷ ହେଲା?” ଏ କଥା ଶୁଣି ନଳିନୀକାନ୍ତ ବିଶେଷ କ୍ରୋଧାନ୍ୱିତ ହୋଇ କହିଲେ, “ତୁମ ପରି ଭଣ୍ଡ ସାଧୁ ପାଖରେ ରହିଲେ ଲାଭ କଣ ?”

ଚେଲାମାନେ ତାଙ୍କ କଥା ଶୁଣି ଉତ୍ତେଜିତ ହେବାରୁ ନଳିନୀକାନ୍ତ ପୂର୍ବ ରାତିରେ ସାଧୁଙ୍କର ଖାଇବା କଥା ସମସ୍ତ ପ୍ରକାଶ କରିଦେଲେ । ଏଥିରେ ଚେଲାମାନେ ବିଶେଷ ଲଜ୍ଜିତ ହୋଇ ନୀରବ ରହିଲେ ।

ଏହିପରି ନାନା କ୍ଷେତ୍ରରେ ବିଡ଼ମ୍ବିତ ହୋଇ ହରିଦ୍ଵାର, କନଖଲ, ହୃଷୀକେଶ ପ୍ରଭୃତି ନାନା ତୀର୍ଥ ଭ୍ରମଣ କରି ଗୁରୁଙ୍କର ଅନୁସନ୍ଧାନ ଉଦ୍ଦେଶ୍ୟରେ ସେ ଅନେକ ସାଧୁଙ୍କ ସଂସର୍ଗରେ ଆସିଥିଲେ । କେଉଁ ସାଧୁ ପ୍ରଚୁର ପରିମାଣରେ ଖାଆନ୍ତି କିଏ ବା ଆଦୌ ଖାଆନ୍ତି ନାହିଁ, କିଏ ସାତ ଦିନ ଅନ୍ତରରେ ଭୋଜନ କରନ୍ତି, କିଏ ସାରାଦିନ ଖରାରେ ଠିଆ ହୋଇ ରହିପାରାନ୍ତି, କିଏ ବା ଖୁବ ଶୀତ ସହ୍ୟ କରିପାରନ୍ତି, କିଏ ଏକ ପାଦରେ ଠିଆ ହୋଇ ରହି ପାରନ୍ତି — ଏ ସବୁ ଓ ତାନ୍ତ୍ରିକ ମାନଙ୍କର ଭୀତପ୍ରଦ ବିଭତ୍ସ ଆଚରଣ ଦେଖି ଶେଷରେ ପ୍ରକୃତ ସାଧୁ ଜୀବନ ପ୍ରତି ମଧ୍ୟ ତାଙ୍କର ବିତୃଷ୍ଣା ଜାତ ହେଲା ।

ଜ୍ୟୋତିର୍ମୟ ଜଗତ

କିଛି ଦିନ ଏହିପରି ଭାବରେ ଅତିବାହିତ ହେବା ପରେ ଦିନେ ହଠାତ୍ ନଳିନୀକାନ୍ତଙ୍କୁ ସାରା ଜଗତ ଟା ଜ୍ୟୋତିର୍ମୟ ଦେଖାଗଲା । ଯେଉଁ ଆଡ଼କୁ ଚାହିଁଲେ ସିଆଡେ ସୁନା ରଙ୍ଗ ପରି ଦିଶିଲା । ରାତ୍ରରେ ଶୋଇଗଲେ ମଧ୍ୟ ସବୁଆଡ ଦିନ ପରି ସୁନା ରଙ୍ଗ ଦେଖାଗଲା । ଆଖି ବୁଜିଲେ ଜଗତ ଯେପରି ଦେଖାଗଲା, ମେଲା କଲେ ମଧ୍ୟ ସେହିପରି ଦେଖାଗଲା । ତେଣୁ ଦିନ ରାତି ଯେ କେତେବେଳେ ହୁଏ ସେ ତାହା କିଛି ବୁଝିପାରିଲେ ନାହିଁ । ତାଙ୍କୁ ଜଗତଟା ଏକ ପ୍ରକାର ସୁନ୍ଦର ବୋଧ ହେଲା ।

ଏହି ପରି ଅବସ୍ଥାରେ ସେ ପୁଣି କାଶୀ ଯାତ୍ରା କଲେ । କାଶୀରେ ଉପସ୍ଥିତ ହୋଇ ସେ ଦେଖିଲେ ଯେ, ସମସ୍ତ ସ୍ଵର୍ଣ୍ଣମୟ। ସୁନାର କାଶୀ ବାସ୍ତବିକ ସ୍ୱର୍ଣ୍ଣବର୍ଣ୍ଣ। ଏହିପରି କିଛି ଦିନ ଗଲାପରେ ଏ ଅବସ୍ଥାଟି ତାଙ୍କୁ ବଡ଼ ଖରାପ ଲାଗିଲା । ଯେତେ ଚେଷ୍ଟା କଲେ ମଧ୍ୟ ତାଙ୍କର ଏ ଅଵସ୍ଥା ଗଲା ନାହିଁ।

ଦିନେ ମଣିକର୍ଣ୍ଣିକା ଘାଟରେ ଜଣେ ସାଧୁଙ୍କ ପାଦ ଛୁଇଁ ପ୍ରଣାମ କରିବା ସଙ୍ଗେ ସଙ୍ଗେ ତାଙ୍କର ଏ ଅବସ୍ଥା ହଠାତ୍ ଦୂର ହୋଇଗଲା । ଏହାକୁ ସାଧୁଙ୍କର ମାହାତ୍ମ୍ୟ ବୋଲି ବୁଝିପାରି ନଳିନୀକାନ୍ତ ସେ ସାଧୁଙ୍କୁ ଏହି ଅବସ୍ଥାର କାରଣ ପଚାରିଲେ ; ମାତ୍ର ସାଧୁ କୌଣସି ଉତ୍ତର ଦେଇ ନପାରିବାରୁ ତାଙ୍କର ମନ ବିଶେଷ ଖରାପ ହୋଇଗଲା। ସେ ପରବର୍ତ୍ତୀ କାଳରେ ଜାଣିଲେ ଯେ, ନିଜ ଗୁରୁ ବ୍ୟତୀତ ଅନ୍ୟ ସନ୍ନ୍ୟାସୀମାନଙ୍କୁ ଦୂରରୁ ପ୍ରଣାମ କରିବା ଉଚିତ୍ । ପାଦ ଛୁଇଁ ପ୍ରଣାମ କଲେ ଭଲ ବା ମନ୍ଦ ହୋଇପାରେ ।

ତତ୍ପରେ ସେ ନାନା ସ୍ଥାନରେ ଗୁରୁ ଅନ୍ୱେଷଣ କରିବାକୁ ଲାଗିଲେ । ମଝିରେ ମଝିରେ ଦୁଇ ତିନି ଦିନ ପର୍ଯ୍ୟନ୍ତ କିଛି ଖାଇବାକୁ ମିଳେ ନାହିଁ। କେତେଥର କ୍ଷୁଧା ସମ୍ଭାଳି ନପାରି ସେ କାଦୁଅ ଖାଇ ପାଣି ପିଇ ରହନ୍ତି। ସେତେବଳେ ତାଙ୍କର ଦେହ ପ୍ରତି ଆଦୌ ନଜର ନଥିଲା । ମୁଣ୍ଡରେ ବାଳ ସବୁ ଜଟା ବାନ୍ଧି ଯାଇଥିଲା । ଧୂଳି ମାଟି ଲାଗି ମୁଣ୍ଡର ବାଳ ଏପରି ହୋଇଥିଲା ଯେ, ଲୋକେ ଦେଖିଲେ ପାଗଳ ବୋଲି ମନେ କରୁଥିଲେ ।

ଜ୍ଞାନୀ ଗୁରୁ ପ୍ରାପ୍ତି

ନଳିନୀକାନ୍ତ କାଶୀରୁ ଫେରି ଆସି ନାନା ସ୍ଥାନରେ ପରିଭ୍ରମଣ କରି ଶେଷରେ ଆଜମୀରରେ ଅବସ୍ଥାନ କରିବାକୁ ଲାଗିଲେ । ସେଠାରେ ଥିବା ପ୍ରବାସୀ ବଙ୍ଗାଳୀମାନେ ତାଙ୍କୁ ଦେଖି ବଡ଼ ଆନନ୍ଦ ଅନୁଭବ କଲେ। ନଳିନୀକାନ୍ତ ମଧ୍ଯ ସେମାନଙ୍କ ସହିତ ବନ୍ଧୁତା ସ୍ଥାପନ କଲେ। ଦିନେ ସେ ଶୁଣିଲେ ଯେ, ନିକଟରେ ଜଣେ ସାଧୁ ଧର୍ମ ବିଷୟରେ ବକ୍ତୃତା ଦେବେ । ସେ ବନ୍ଧୁ ମାନଙ୍କୁ ସେଠାକୁ ଯାଇ ବକ୍ତୃତା ଶୁଣିବାକୁ ଅନୁରୋଧ କଲେ। ପ୍ରବାସୀ ବଙ୍ଗାଳୀମାନେ ସେଠାରେ ସରକାରୀ ଉଚ୍ଚ ପଦରେ ଆସୀନ ହୋଇ ପ୍ରଭୁତ୍ଵ କରୁଥାନ୍ତି। ସୁତରାଂ ହିନ୍ଦୁସ୍ଥାନୀ ସାଧୁଙ୍କ ବକ୍ତୃତା ଶୁଣିବାକୁ ସେମାନେ ରାଜି ହେଲେ ନାହିଁ ; ଏପରିକି ନଳିନୀକାନ୍ତଙ୍କୁ ସେଠାକୁ ଯିବାକୁ ମଧ୍ଯ ନିଷେଧ କଲେ ।

ନଳିନୀକାନ୍ତ କିନ୍ତୁ କୌଣସି କଥା ନ ଶୁଣି ସେଠାରେ ଯାଇ ଉପସ୍ଥିତ ହେଲେ। ଦୂରରୁ ଦେଖିଲେ, ଜଣେ ଜଟାଜୁଟ ବିମଣ୍ଡିତ ସାଧୁ ବକ୍ତୃତା ଦେଉଛନ୍ତି । ଆଉ ଟିକିଏ ଅଗ୍ରସର ହୋଇ ନଳିନୀକାନ୍ତ ଚମକି ପଡ଼ିଲେ। ସେ ଦେଖିଲେ ଯେ, ଯେଉଁ ସନ୍ନ୍ୟାସୀ ତାଙ୍କୁ ସ୍ଵପ୍ନରେ ବିଲ୍ୱପତ୍ରରେ ଏକାକ୍ଷରୀ ମନ୍ତ୍ର ପ୍ରଦାନ କରି ଅଦୃଶ୍ୟ ହୋଇଥିଲେ, ସେହି ସାଧୁ ସେଠାରେ ବକ୍ତୃତା ଦେଉଛନ୍ତି ଓ ହଜାର ହଜାର ଲୋକ ତାଙ୍କ କଥା ଶୁଣୁଛନ୍ତି ।

ନଳିନୀକାନ୍ତ ‘ଚିହ୍ନିଲି’ , ‘ଗୁରୁ ପାଇଲି’ , ବୋଲି ଚିତ୍କାର କରି ସହସ୍ର ଲୋକଙ୍କ ଭିତରେ ଧାଇଁ ଯାଇ ସାଧୁଙ୍କ ଚରଣତଳେ ମୂର୍ଚ୍ଛିତ ହୋଇ ପଡ଼ିଗଲେ। ବକ୍ତୃତା ବନ୍ଦ ହୋଇଗଲା । ନଳିନୀକାନ୍ତ ବାହ୍ୟ ଜ୍ଞାନ ଫେରିଆସିବା ପରେ ଦେଖିଲେ ଯେ ତାଙ୍କ ସମ୍ମୁଖରେ ଦୁଇଟି ଚେଲା ଓ ଉକ୍ତ ସାଧୁ ଦଣ୍ତାୟମାନ।

ସାଧୁ କହିଲେ ,”କଣ ମାଗୁଛୁ ?” ନଳିନୀକାନ୍ତ ଜବାବ ଦେଲେ, “ଆପଣଙ୍କ ସାଙ୍ଗରେ ଯାଇ ସାଧୁ ଜୀବନ ଯାପନ କରିବି ।”

ସାଧୁ ରୁକ୍ଷ ସ୍ଵରରେ କହିିଲେ,”ନା, ବଙ୍ଗାଳୀ ଭୋଗୀ ଜାତି, ସାଧୁ ହୋଇ ପାରିବେ ନାହିଁ ।”

ସେତେବଳେ ନଳିନୀକାନ୍ତ କୁମିରା ଗୃହ ଭିତରେ ସାଧୁଙ୍କର ଦର୍ଶନ ଲାଭ ଓ ତାଙ୍କ ଠାରୁ ମନ୍ତ୍ରପ୍ରାପ୍ତି ବିଷୟକ ସମସ୍ତ ଘଟଣା ଯଥାଯଥ ବର୍ଣ୍ଣନା କରି କୃପାଭିକ୍ଷା କଲେ ।

“ସବ୍ ଝୁଟା ବାତ୍ ହୈ, ଭାଗୋ। ଶାଲା ମଛଲିଖୋର୍”– କହି ସାଧୁ ଦୀର୍ଘ ପଦକ୍ଷେପରେ ସେଠାରୁ ପ୍ରତ୍ୟାବର୍ତ୍ତନ କଲେ । ଚେଲା ଦୁହେଁ ଲୋଟା କମ୍ବଳ ଧରି ତାଙ୍କ ପଛେ ପଛେ ଚାଲିଲେ । ନଳିନୀକାନ୍ତ ସାଧୁଙ୍କ ନିଷେଧ ସତ୍ତ୍ୱେ ସେମାନଙ୍କୁ ଅନୁସରଣ କଲେ। ( କ୍ରମଶଃ )

ପରମହଂସ ଶ୍ରୀ ଶ୍ରୀ ଠାକୁର ନିଗମାନନ୍ଦ
ଲେଖକ – ୰ ବନମାଳୀ ଦାସ ଓ ଦୁର୍ଗାଚରଣ ମହାନ୍ତି


Share it

Leave a comment

Your email address will not be published. Required fields are marked *

Verified by MonsterInsights