ଜନ୍ମାଷ୍ଟମୀ ଦିନ ସବୁ ଗ୍ରାମ ଦେବତୀ ସବୁ ଦେବୀମାନଙ୍କର ଜନ୍ମ ଉତ୍ସବ ପାଳନ କରାଯିବା କଥା ।

Share it

Mo Lekha
My Facebook Post: 24th August 2019

ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଦିନ ସବୁ ଗ୍ରାମ ଦେବତୀ ସବୁ ଦେବୀମାନଙ୍କର ଜନ୍ମ ଉତ୍ସବ ପାଳନ କରାଯିବା କଥା । କାରଣ ସେମାନେ ସମସ୍ତେ ମା ଦୁର୍ଗାଙ୍କ ଭିନ୍ନ ରୂପ ଭିନ୍ନ ନାମ ମାତ୍ର । ମା ଦୁର୍ଗା ମଧ୍ୟ ଏକା ତିଥିରେ ଯଶୋଦାଙ୍କ ଗର୍ଭରୁ ଜନ୍ମ ହୋଇ ଥିଲେ ।

ଶ୍ରୀମଦ୍ ଭାଗବତ [ଦଶମ ସ୍କନ୍ଧ – ଗୋପଲୀଳା]
ଅତିବଡ଼ୀ ଜଗନ୍ନାଥ ଦାସ
ତୃତୀୟ ଅଧ୍ୟାୟର କିଛି ଉଦ୍ଧୃତ ଅଂଶ

ଦୁର୍ଗାଙ୍କୁ ନିକଟେ ବସାଇ
ବୋଲନ୍ତି ପ୍ରଭୁ ଭାବଗ୍ରାହୀ ।।

ଅମ୍ବିକା ଶୁଣ ମୋ’ ଉତ୍ତର
ବହନ ଯାଅ ମଞ୍ଚପୁର ।।

ମଥୁରା-କଂସ-ବନ୍ଦୀ-ଘରେ
ମିଳିବୁ ପ୍ରଥମ ପ୍ରହରେ ।।

ବନ୍ଦୀ କରିଛି କଂସରାୟେ
ଏକ ଶାଙ୍କୋଳି ବେନିପାୟେ ।।

ବସୁଦେବଙ୍କୁ ଯେତେବେଳେ
ଧରି ଆଣିଲା କଂସ ବଳେ ।।

ତାହାର ପତ୍ନୀ ନନ୍ଦ ଘରେ
ଯାଇ ଲୁଚିଲା କଂସ ଡ଼ରେ ।।

ରୋହିଣୀ ନାମ ବିଦ୍ୟମାନ
ତାହାର ଗର୍ଭ ଅଛି ଶୂନ୍ୟ ।।

ଦେବକୀ ଦେବୀ ନିଦ୍ରାକାଳେ
ଗର୍ଭ ହରିବୁ ଯୋଗବଳେ ।।

ମିଳିବୁ ନନ୍ଦ ଘରେ ଯାଇ
ରୋହିଣୀ-ଗର୍ଭେ ତାହା ଥୋଇ ।।

ଜନ୍ମିବୁ ଯଶୋଦା ଉଦରେ
ମୁଁ ପୁଣି ଯିବି ମଞ୍ଚପୁରେ ।।

ଦେବକୀ ଗର୍ଭେ ହେବି ଜାତ
ମୋତେ ଘେନିଣ ଯିବେ ତାତ ।।

ତୋତେ ଆଣିବେ ମୋତେ ଥୋଇ
ଏ କଥା ନ ଜାଣିବେ କେହି ।।

ମଞ୍ଚେ ହୋଇବୁ ତୁ ଯେ ଜାତ
ଜଗତେ ହୋଇବୁ ବିଖ୍ୟାତ ।।

ଲୋକେ କରିବେ ତୋତେ ପୂଜା
ଅନେକ ଦେବେ ବଳିଭୋଜା ।।
(ବଳିଭୋଜା ଅର୍ଥ ଧୂପ ଦୀପ ନୈବେଦ୍ୟର ସମ୍ଭାର, ପଶୁବଳି ନୁହେଁ)

ଭକତେ ହୋଇବୁ ପ୍ରସନ୍ନ
ଅନେକ ହେବ ତୋର ନାମ ।।

ଜୟା ବିଜୟା ଭଦ୍ରକାଳୀ
ମଙ୍ଗଳା ଚଣ୍ତିକା କଙ୍କାଳୀ ॥

କନ୍ୟକା କୃଷ୍ଣା ଯେ ମାଧବୀ
ଈଶାନୀ ଶାରଦା ବୈଷ୍ଣବୀ ॥

ଦୁର୍ଗା ଅମ୍ବିକା ନାରାୟଣୀ
ଏକୁ ଅନେକ ନାମ ଭଣି ॥

ଗ୍ରାମ ଗ୍ରାମକେ କରି ସ୍ଥାନ
ପୂଜନ୍ତେ ହୋଇବୁ ପ୍ରସନ୍ନ ॥

ଅନେକ ନାମ ତୋ’ ଜଗତେ
ଅନ୍ତ ମୁଁ କରିବଇଁ କେତେ ॥

ପୂଜା କରିବେ ସର୍ବସ୍ଥାନେ
ରାଜା ପରଜା ଭକ୍ତମାନେ ॥

ସ୍ତୁତି ପଠନ ମନ୍ତ୍ର ଧ୍ୟାନ
ଷୋଡ଼ଶ ଉପଚାର ମାନ ॥

ଶୁଣି ଆନନ୍ଦମନା ହୋଇ
ମଞ୍ଚେ ଚଳିଲେ ମହାମାୟୀ ॥

ଯାହା ସେ ଦଇବ ନିର୍ମିତ
ଦୁର୍ଗା ହୋଇଲେ ଗର୍ଭଗତ ॥

ମିଳିଲେ ନନ୍ଦଘରେ ଯାଇ
କୃଷ୍ଣ ଜନ୍ମିବା ବାଟ ଚାହିଁ ॥

Laxmidhar Nayak
My Facebook Post : 24th August 2019


Share it

Leave a comment

Your email address will not be published. Required fields are marked *

Verified by MonsterInsights