ଜଣା ପଡିଲା ନାହିଁ

Share it

ଜଣା ପଡିଲା ନାହିଁ

କିପରି କଟିଲା ୨୧ ରୁ ୬୦
ପର୍ଯ୍ୟନ୍ତ ଇଏ ଯାତ୍ରା
କିଛି ଜଣା ପଡିଲା ନାହିଁ।
କ’ଣ ପାଇଲି, କ’ଣ ହଜେଇଲି
କ’ଣ ହରେଇଲି
କିଛି ଜଣା ପଡିଲା ନାହିଁ।

ପିଲାଦିନ ବିତି ଗଲା
ଯୌବନ ବି ଚାଲିଗଲା
କେବେ ବୁଢା ହେଲି
କିଛି ଜଣା ପଡିଲା ନାହିଁ।

କାଲି ପୁଅ ଥିଲି
କେବେ ଶଶୁର ହୋଇ ଗଲି
କିଛି ଜଣା ପଡିଲା ନାହିଁ।

ପ୍ରଥମେ ମାବାପା ଙ୍କ
ଆଦେଶ ଚାଲୁଥିଲା
ପରେ ସ୍ତ୍ରୀ ର ଆଦେଶ
ତା’ପରେ ପିଲାମାନଙ୍କର….
ନିଜର କେବେ ଚାଲିଲା
କିଛି ଜଣା ପଡିଲା ନାହିଁ।

ସ୍ତ୍ରୀ କୁହେ ଏବେ ତ ବୁଝି ଯାଅ
କ’ଣ ବୁଝିବି
କ’ଣ ନ ବୁଝିବି
ଜାଣେନା କାହିଁକି
କିଛି ଜଣା ପଡିଲା ନାହିଁ।

ଝଡ଼ିଗଲା ବାଳ
ଗାଲ ଓଳି ପଡିଲା
ଚଷମା ଲାଗିଗଲା
ଇଏ ଚେହେରା
କେବେ ବଦଳି ଗଲା
କିଛି ଜଣା ପଡିଲା ନାହିଁ।

ସମୟ ବଦଳିଲା
ମୁଁ ବଦଳିଲି
ବଦଳି ଗଲେ ସାଙ୍ଗସାଥି ବି
କେତେ ସାଙ୍ଗ ହଜିଗଲେ
କେତେ ସାଙ୍ଗ ରହି ଗଲେ
କିଛି ଜଣା ପଡିଲା ନାହିଁ।

କାଲି ପର୍ଯ୍ୟନ୍ତ କେତେ ମଜା
କରୁଥିଲି ସାଙ୍ଗଙ୍କ ସହିତ
କେବେ ସିନିୟର ସିଟିଜେନ୍ ହୋଇ ଗଲି
କିଛି ଜଣା ପଡିଲା ନାହିଁ।

ବୋହୁ, ଜ୍ୱାଇଁ, ନାତି, ନାତୁଣୀ
କେତେ ଖୁସି ଆସିଲା
କେବେ ଏ ଜୀବନ
ଦୁଃଖ ଓ ଉଦାସୀରେ
ଛାଇଗଲା
କିଛି ଜଣା ପଡିଲା ନାହିଁ।


ସଞ୍ଜୟ ନାୟକ
ଯାଜପୁର


Share it

Join the Conversation

2 Comments

  1. 😭😭😭😭😭😭😭😭😭😭😭😭😭😭😭😭😭80% dukha, 20%sukha

  2. Prabhu 🙏kichhi Jana padila nahin, hele sikh-sampti sanchy Kariba Jana padichi na nahin. Dhan boli jahaku sanchila, taha ebe mulyhin. Tenu, bela achhi ebe Dhanmani Nilamani ku kar nija Jivan, tebe heb tum Kalyan. Bhav re bhanile Baba Msudan🙏

Leave a comment

Your email address will not be published. Required fields are marked *

Verified by MonsterInsights