ଜଙ୍ଗଲ ନିଆଁକୁ ସାବଧାନ …

Trucks loaded with Sal leaf plates , Odisha, 2002
Share it

ଆମେ ଜାଣନ୍ତି କି ଓଡିଶା ଜଂଗଲର ମାତ୍ର ଦୁଇଟି ପତ୍ର, ଶାଳ ପତ୍ର ଓ କେନ୍ଦୁ ପତ୍ର, ଓଡିଶା ଅର୍ଥନୀତିକୁ ବାର୍ଷିକ 5 ହଜାର କୋଟି ଟଙ୍କା ପ୍ରଦାନ କରେ ?

ଓଡିଶା ଜଙ୍ଗଲ ଓ ଭାରତୀୟ ଜଙ୍ଗଲରେ ନିଆଁ ଲାଗେ, ପ୍ରତି ବର୍ଷ ଲାଗେ,ଏହାର ଭୟଙ୍କର ରୂପ ଆମକୁ ଜଣାପଡେନି, କାରଣ ଜଙ୍ଗଲ ନିଆଁ ତିନି ପ୍ରକାରର ।

1. Crown Fire
2. Surface Fire
3. Ground Fire

ଆମାଜନ, ଅଷ୍ଟ୍ରେଲିଆ ଆଦି ଦେଶର ଜଂଗଲ Rain Forest ହୋଇ ଥିବାରୁ ସେଠାରେ କ୍ରାଉନ୍ ଫାୟାର ବା ଅଗି ନିଆଁ ଦେଖାଯାଏ,
ପବନ ବାଜିଲେ ଏହା ଚାହୁଁ ଚାହୁଁ ଭୟଙ୍କର ରୂପ ଧାରଣ କରି ସହର ବଜାର ଜନବସତିକୁ ମଧ୍ୟ ବ୍ୟାପିଯାଏ ।

ଭାରତର ହିମାଳୟ ଆଦି ଅଂଚଳର ଜଂଗଲରେ ଗ୍ରାଉଣ୍ଡ ଫାୟାର ବା ଚୋରା ନିଆଁ ଦେଖାଯାଏ, କୁହୁଳି କୁହୁଳି ବ୍ୟାପୁଥିବା ନିଆଁ ।

ଓଡିଶାରେ ପ୍ରାୟତଃ ସର୍ଫେସ ଫାୟାର ଦେଖାଯାଏ, ଭୁଇଁରେ ପଡିଥିବା ପତ୍ର ଜଳି ଜଳି ଯାଏ । ଆମ ଜଂଗଲଗୁଡା ପ୍ରାୟତ deciduouce forest ବା ପତ୍ର ଝଡା ଜଂଗଲ ହୋଇଥିବା କାରଣରୁ ଏପରି ହୁଏ।

ଏହା ହଜାର ହଜାର କୋଟି ଟଙ୍କାର ଜଙ୍ଗଲ ଜାତ ଦ୍ରବ୍ୟ, ଔଷଧୀୟ ଗୁଳ୍ମ ଲତା ଧ୍ୱଂସ କରେ । ହେଲେ ଏହା ମଣିଷର ଘର ଦ୍ୱାର ପୋଡୁ ନଥିବାରୁ, ଏବଂ ଆମ ଜଙ୍ଗଲ ବିଭାଗ ଏହାର କ୍ଷୟ କ୍ଷତି ଆକଳନ କରି ଲୋକଙ୍କୁ ଜଣାଉ ନଥିବାରୁ, ଓଡିଶା ଲୋକେ ବେଧଡକ ଥାଆନ୍ତି।

ଜଙ୍ଗଲ ବିଭାଗର ଏହି ଗୋଟିଏ ଉଦାସୀନତା କାରଣରୁ, ଅର୍ଥନୀତି ଓ ପରିବେଶ ଉପରେ ଏହାର ପ୍ରଭାବ ସମ୍ପର୍କରେ ଆମେ ଅନଭିଜ୍ଞ ଥାଆନ୍ତି,
ଆଜି ବି ଅନଭିଜ୍ଞ ଅଛନ୍ତି ।

ଆମେ ଜାଣନ୍ତି କି ଓଡିଶା ଜଂଗଲର ମାତ୍ର ଦୁଇଟି ପତ୍ର, ଶାଳ ପତ୍ର ଓ କେନ୍ଦୁ ପତ୍ର, ଓଡିଶା ଅର୍ଥନୀତିକୁ ବାର୍ଷିକ 5 ହଜାର କୋଟି ଟଙ୍କା ପ୍ରଦାନ କରେ ?

ଇଏ ତ ଓଡିଶା ଜଂଗଲର ମାତ୍ର ଦୁଇଟି ପତ୍ରର ଅର୍ଥନୀତି । ଏହା ବାଦ୍ ଶାଳ ମଂଜି, ମହୁଲ ଫୁଲ, ଟୋଲ, ମହୁ, କାଠ, ବାଉଁଶ, ଘାସ କଣ କଣ ଲେଖିବା ? କେତେ ଲେଖିବା ?? ଜଙ୍ଗଲ ପାଠ ପଢି ଜଙ୍ଗଲ ହାକିମ ହେଇଥିବା ବାବୁମାନେ ସିନା ଲେଖନ୍ତେ ।

ଏମାନେ କେବେ ଥରେ ଗରିବ ଲେକେ ଜଂଗଲରୁ ଶାଳପତ୍ର ତୋଳିବାକୁ ବ୍ୟାନ କରିବାକୁ ଯାଉଥିଲେ, ବୋଧେ 2002 ରେ ।

ସେତେବେଳେ ମୁଁ ଏମାନଙ୍କୁ ପଚାରିଥିଲି, ଓଡିଶା ଅର୍ଥନୀତି ଉପରେ ଶାଳ ପତ୍ରର ପ୍ରଭାବ କଣ ? ଏମାନଙ୍କର ଧାରଣା ଥିଲା,
କିଛି ପ୍ରଭାବ ନାହିଁ, ବରଂ ଗରିବ ଲୋକଗୁଡା ଶାଳପତ୍ର ତୋଳି ଆଣିବାରୁ ଶାଳ ଜଙ୍ଗଲ ନଷ୍ଟହେଇ ଯାଉଛି । ଏମାନେ ତ ସେତେବେଳେ କହୁଥିଲେ ଶାଳ ପତର ଶାଳ ଦାନ୍ତ କାଠି ବିକି ଓଡିଶା ଲୋକେ ସମୁଦାୟ ପାଞ୍ଚ ଲକ୍ଷ ଖଣ୍ଡେ ରୋଜଗାର କରୁଥିଲେ କରୁଥିବେ।

Me ( Laxmidhar Nayak) collecting information from a remote village of Mayurbhanj on Sal leaf economy of Odisha, in the year 2002
ଓଡିଶାର ଶାଳପତ୍ର ଅର୍ଥନୀତି ଉପରେ ସୂଚନା ସଂଗ୍ରହ , 2002 : ଲକ୍ଷ୍ମୀଧର ନାୟକ

ମୁଁ ସେତେବେଳେ ପନ୍ଦର ଦିନ ପରିଶ୍ରମ କରି ଜଙ୍ଗଲ ପାହାଡ ଗାଁ ଗଣ୍ଡା ବେପାରୀ ଟ୍ରକ ମାଲିକ ହୋଟେଲ ଇଲେକ୍ଟ୍ରୀ ବିଭାଗ ସରକାର ଏଫ୍ ଏସ୍ ଆଇ ଡାଟା ଇତ୍ୟାଦି ଏକାଠି କରି ପ୍ରମାଣ ସହ ଯେତେବେଳେ ଲେଖିଲି କେବଳ ଶାଳ ପତ୍ର କାରବାର ମାଧ୍ୟମରେ ବର୍ଷକୁ 1032 କୋଟି ଟଙ୍କା ଓଡିଶା ରାଜ୍ୟକୁ ପଶେ,

Trucks loaded with Sal leaf plates , Odisha, 2002
ଓଡିଶାର ମୟୁରଭଞ୍ଜ ଜିଲ୍ଲାରୁ ଅନ୍ଯ ରାଜ୍ଯକୁ ଟ୍ରକ ବୋଝେଇ ହୋଇ ଯାଉଥିବା ଶାଳପତ୍ର ନିର୍ମିତ ପ୍ଲେଟ୍ ଓ କପ୍ । ( 2002 ) ଫଟୋ : ଲକ୍ଷ୍ମୀଧର ନାୟକ

ଓ ଫରେଷ୍ଟ ସର୍ଭେ ଅଫ୍ ଇଣ୍ଡିଆର ଡାଟା କହୁଛି ଯେଉଁ ଅଞ୍ଚଳର ଲୋକଙ୍କୁ ଶାଳପତ୍ର ତୋଳିବା ଉପରେ ପ୍ରତିବନ୍ଧକ ନାହିଁ, ସେହି ଅଞ୍ଚଳର ଜଙ୍ଗଲ ବୃଦ୍ଧି ହେଇଛି, କାରଣ ସେମାନେ କାଠ କାଟନ୍ତି ନାହିଁ, ପତ୍ର ଖଲି ଦନା ବିକି ଚାଉଳ ପାଆନ୍ତି, ଟୁକୁଡା ପତ୍ରକୁ ଜାଳି ଭାତ ରାନ୍ଧନ୍ତି,ତା ପରେ ବାବୁମାନଂକର ଜ୍ଞାନ ଯାଇ ଠିକଣା ଘର ଧରିଥିଲା,ଏବଂ ତଦନୁଯାୟୀ ଓଡିଶା ସରକାର ଶାଳପତ୍ର ନୀତିଟିଏ ପ୍ରଣୀତ କରିଥିଲେ, ସେହି ନୀତିରେ ଆଜିଯାଏ ଚାଲିଛନ୍ତି ବୋଧେ।

ଶାଳପତ୍ର ଥାଳି, ଗିନା ତିଆରି କଲାବେଳେ ସେଥିରୁ ବାହାରୁଥିବା ଟୁକୁଡା ପତ୍ରକୁ ଜାଳେଣୀ ପାଇଁ ସଂଗ୍ରହ କରାଯାଇଛି । ଠାକୁରମୁଣ୍ଡା, କେନ୍ଦୁଝର, ଓଡିଶା, 2002, ଫଟୋ : ଲକ୍ଷ୍ମୀଧର ନାୟକ

ସରକାର ତ ସରକାର, ଆମ ସମ୍ୱାଦିକମାନେ ମଧ୍ୟ ଏପରି କଥା ଆଡେ ନଜର ଦିଅନ୍ତି ନାହିଁ। ଏମାନଙ୍କ ପାଇଁ ଖବର ବୋଇଲେ –
ହିନ୍ଦୁ ପଠାଣ
ବିଜେପି କଂଗ୍ରେସ
ନହେଲେ କିଏ ମନ୍ତ୍ରୀ ହେବ
ନବୀନଙ୍କ ପରେ କିଏ
ବିଶ୍ୱ ସୁନ୍ଦରୀ କୋଉଠି ଛେଳି ଜଗୁଥିଲେ
ମୋଦୀ କୋଉ ଦୋକାନରେ ଚାହା ବିକୁଥିଲେ ଇତ୍ୟାଦି ।

କର ଯାହା କରୁଚ । ନିଜ ଅର୍ଜିତ କର୍ମ ଫଳେ, ଯାଚିଣ ଦେଉଥାଇ ବଳେ । ଜମାରୁ ବ୍ୟସ୍ତ ହୁଅନା, ସମସ୍ତେ କେଞ୍ଚାଏ କେଞ୍ଚାଏ ପାଇବ,
ଠିକ୍ ସମୟରେ ପାଇବ ।

ଲକ୍ଷ୍ମୀଧର ନାୟକ
Mo Lekha,  FB post : 03.03.2021

 

Crown Fire…

https://m.facebook.com/story.php?story_fbid=10157274977120365&id=211075745


Share it

Leave a comment

Your email address will not be published. Required fields are marked *

Verified by MonsterInsights