ଛାତ ଉପର ଫୁଲ କୁଣ୍ଡରେ ଡେଙ୍ଗୁ ମଶା ବଂଶ ବୃଦ୍ଧିକୁ ରୋକିବାର ସରଳ ଉପାୟ

Share it

Mo Lekha
My Facebook Post: 24th August 2023

ଛାତ ଉପରେ ଫୁଲ କୁଣ୍ଡରେ ଗଛ ଲଗାଇଛନ୍ତି କି ? ଡେଙ୍ଗୁ ମଶାଙ୍କୁ ସାବଧାନ୍ ।

ଗୋଟେ କାମ କରନ୍ତୁ –

ଦୁଇ ଲିଟର ପାଣିରେ ଗୋଟେ ଛୋଟ ଚାହା ଚାମଚରେ ଗୋଟେ ଚାମଚ ଖାଇବା ସୋଢା ମିଶାଇ ସେ ସବୁ ଗଛ ଓ କୁଣ୍ଡରେ ସ୍ପ୍ରେ କରି ଦିଅନ୍ତୁ, ଯଦି ମିଳୁଛି ତ ଚାରି ବୁନ୍ଦା ନିମତେଲ କିମ୍ବା ଲେମନ ଗ୍ରାସ ଅଏଲ୍, ଅଧ ଚାମଚ ଭିନେଗାର ବି ମିଶେଇ ଦେଲେ ଆହୁରି ଭଲ, ନମିଳିଲେ ନାହିଁ ।

ଏହି ପାଣିକୁ ସ୍ପ୍ରେ କରିଦେବା ଦ୍ବାରା
ସେ କୁଣ୍ଡ ମାଟିର ଅମ୍ଳତ୍ବ କମିଯାଏ, ଗଛ ଭଲ ବଢେ ଓ ଫଳେ

ଗଛରେ ପିମ୍ପୁଡି ଲାଗନ୍ତି ନାହିଁ

କୁଣ୍ଡରେ ଡେଙ୍ଗୁ ମଶା ବସନ୍ତି ନାହିଁ କି ଅଣ୍ଡା ଦିଅନ୍ତି ନାହିଁ

ମୋତେ ଜଣେ କହିଥିଲେ
ମୁଁ ସେପରି ଥରେ କରି ଦେଖିଲି

ଦଶ ଦିନ ହେଲାଣି ପିମ୍ପୁଡି, ମଶା ଆଉ ତ ଦିଶୁ ନାହାନ୍ତି

ଆପଣ କରି ଦେଖନ୍ତୁ, ଫଳ କଣ ହେଲା କୁହନ୍ତୁ

ମୁଁ ଲିମ୍ବ ତେଲ, ଲେମନ ଗ୍ରାସ ଅଏଲ, ଭିନେଗାର ଓ ଖାଇବା ସୋଢା ସବୁ ମିଶେଇଥିଲି ଅବଶ୍ଯ

Laxmidhar Nayak
My Facebook Post : 24th August 2023


Share it

Leave a comment

Your email address will not be published. Required fields are marked *

Verified by MonsterInsights