ଛିଡୁଛି ଖାଦ୍ଯ ଶୃଂଖଳ ବଢୁଛି ରୋଗ

Share it

Mo Lekha
Laxmidhar Nayak
My Facebook Post: 14th August 2018

ଛିଡୁଛି ଖାଦ୍ଯ ଶୃଂଖଳ
ବଢୁଛି ରୋଗ

ମୁଁ ମନେ ପକାଉଛି, ଆପଣ ବି ମନେ ପକାନ୍ତୁ ।

ଗତ ୨୦ ବର୍ଷ ଭିତରେ ମୁଁ
ମାଣ୍ଡିଆ ଜାଉ ଖାଇନି
କୋଳଥ ଜାଉ ଖାଇନି
ବିରି ଡାଲି ଖାଇନି
ଚଣା ଡାଲି ଖାଇନି
ମସୁର ଡାଲି ଖାଇନି
ବାଜରା ଛତୁଆ ଖାଇନି
ରାଶି ପୁର ଦିଆ ମଣ୍ଡା ଖାଇନି
ଚିନା ଭାତ ଖାଇନି
ମହୁଲ ପିଠା ଖାଇନି
ଆମ୍ବଡା ଖଟା ଖାଇନି
କରମଂଗା ଖାଇନି
ଆତାପି ଖାଇନି
କଇଥ ଖାଇନି
ତାଳ ପିଠା ଖାଇନି
ବେତ କୋଳି ଖାଇନି
ବଇଁଚ କୋଳି ଖାଇନି
ଖିରି କୋଳି ଖାଇନି
ଗଇସ ଶାଗ ଖାଇନି
ତୁଣ୍ଡ୍ପୋଡା ଶାଗ ଖାଇନି
ବଥୁଆ ଶାଗ ଖାଇନି
ତେନ୍ତୁଳି ଖଟା ଖାଇନି
ଫୁଟିକାକୁଡି ଖାଇନି
ସୋରିଷ ଫୁଲ ପତରପୋଡା ଖାଇନି
ଖଜୁରୀ କୋଳି ଖାଇନି

ଏମିତି ଲେଖିଲେ ଶହେ ଟପିବ

ଏହାର ପୋଷକ ଗୁଣ କ’ଣ ପୋଷକ ତତ୍ୱ ବିଶାରଦମାନେ କୁହନ୍ତୁ ।

ଯଦି ଜଣେ ମଣିଷ ପ୍ରତ୍ଯେକ ଋତୁରେ ପ୍ରକୃତି ପ୍ରଦତ୍ତ ଫୁଳ ଫଳ ଶାଗ ପତ୍ର ଶସ୍ଯ ନିୟମିତ କିଛି ନା କିଛି ଖାଉ ଥାଆନ୍ତା ତାହେଲେ ନା ଏତେ ଅପପୁଷ୍ଟି ରୁହନ୍ତା ନା ଅପପୁଷ୍ଟି ଭରଣା ନାମରେ ଭିଟାମିନ୍ କହି ଔଷଧ କମ୍ପାନୀମାନେ ବର୍ଷକୁ ୬୦ ହଜାର କୋଟି ଟଂକାର ଭିଟାମିନ୍ ଜରି ପ୍ୟାକେଟ୍ ରେ ପୁରେଇ ବିକନ୍ତେ ।
ଯେଉଁ ଭିଟାମିନ୍ ଗୁଡା ମୋ ଗାଁ ବିଲ ବାଡି ପଡିଆ ଗଢିଆରେ ଫଳୁଥିଲା, ତାକୁ ଆଜି ଅନ୍ତର୍ଜାତୀୟ କମ୍ପାନୀରୁ ୬୦ ହଜାର କୋଟି ଦେଇ କିଣିବାକୁ ପଡୁଛି । ତାହା ହିଁ ବିଡମ୍ୱନା ।

ଇଚ୍ଛା କଲେ ମୋ ପରିବାର ଖାଦ୍ଯ ଚାଂଗୁଡା ମୋ ପରିବାର ନିଜେ ପ୍ରସ୍ତୁତ କରି ପାରିବ, ମଂଜିଟାଏ ମାଟିରେ ପୋତିଲେ ବାକି କାମ ମାଟି କରିଦିଏ ।

ସେ କଥା ଆଜି କେହି କରୁନି ।ସବୁଥିରେ ଖର୍ଚ ଓ ଲାଭ ହିସାବ କରୁଛି ।

ମନେକର ମୁଁ ବାଡିରେ ଚାରିଟା ଭେଣ୍ଡି ମଂଜି ପୋତିଲି, ସେଥିରୁ ଦୁଇ କିଲୋ ଭେଣ୍ଡି ଫଳିଲା, ଖାଇ ଦେଲି ।

ଏବେ ଆମ ମୌଳିକ ଶିକ୍ଷା ଅଭାବି ଜ୍ଞାନୀ ପାଠୁଆ ଅର୍ଥନୀତିଜ୍ଞଂକ ଲାଭ କ୍ଷତି ହିସାବ ଶୁଣନ୍ତୁ –
ଯଦି ଭେଣ୍ଡି କିଲୋ ବଜାରରେ ଷାଠିଏ ଟଂକା ଥିବ , ତାହେଲେ ମୋ ଅଜ୍ଞାନୀ ଅର୍ଥନୀତିଜ୍ଞ ଖୁସ୍, ଦୁଇଟା ଗଛରୁ ୧୨୦ ଟଂକାର ଭେଣ୍ଡି ଖାଇଲି ।
ଯଦି ବଜାରରେ ଭେଣ୍ଡି କିଲୋ ଦୁଇ ଟଂକା ହେଲା, ତା ହେଲେ ମୋ ପାଠୁଆଂକର ମୁଣ୍ଡ ବିଗିଡିଯାଏ, ଭାବେ ମାତ୍ର ଚାରି ଟଂକାର ଭେଣ୍ଡି ଖାଇଲି ।ଏତେ ପରିଶ୍ରମ କଲି , ପୁରା ଲସ୍ ।ଆଉ ଭେଣ୍ଡି ଲଗାଇବି ନାହିଁ ।

କି ରେ ବାବୁ, ତୋତେ ତ ତୋ ଭେଣ୍ଡି ଗଛ ଦୁଇ କିଲୋ ଖାଦ୍ଯ, ଭିଟାମିନ୍ କି ପୋଷକ ତତ୍ୱ ଦେଲା, ତାର ବଜାର ଦର ୨ ଟଂକା ହେଉ କି ୬୦ ଟଂକା ।କମିଲା କ’ଣ, ବଢିଲା କ’ଣ ?

ଗୋଟାଏ ପରିବାର ଯେଉଁ ଦିନ ବହି ଅର୍ଥନୀତି ଛାଡି ଏ ଅର୍ଥନୀତି ବୁଝିବ ଆଉ ନିଜ ପରିବାରର କି ନିଜ ଗାଁର ଖାଦ୍ଯ ଚାଂଗୁଡା ନିଜେ ଭରିବ, ବଜାର ଉପରେ ନିର୍ଭର କରିବ ନାହିଁ ଅଥବା ବଜାର ନିର୍ଭରତା କୁ ସର୍ବନିମ୍ନ ସ୍ତରରେ ରଖିବ, ସେଦିନ ସଂସାରରେ ବଜାରୀଂକ ହାତ ଗଢା ଅର୍ଥନୀତି ଅସୁରର ହା ହୁତାସ ପ୍ରଭାବରୁ ତ୍ରାହୀ ମିଳିବ ।

ଅଭାବ ମାଡରେ ଯଦି କେତେବେଳେ ମରିବାକୁ ହୁଏ, ତା’ ହେଲେ କେବଳ ଏ ବଜାରୀ ଅର୍ଥନୀତିଜ୍ଞ ମାନେ ଉପାସରେ ମରିବେ, ଚାଷୀ ମରିବନି ।

ଏବେ କୁହ
ମୋ ଗାଉଁଲି ଅର୍ଥନୀତି ପଢିବ ନା ବହି ଅର୍ଥନୀତି ପଢିବ ?


Laxmidhar Nayak
My Facebook Post: 14th August 2018


Share it

Leave a comment

Your email address will not be published. Required fields are marked *

Verified by MonsterInsights