ଚାଷୀକୁ ତାର ଉତ୍ପାଦିତ ମୂଲ୍ଯ ଉପରେ ୫୦ % ଲାଭ (cost + 50%), ଔଷଧ କଂପାନୀକୁ cost + 1500 % ଲାଭ, ଏପରି ନୀତି କାହିଁକି ?

Share it

Mo Lekha
– ଲକ୍ଷ୍ମୀଧର ନାୟକ
My Facebook Post: 16th August 2018

Make Cost Audit Compulsory for every industry; Medicines & medical appliances first.

Don’t allow more than 100% margin above the cost.

Put an end to the schedule and non schedule drugs drama.

Pharma companies are adding 500% to 1500% above the cost of production of medicines and surgical medical appliances, stop it.

It is central govt who can exercise this price control mechanism.

ଚାଷୀକୁ ତାର ଉତ୍ପାଦିତ ମୂଲ୍ଯ ଉପରେ ୫୦ % ଲାଭ (cost + 50%), ଔଷଧ କଂପାନୀକୁ cost + 1500 % ଲାଭ, ଏପରି ନୀତି କାହିଁକି ?

୧୯୭୦ ରୁ କେନ୍ଦ୍ରକେନ୍ଦ୍ର କାର ଅବଶ୍ଯ ଏ ପ୍ରାଇସ୍ କଣ୍ଟ୍ରୋଲ୍କା କାମ କରୁଛନ୍ତି, କିନ୍ତୁ ଧର୍ମକୁ ଆଖି ଠାର ପରି ।

୧୯୭୦ ରୁ ୨୦୧୩ ମଧ୍ଯରେ ମାତ୍ର ୭୪ ଟି ଔଷଧକୁ ଡ୍ରଗ ପ୍ରାଇସ୍ କଂଣ୍ଟ୍ରୋଲ୍ ଅର୍ଡର୍ ମାଧ୍ଯମରେ ସିଡୁଲ୍ ଡ୍ରଗ୍ ଘୋଷଣା କରାଯାଇ ଏ ସବୁ ଔଷଧ ଉପରେ ଉତ୍ପାଦନ ଖର୍ଚ ଉପରେ ୧୦୦ % ମାର୍ଜିନ୍ ର ଅନୁମତି ଦିଆ ଯାଇଛି । ୨୦୧୩ ରେ ୩୪୮ ଟି ଔଷଧକୁ ସିଡୁଲ୍ ଡ୍ରଗ୍ ପରିସରଭୁକ୍ତ କରିଥିଲେ ଉପା ସରକାର, କିନ୍ତୁ ସେଥିରେ ନାନାଦି ଗଳାବାଟ ରହିଗଲା ।

ଉଦାହରଣ ସ୍ୱରୁପ ପାରାସିଟାମୋଲ୍ ୫୦୦ ମିଗ୍ରା କୁ ସିଡୁଲ୍ ଡ୍ରଗ ଘୋଷଣା କରାଗଲା । ମନେକର ଏପରି ଗୋଟିଏ ଟାବ୍ଲେଟ୍ ର ଉତ୍ପାଦନ ଖର୍ଚ ୨ ଟଙ୍କା, ଔଷଦ କମ୍ପାନୀ ଏହାକୁ ଆଉ ୧୦୦ % ମିଶାଇ ଅତିବେଶୀରେ ୪ ଟଙ୍କାରେ ବିକି ପାରିବ । ଦାମ୍ ୪ ଟଙ୍କାରୁ ଅଧିକ ହେଲେ ଆଇନ୍ ଅନୁଯାୟୀ ଦଣ୍ଡିତ ହେବ, ଜେଲ୍ ଯିବ, ଜରିମାନା ଦେବ ।

ଗଳାବାଟ ହେଲା – କମ୍ପାନୀ ପାରାସିଟାମୁଲ୍ ୫୦୦ ମିଗ୍ରା ଜାଗାରେ ପାରାସିଟାମୁଲ୍ ୨୫୦ ମିଗ୍ରା ଉତ୍ପାଦନ କରିବ, ଏହା ଆଇନ ଆଖିରେ ସିଡୁଲ୍ ଡ୍ରଗ୍ ନୁହେଁ ।ଉତ୍ପାଦନ ଖର୍ଚ ୧ ଟଙ୍କା ହେଲେ ଏଥିରେ ୯୦୦ % ମାର୍ଜିନ୍ ରଖି ଏହାକୁ ୧୦ ଟଙ୍କାରେ ବିକିବ । ସେଥିରୁ ଡାକ୍ତରଙ୍କୁ କିଛି ଦେବ, ଡାକ୍ତର ଲେଖିବା କଥା ପାରାସିଟାମୁଲ୍ ୫୦୦ ମିଗ୍ରା – ଦିନକୁ ଗୋଟାଏ ଖାଇବ, ଏଥିରେ ରୋଗୀର ଦିନକୁ ଖର୍ଚ ହୋଇ ଥାଆନ୍ତା ୪ ଟଙ୍କା, କିନ୍ତୁ ଡାକ୍ତର ପଇସା ଖାଇ ଲେଖିବେ ପାରାସିଟାମୁଲ୍ ୨୫୦ ମିଗ୍ରା – ଦିନକୁ ଦୁଇଟା ଖାଇବ, ଅର୍ଥାତ୍ ରୋଗୀ ୪ ଟଙ୍କା ଜାଗାରେ ସେହି ଏକା ମେଡିସିନ୍ ପାଇଁ ଖର୍ଚ କରିବ ୨୦ ଟଙ୍କା ।

ସେହିପରି ଡାଇକ୍ଲୋଫେନାକ୍ ୫୦ ମିଗ୍ରା ସିଡୁଲ୍ ଡ୍ରଗ୍, କିନ୍ତୁ ପାରାସିଟାମୁଲ୍ ସହ ଯଦି ଡାଇକ୍ଲୋଫେନାକ୍ ମିଶାଇ ଗୋଟାଏ ଟାବ୍ଲେଟ୍ ତିଆରି କରିଦିଆଗଲା, ତାହା ସିଡୁଲ୍ ଡ୍ରଗ୍ ହେବ ନାହିଁ, କମ୍ପାନି ମନ ଇଚ୍ଛା ଏହାର ମୁଲ୍ଯ ନିର୍ଧାରଣ କରିପାରିବ, ଅନ୍ଯପକ୍ଷରେ ରୋଗୀ ଆବଶ୍ଯକତା ନଥାଇ ଅଧିକା ପଇସାଦେଇ ଗୋଟାଏ extra ଔଷଧ ଗିଳିବ ଓ ଶରୀର ତାକୁ ପରିସ୍ରା ବାଟେ ମୁତିବ ନହେଲେ ମଳ ବାଟେ ହଗିବ ।

ଗୋଟାଏ ଗୋଟାଏ ଇଞ୍ଜେକସନ୍ ର ଉତ୍ପାଦନ ଖର୍ଚ ୫୦ ଟଙ୍କା, ବିକ୍ରୀହେବ ୫ ହଜାର ଟଙ୍କାରେ, ଫଳରେ ସରକାରଙ୍କ ସାହାଣମେଲା ସ୍ୱାସ୍ଥ୍ ଯୋଜନା ର ସବୁ ଟଙ୍କା ରୋଗୀଙ୍କୁ ଶୀଖଣ୍ଡି ସଜେଇ ପଶିଯିବ ଔଷଧ କମ୍ପାନୀଙ୍କ ପକେଟ୍ ରେ ।

ତେଣୁ ନବୀନ ସରକାର ମୋର ବୋଲ ମାନନ୍ତୁ –
କେନ୍ଦ୍ର ସରକାରଙ୍କୁ ବାଧ୍ଯ କରନ୍ତୁ ଏ ସିଡୁଲ୍ ନନ୍ ସିଡୁଲ୍ ଦୁର୍ବୁଦ୍ଧି ଓ କମ୍ପାନୀ ପ୍ରେମ ଛାଡି, ସବୁ ଔଷଧକୁ, ଇଞ୍ଜେକସନ୍ ସିରିଞ୍ଜ୍ ଠାରୁ ଆରମ୍ଭ କରି X-ray ମେସିନ୍ ପର୍ଯ୍ଯନ୍ତ ସବୁ ମେଡିକାଲ୍ ଆପ୍ଲାଏନ୍ସ ଉତ୍ପାଦନ କରୁଥିବା କମ୍ପାନୀ ମାନଙ୍କୁ Drug Price Control Order ମାଧ୍ଯମରେ କମ୍ପାନୀ ମାନଙ୍କର MAPE କୁ ୧୦୦% ରେ Cap କରିବାପାଇଁ । ( MAPE – Maximum Allowable Post Manufacturing Expenses )

ଏ ୧୦୦% ଏକ୍ସଟ୍ରାକୁ କମ୍ପାନୀ ମାନେ ନିମ୍ନ ମତେ ଭାଗ ବଣ୍ଟା କରନ୍ତୁ –
Wholesaler- 8%
Retailer- 24%
Sales promotion &
distribution – 18%
GST – 25%
Profit – 25%
Total – 100%

ଏଥିପାଇଁ ଦରକାର ହେଲେ ଜୋର୍ ଦାର ଆନ୍ଦୋଳନ କରନ୍ତୁ ନବୀନ, ମହାନଦୀ ବଞ୍ଚାଅ ଆନ୍ଦୋଳନ ଅପେକ୍ଷା ଏ ମଣିଷ ବଞ୍ଚାଅ ଆନ୍ଦୋଳନ ଅଧିକ ଜରୁରୀ ।

ନହେଲେ ସ୍ୱାସ୍ଥ ବଜେଟ୍ ର ସବୁ ପଇସା କମ୍ପାନୀ ତିଜୋରୀ ରେ ପୁରେଇବାକୁ କମ୍ପାନୀ, ଡାକ୍ତରଖାନା, ଡାକ୍ତର ସବୁ ମିଶିଯାଇ ସବୁ ମଣିଷଙ୍କୁ କାଗଜ ପତ୍ରରେ ରୋଗୀ ବନେଇ ଦେଇ ଓଡିଶା ରାଜକୋଷକୁ ଲୁଟି ନେବେ ।

ଅବଶ୍ଯ ସ୍ୱାସ୍ଥ ମନ୍ତ୍ରୀ, ଅମଲା ତନ୍ତ୍ରୀ ବି ଭାଗ ପାଇବେ, କେବଳ ଲୁଟି ହେଇଯିବ ମୋର ରାଜ କୋଷ, ଯାହାକୁ ଦିନକୁ ୩୦୦ ଟଙ୍କା ଖର୍ଚ କରୁଥିବା ମୁଲିଆ ବି ପ୍ରତିଦିନ ୫୪ ଟଙ୍କା ଦାନ କରି ଭରଣା କରୁଛି – ୧୮% ଜି ଏସ୍ ଟି ହିସାବରେ ।

ପ୍ରାଇଭେଟ୍ ହସ୍ପିଟାଲ୍ ମାନଙ୍କରେ ମଧ୍ଯ ପ୍ରତ୍ଯେକ ସେବାର ମୁଲ୍ଯ ନିର୍ଧାରଣ କରାଯାଉ, ଯେପରି
ସିଜେରିଆନ୍ ଡେଲିଭରି – ୧୫ ହଜାର,
ଆଇସିୟୁ ଚାର୍ଜ – ଦିନକୁ ୭୦୦
ବେଡ୍ ଚାର୍ଜ – ଦିନକୁ ୩୦୦ ଇତ୍ଯଦି ଇତ୍ଯାଦି

ନବୀନଙ୍କ ଏ ଯୁଗାନ୍ତକାରୀ ସ୍ୱାସ୍ଥ ଯୋଜନା ଶେଷରେ ଔଷଧ କମ୍ପାନୀ, ପ୍ରାଇଭେଟ୍ ହସ୍ପିଟାଲ୍ ମାଧ୍ଯମଦେଇ ପାର୍ଟି ଚାନ୍ଦା ଆଦାୟ ଯୋଜନାରେ ପରିଣତ ନହେଉ, ସେଥିପାଇଁ ସବୁ ଔଷଧକୁ ଡ୍ରଗ୍ ପ୍ରାଇସ୍ କଂଣ୍ଟ୍ରୋଲ୍ ଅର୍ଡର ଅଧୀନକୁ ଅଣାଯାଉ,

କେନ୍ଦ୍ର ସରକାର ତୁରନ୍ତ ଏ କଥା କରନ୍ତୁ।

ନହେଲେ ନବୀନ ତୁରନ୍ତ ଏଥିପାଇଁ ଆନ୍ଦୋଳନ କରନ୍ତୁ, ଏବଂ ଓଡିଶାର ଜନ ସାଧାରଣ ଏ ଆନ୍ଦୋଳନକୁ ତୀବ୍ର କରି, କେନ୍ଦ୍ର ସରକାରଙ୍କୁ ବାଧ୍ଯ କରନ୍ତୁ ଏପରି କରିବା ପାଇଁ ।

– ଲକ୍ଷ୍ମୀଧର ନାୟକ
My Facebook Post: 16th August 2018


Share it

Leave a comment

Your email address will not be published. Required fields are marked *

Verified by MonsterInsights